Arun Biswal Suspension!-ଅରୁଣଙ୍କ ଅସଦାଚରଣ- ସରକାର କରିବେ ସସପେଣ୍ଡ?
ଏବେ ଅରୁଣଙ୍କ ଚାକିରୀ ବି ବିପଦରେ। କାରଣ ୪୮ ଘଣ୍ଟାରୁ ଅଧିକ ସମୟ ହାଜତରେ ରହିଲେ ଡିମଡ ସସପେନସନ ( Deemed Suspension) ବୋଲି ଧରାଯାଏ। ସରକାର ଅରୁଣଙ୍କୁ ସସପେଣ୍ଡ କରିପାରନ୍ତି। ଏଭଳି ସ୍ଥିତିରେ ମହିଳା କମିଶନ ବି ଏଣ୍ଟ୍ରି ମାରିଛନ୍ତି।

ଭୁଲିଗଲେ ପଦମର୍ଯ୍ୟାଦା। ରାତି ଅଧରେ ଅଧସ୍ତନ ମହିଳା କର୍ମଚାରୀଙ୍କ ଘରେ ପଶି ହଙ୍ଗାମା କରିଥିଲେ। ମହିଳା କର୍ମଚାରୀଙ୍କ ଚରିତ୍ରକୁ ନେଇ ବି ଆକ୍ଷେପ କଲେ। ତାଙ୍କ ସହ ସମ୍ପର୍କ ଥିବା ଦାବି କରି ମୋବାଇଲରେ କିଛି ଫଟୋ ଓ ଭିଡ଼ିଓ ଦେଖାଇ ସର୍ବସାଧାରଣରେ ନିନ୍ଦିତ କରିଥିଲେ। ଏପରିକି ପିସିଆର ଭ୍ୟାନ୍ ଉପସ୍ଥିତିକୁ ବି ଖାତିର କରିନଥିଲେ। ଆଉ ଶେଷରେ ବନ୍ଧା ହେଲେ। ଦୁଷ୍କର୍ମ ଉଦ୍ୟମ, ଅସଦାଚରଣ, ହତ୍ୟା ଧମକ, ଗାଳିଗୁଲଜ ଓ ଚରିତ୍ର ସଂହାର ଭଳି ଅନେକ ସଙ୍ଗୀନ ଦଫା ଯୋଡ଼ିଛି ଖାରବେଳନଗର ଥାନା ପୁଲିସ। ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କ ଏଭଳି କାରନାମାକୁ ନେଇ ସବୁଠି ଚର୍ଚ୍ଚା। ତେବେ ଗିରଫ ପରେ ଏବେ ଅରୁଣଙ୍କ ଚାକିରୀ ବି ବିପଦରେ। କାରଣ ୪୮ ଘଣ୍ଟାରୁ ଅଧିକ ସମୟ ହାଜତରେ ରହିଲେ ଡିମଡ ସସପେନସନ ( Deemed Suspension) ବୋଲି ଧରାଯାଏ। ସରକାର ଅରୁଣଙ୍କୁ ସସପେଣ୍ଡ କରିପାରନ୍ତି। ଏଭଳି ସ୍ଥିତିରେ ମହିଳା କମିଶନ ବି ଏଣ୍ଟ୍ରି ମାରିଛନ୍ତି। ମହିଳା କମିଶନ ବି ନିଜ ଆଡ଼ୁ ସଂଜ୍ଞାନ ନେଇ ଏ ମାମଲାର ତନାଘନା କରିବେ। ତାଙ୍କର କାରନାମା ଲାଗି ମୁହଁ ଘୋଡ଼ାଇ ଥାନାରୁ କୋର୍ଟକୁ ନେଇଥିଲା ପୁଲିସ। ବାବୁ ଜଣକ ବି ଗଣମାଧ୍ୟମକୁ ଆଉ କହିବାକୁ ସାହାସ କୁଳାଇପାରିନଥିଲେ। ସେପଟେ ଷ୍ଟେନୋଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ବାନ୍ଧିଥିଲା ବେଳେ ଅରୁଣଙ୍କ ଓକିଲ କହିଥିଲେ, ଏହା କ୍ଲିଅରକଟ୍ ବ୍ଲାକମେଲିଂ। ଏବେ ଅରୁଣଙ୍କ ବିରୁଦ୍ଧରେ ପ୍ରଶାସନିକ ପଦକ୍ଷେପକୁ ନେଇ ବି ସମସ୍ତଙ୍କ ନଜର ରହିଛି। ହାଜତରେ ରହିବାର ୪୮ ଘଣ୍ଟା ଅବଧି ଆଧାରରେ ଅରୁଣଙ୍କୁ ନିଲମ୍ୱନ କରିବେ କି ସରକାର। ସରକାରୀ ବାବୁଙ୍କ କେଳେଙ୍କାରୀ ପଦାରେ ପଡ଼ିଛି। ପଦବୀର ଦୁରୁପଯୋଗ କରି ସହକର୍ମୀଙ୍କ ପ୍ରତି ଏଭଳି ଆଚରଣକୁ ନେଇ ସବୁଠି ଚର୍ଚ୍ଚା। ଏବେ ସରକାରୀ ଦପ୍ତରରେ ମହିଳା କର୍ମୀଙ୍କ ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ।
