Maa Tarini Temple in Ghatgaon:ଘଟଗାଁ ମା ତାରିଣୀ ମନ୍ଦିର : ଆସ୍ଥା,ଇତିହାସ ଓ ରହସ୍ୟମୟ ନଡ଼ିଆର ଦିବ୍ୟ ଯାତ୍ରା
ଘନ ଶାଳ ଜଙ୍ଗଲ ଘେରା ଘଟଗାଁର ମା’ ତାରିଣୀ ପୀଠ କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଶକ୍ତି ଓ ଆସ୍ଥାର ଏକ ଅଦ୍ଭୁତ କେନ୍ଦ୍ର |ରାଜା ଭଞ୍ଜଦେବଙ୍କ ସମୟର ଐତିହାସିକ ଗାଥାରୁ ଆରମ୍ଭ କରି ବସ୍ ମାଧ୍ୟମରେ ମା’ଙ୍କ ପାଖକୁ ପହଞ୍ଚୁଥିବା ନଡ଼ିଆର ଚମତ୍କାରିତା ପର୍ଯ୍ୟନ୍ତ— ଜାଣନ୍ତୁ ଏହି ପବିତ୍ର ପୀଠର ସମ୍ପୂର୍ଣ୍ଣ ଭ୍ରମଣ କାହାଣୀ, କିପରି ଯିବେ ଏବଂ କେବେ କରିବେ ଯାତ୍ରା।
ଓଡ଼ିଶାର କେନ୍ଦୁଝର ଜିଲ୍ଲା ଘଟଗାଁ ରେ ଅବସ୍ଥିତ ମା’ ତାରିଣୀ ପୀଠ କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଅତୁଟ ବିଶ୍ୱାସ ଓ ଆଶ୍ଚର୍ଯ୍ୟଜନକ ପରମ୍ପରାର ପ୍ରତୀକ।ଓଡ଼ିଶାର ଘଞ୍ଚ ଜଙ୍ଗଲ ଘେରା ଏହି ପବିତ୍ର ସ୍ଥଳ ମା ତାରିଣୀଙ୍କୁ ସମର୍ପିତ, ଯାହାଙ୍କୁ ଭକ୍ତମାନେ ସଂକଟମୋଚନୀ ବୋଲି କହିଥାନ୍ତି |
ଇତିହାସ ଓ ମାନ୍ୟତା:
ମାନ୍ୟତା ଅନୁସାରେ, ଚତୁର୍ଦ୍ଦଶ ଶତାବ୍ଦି ରେ ମା ତାରିଣୀ କାଞ୍ଚିରୁ ଓଡିଶା ଆସିଥିଲେ, କେନ୍ଦୁଝର ରାଜା ଭଞ୍ଜଦେବ ମା ତାରିଣୀଙ୍କୁ ପୁରୀ ରୁ କେନ୍ଦୁଝର ଆଣିବା ବାଟରେ ମା, ସର୍ତ୍ତ ରଖିଥିଲେ ଯେ ରାଜା ପଛକୁ ବୁଲି ଚାହିଁବେ ନାହିଁ | ଘଟଗାଁ ପାଖରେ ଜଙ୍ଗଲ ଭିତରେ ଘୋଡା ଟାପୁ ଶବ୍ଦ ନ ଶୁଭିବାରୁ ରାଜା ପଛକୁ ବୁଲି ଚାହିଁଦେଇଥିଲେ | ସର୍ତ୍ତ ଅନୁସାରେ, ମା ସେହି ଠାରେହିଁ ପଥର ମୂର୍ତ୍ତି ରେ ସ୍ଥାପିତ ହୋଇଗଲେ |
କେବେ ଓ କେମିତି ଯିବେ ?
କେବେ ଯିବେ: ଅକ୍ଟୋବର ରୁ ମାର୍ଚ୍ଚ ମାସ ମଧ୍ୟରେ ସମୟ ଉତ୍ତମ ଅଟେ | ଚୈତ୍ର ପର୍ବ ଓ ଦୁର୍ଗା ପୂଜା ଏହି ପୀଠରେ ଆଡମ୍ବର ସହକାରେ ପାଳନ କରାଯାଏ |
କେମିତି ଯିବେ:
· ସଡକ ମାର୍ଗ: ଭୁବନେଶ୍ୱରରୁ ପ୍ରାୟ 250 km ଦୂରରେ ଅବସ୍ଥିତ | ରାଜ୍ୟ ସାରା ବସ୍ ସେବା ଉପଲବ୍ଧ |
· ରେଳ ମାର୍ଗ: ନିକଟତମ ପ୍ରମୁଖ ରେଳ ଷ୍ଟେସନ ହେଉଛି କେନ୍ଦୁଝରଗଡ଼
ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ନଡ଼ିଆ ମାନସିକ କରି ନିଜ ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି | କୁହାଯାଏ ଯେ ଓଡ଼ିଶାର ଯେକୌଣସି କୋଣରୁ ନଡ଼ିଆ ବସ୍ ମାଧ୍ୟମରେ ପଠାଇଲେ ମଧ୍ୟ ଘଟଗାଁ ଯାଏ ପହଞ୍ଚିଯାଏ |
