ପୀତବାସ ହତ୍ୟା ମାମଲା: ଚାର୍ଜସିଟ୍ ରେ ବଦଳିଲା ଦଫା
ପୀତବାସ ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ୍। ଚାର୍ଜସିଟ୍ରେ ବଦଳିଲା ଦଫା। ୧୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଚକ୍ରାନ୍ତ ଦଫା ହଟିଲା, ଲାଗିଲା ସଂଗଠିତ ଅପରାଧ ଦଫା। ତଦନ୍ତକୁ ନେଇ ବଢ଼ିଲା ଚର୍ଚ୍ଚା..
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏବେ ନୂଆ ଟ୍ବିଷ୍ଟ୍ ଦେଖାଦେଇଛି। ଦ୍ବିତୀୟ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ ପରେ ଗୋଟିଏ ପରେ ଗୋଟିଏ ଟ୍ବିଷ୍ଟ୍ ଏବେ ସାମ୍ନାକୁ ଆସୁଛି । ପୋଲିସ ଏହି ହତ୍ୟା ମାମଲାରେ ସାକ୍ଷ୍ୟ ପ୍ରମାଣକୁ ଦୃଢ କରିବା ପାଇ ପାଇଁ ନୂଆ ୨୭ ଜଣ ସାକ୍ଷୀଙ୍କ ବୟାନ କୋର୍ଟରେ ଦାଖଲ କରିଛି। ତେବେ ଚକ୍ରାନ୍ତ କରି ହତ୍ୟା କରିଥିବା କୁହା ଯାଇଥିଲା। କିନ୍ତୁ ତାହା ନୁହେଁ, ସଂଗଠିତ କରି ହତ୍ୟା କରିଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି. ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ 14 ଜଣଙ୍କ ବିରୋଧରେ ଥିବା ହୋଇଥିବା ଚକ୍ରାନ୍ତ ହତ୍ୟା ମାମଲାକୁ ହଟାଇ ସଂଗଠିତ ଅପରାଧ ଦଫା ଲାଗିଥିବା ସପ୍ଳିମେଣ୍ଟରୀ ଚାର୍ଜସିଟରେ ଉଲ୍ଲେଖ ଥିବା ଜଣା ପଡିଛି। ପୋଲିସ ପ୍ରାଥମିକ ଭାବେ ଯେଉଁ ଚାର୍ଜସିଟ୍ ଦେଇଥିଲା ସେଥିରେ ଚକ୍ରାନ୍ତକରି ହତ୍ୟା ଦଫା ସମସ୍ତଙ୍କ ନାମରେ ରହିଥିଲା । ତେବେ କେବଳ ଗୁଳି ଚଳାଇଥିବା କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ନାଁରେ ହତ୍ୟା ଦଫା ପୂର୍ବଭଳି ରହିଛି। ସେପଟେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ୧୪ ଜଣଙ୍କ ନାଁରୁ ହତ୍ୟା ଦଫା କଟିବା ପରେ ମାମଲାର ଭବିଷ୍ୟତ ନେଇ ଏବେ ପ୍ରଶ୍ନ ଉଠିଛି ।
ରିପୋର୍ଟ- ଇତିଶ୍ରୀ ସମାପିକା ମହାନ୍ତି
