ଲଗାଣ ବର୍ଷାରେ ତୁମୁସିଙ୍ଗା ଗାଁ ଜଳବନ୍ଦୀ, ଅସ୍ତବ୍ୟସ୍ତ ଜନଜୀବନ
ଲଗାଣ ବର୍ଷାରେ ବେହାଲ ତୁମୁସିଙ୍ଗା ଗାଁ। ଘର ଭିତରୁ ମୋଟରରେ ପାଣି ଉଠେଇଲେ ବି ସରୁନି ପାଣି, ଚିନ୍ତାରେ ୧୦ ରୁ ଉର୍ଦ୍ଧ୍ୱ ପରିବାର।
S
By Subhadra DasPublished: Jul 17, 2026, 05:07 PM •1 min read •3 Views
କାମାକ୍ଷାନଗର: ଲଗାଣ ବର୍ଷାର ପ୍ରଭାବରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମୁସିଙ୍ଗା ଗାଁର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଁର ଝରାସାହି ଅଞ୍ଚଳ ଜଳବନ୍ଦୀ ହୋଇ ଅନ୍ୟ ଅଞ୍ଚଳରୁ ବିଛିନ୍ନ ହୋଇଯାଇଛି। ଡ୍ରେନରେ ବର୍ଷାଜଳ ପଶିଯିବାରୁ ପ୍ରାୟ ୧୦ଟି ପରିବାରଙ୍କ ଘରେ ପାଣି ଘେରାଉ ହୋଇରହିଛି। ଘର ଭିତରୁ ପାଣି ବାହାର କରିବା ପାଇଁ ପାଣି ମୋଟର ବ୍ୟବହାର କରାଯାଉଥିଲେ ମଧ୍ୟ ସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ଘର ଭିତରେ ପାଣି ପଶିଯିବାରୁ ଆସବାବପତ୍ର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ନଷ୍ଟ ହେବା ସହ ପାଣିରେ ଭାସୁଛି। କେବଳ ଝରାସାହି ନୁହେଁ, ତୁମୁସିଙ୍ଗା ଗାଁର ବଡ଼ସାହି ଓ ପ୍ରଧାନସାହି ଅଞ୍ଚଳ ମଧ୍ୟ ଜଳବନ୍ଦୀ ହୋଇପଡ଼ିଛି। ଘର ଭିତରକୁ ପାଣି ପଶିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ବଢ଼ିଚାଲିଛି। ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ନିକଟରେ ତୁରନ୍ତ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ସହ ପ୍ରଭାବିତ ପରିବାରମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
