Bear Attack : ଜଙ୍ଗଲରେ ମୃତ୍ୟୁ ସହ ସଂଘର୍ଷ
ବୌଦ୍ଧରେ ଭାଲୁର ଭୟଙ୍କର ଆକ୍ରମଣ ! ଅଧଘଣ୍ଟା ଧରି ଲଢ଼ି ମୃତ୍ୟୁମୁଖରୁ ବର୍ତ୍ତିଲେ ବୃଦ୍ଧ ଯୋଗେନ୍ଦ୍ର ବେହେରା, ଏବେ ଡାକ୍ତରଖାନାରେ ଚାଲିଛି ଚିକିତ୍ସା |
ଦିନକୁ ଦିନ ବଢ଼ିବାରେ ଲାଗିଛି ଜଙ୍ଗଲୀ ଜନ୍ତୁଙ୍କ ଆତଙ୍କ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ପଞ୍ଚାୟତରେ ଜଙ୍ଗଲୀ ଭାଲୁର ଆତଙ୍କ ଦେଖିବାକୁ ମିଳିଛି। ମଧ୍ୟାହ୍ନ ସମୟରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧଜଣକ ହେଲେ ଛତ୍ରଙ୍ଗ ପଞ୍ଚାୟତ ଭଳିଆ ଗୋରା ଗ୍ରାମ କୈଳାସୀ ସାହିର ଯୋଗେନ୍ଦ୍ର ବେହେରା l ସୂଚନା ଅନୁଯାଇ ଯୋଗେନ୍ଦ୍ର ବେହେରା ଅତି ଗରିବ ଥିବା ବେଳେ ଗାଁ'ର ଗାଈ ଓ ନିଜ କେତେଗୋଟି ଛେଳି ଚରାଇ ପରିବାର ପ୍ରତି ପୋଷଣ କରୁଥିଲେ l ସବୁଦିନ ପରି ଆଜି ମଧ୍ୟ ଛେଳି ଚରାଇ ଯାଇଥିବା ବେଳେ ସଂକୁଲୋଇ ପଞ୍ଚାୟତ ପାଚନ ତଇଲା ଗ୍ରାମ୍ୟ ଛେଳି ଚରାଉ ଥିଲେ l ଏତିକି ବେଳେ ପଛ ପଟୁ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିଲା l ଭାଲୁର ନଖ ଓ ଦାନ୍ତ ଆକ୍ରମଣରେ ଯୋଗେନ୍ଦ୍ର ର ମୁଣ୍ଡ, ମୁହଁ ଓ ପାଟିରେ ଗଭୀର ଆଘାତ ଲାଗିଥିଲା l ଭାଲୁ ସହିତ ମଣିଷର ଦୀର୍ଘ ଅଧଘଣ୍ଟା ଲଢାଇ ରୁ ଯୋଗେନ୍ଦ୍ର ଭାଲୁ କବଳରୁ ନିଜେ ସାହାସିକତାର ଶହ ଉଦ୍ଧାର ହୋଇ, ଚିତ୍କାର ଛାଡ଼ିବା ପରେ ଆଖ ପାଖରେ ଥିବା ଅନ୍ୟ ଗାଈ ଚରଳି ଗୁରୁତର ଅବସ୍ଥାରେ ଜଙ୍ଗଲ ରୁ ଆଣି ପରିବାର ସହିତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଆହତ ବୃଦ୍ଧଙ୍କୁ ଡାକ୍ତର ତୁରନ୍ତ ଚିକିତ୍ସା ଯୋଗାଇ ଦେଇଥିବା ବେଳେ ବର୍ତ୍ତମାନ ସେ ଯୋଗେନ୍ଦ୍ର ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି l ଘଟଣା ଜାଣିବା ପରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ସୁଶୀଳ ପ୍ରଧାନ, କୁସଙ୍ଗ ବିଟ ବନପାଳ ଚିତ୍ତରଞ୍ଜନ ପ୍ରଧାନ ଡାକ୍ତରଖାନା ଆସି ଅସହାୟ ପରିବାର କୁ ସହଯୋଗ କରି ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି l ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଯୋଗୁଁ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
