Velora Chhak Accident: ମୃତ୍ୟୁର ରାସ୍ତା ପାଲଟିଲା NH-16
ଭେଲୋରା ଛକରେ ଭୟଙ୍କର ଦୁର୍ଘଟଣା ! ଟ୍ରକ୍କୁ ପିଟିଲା କାର୍, ୨ ଶିଶୁ ଓ ୨ ମହିଳାଙ୍କ ସମେତ ୫ ଗୁରୁତର… ଆହତଙ୍କ ପରିଚୟ ଏବେ ବି ଅସ୍ପଷ୍ଟ |
S
By Swarna Prava GiriPublished: Oct 27, 2026, 11:33 AM •1 min read •4 Views
ଭେଲୋରା ଛକରେ ଭୟଙ୍କର ଦୁର୍ଘଟଣା | ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଏକ କାର୍ ଧକ୍କା ଦେବାରୁ କାର୍ରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୨ ଜଣ ମହିଳା ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ୍କୁ କୋଲକାତାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ କାର୍ ଭେଲୋରା ଛକ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର୍ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାର୍ରେ ଥିବା ଡ୍ରାଇଭରଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଆହତମାନଙ୍କୁ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ଆହତମାନଙ୍କ ପରିଚୟ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ।
Comments0
Leave a Reply
Loading comments...
