ଫାଇଭଷ୍ଟାର ହୋଟେଲରେ ୧୦ ଦିନ- ବିଲ୍ ନ ଦେଇ ପଳାଇଲେ ପରିବାର
ଅଗଷ୍ଟ ୧୪ରୁ ଅଗଷ୍ଟ ୨୩ ଯାଏ ହୋଟେଲରେ ରହିଥିଲେ ପରିବାର। ଲଞ୍ଚରୁ ନେଇ ଡିନର ଯାଏ ସବୁ ସୁବିଧା ଉପଭୋଗ କଲେ। କିନ୍ତୁ ବିଲ ଦେବା ବେଳକୁ ପରିବାର ଓ ଟ୍ରାଭେଲ ଏଜେନ୍ସି ଖେଳିଲେ। ଏହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ହୋଟେଲ କର୍ତ୍ତୃପକ୍ଷ।

ଫାଇଭଷ୍ଟାର ଓବେରଏ ହୋଟେଲରେ ୧୦ ଦିନ ରହିଲେ। ବେଶ ମଉଜମସ୍ତି ବି କଲେ। ହେଲେ ବିଲ୍ ଦେବାକୁ ମନା କଲେ। ଟ୍ରାଭେଲ ଏଜେନ୍ସି ଜରିଆରେ ହୋଟେଲ ବୁକ୍ କରିଥିଲେ। ଆଉ ବିଲ୍ ଆସିଲା ୫.୭୪ଲକ୍ଷ ଟଙ୍କାର। ହେଲେ ଚେକଆଉଟ ସମୟରେ ବିଲ୍ ଭରିବାକୁ ସଫା ସଫା ମନାକରିଦେଲେ। ଦିଲ୍ଲୀର ଏକ ପରିବାରର ଏଭଳି ବାରଣକୁ ନେଇ ସବୁଠି ଚର୍ଚ୍ଚା। ଆଉ ପରିବାରର କହିବା କଥା, ବିଲ୍ ଭରିବାର ଦାୟିତ୍ୱ ତାଙ୍କର ନୁହେଁ। ଏହା ଟ୍ରାଭେଲ ଏଜେନ୍ସିର ଦାୟିତ୍ୱ। ଦିଲ୍ଲୀର ଗୋଟିଏ ପରିବାର ନିଜ ପରିବାର ସହ ବୁଲିବାକୁ ଉଦୟପୁର ଯାଇଥିଲେ। ମେକର ବହା ଟ୍ରାଭେଲ ଏଜେନ୍ସି ଜରିଆରେ ଉଦୟପୁରର ଓବରଏ ଉଦୟବିଳାସ ହୋଟେଲରେ ବୁକିଂ କରିଥିଲେ। କିନ୍ତୁ ବିଲ୍ ପୈଠ ବେଳେ ଦିଲ୍ଲୀ ପରିବାର ମନା ତ କରିଦେଲେ। ଟ୍ରାଭେଲ ଏଜେନ୍ସି ବି ପୈଠ କରିବାକୁ ମନା କରିଦେଲା। ଏହା ପରେ ବିବାଦ ବଢ଼ିଗଲା। ଅଗଷ୍ଟ ୧୪ରୁ ଅଗଷ୍ଟ ୨୩ ଯାଏ ହୋଟେଲରେ ରହିଥିଲେ ପରିବାର। ଲଞ୍ଚରୁ ନେଇ ଡିନର ଯାଏ ସବୁ ସୁବିଧା ଉପଭୋଗ କଲେ। କିନ୍ତୁ ବିଲ ଦେବା ବେଳକୁ ପରିବାର ଓ ଟ୍ରାଭେଲ ଏଜେନ୍ସି ଖେଳିଲେ। ଏହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ହୋଟେଲ କର୍ତ୍ତୃପକ୍ଷ। ହୋଟେଲର ଲିଆସନ ମ୍ୟାନେଜର ରବୀନ୍ଦ୍ର ସିଂ ଅମ୍ୱାମାତା ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି। ପୁଲିସ ମୁତାବକ, ଦିଲ୍ଲୀ ନିବାସୀ ଅନୁରାଗ ଯାଦବ ଇମେଲ ଜରିଆରେ ମେକର ବାହା ଟ୍ରାଭେଲ ଏଜେନ୍ସି ଦ୍ୱାରା ହୋଟେଲ ବୁକ୍ କରିଥିଲେ। ୧୪ରୁ ୨୩ ଯାଏ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହିଥିଲେ। ବୋଧହୁଏ ଟ୍ରାଭେଲ ଏଜେନ୍ସି ଓ ପରିବାର ଦୁହିଁଙ୍କର ମିଲିଭଗତରେ ଏଭଳି ଧୋକା ଦିଆଯାଇଛି। ଅନୁରାଗ ଯାଦବ ଦିଲ୍ଲୀର ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ କରନ୍ତି। ଏ କଥାରୁ ଗୋଟିଏ ଶିକ୍ଷା ମିଳିଛି। ଯଦି କେହି କୌଣସି ଟ୍ରାଭେଲ ଏଜେନ୍ସି ଜରିଆରେ ହୋଟେଲ ବୁକିଂ କରନ୍ତି। ତେବେ ସେତେବେଳେ କିଛି କଥାକୁ ଧ୍ୟାନରେ ରଖିବା ଜରୁରୀ। ହୋଟେଲ ଭଡ଼ା ପ୍ୟାକେଜରେ ଆଡ୍ ହୋଇଛି କି ନାହିଁ। ଖାଇବା ଖର୍ଚ୍ଚ, ହୋଟେଲରେ ଥିବା ଅନ୍ୟ ସୁବିଧା ଲାଗି ଥିବା ଏକ୍ସଟ୍ରା ଚାର୍ଜ ଯୋଡ଼ାହୋଇଛି ନା ନାହିଁ। ବୁକିଂ ସହ ଜଡ଼ିତ ସମସ୍ତ ସର୍ତ୍ତାବଳୀକୁ ଧ୍ୟାନ ସହକାରେ ପଢ଼ିବା ଜରୁରୀ। ଏହା ସହ ରିଫଣ୍ଡ ଓ ଆଡ଼ଭାନ୍ସ ସହ ଲିଂକ ଥିବା କଥାକୁ ଆଗୁଆ ସ୍ପଷ୍ଟ କରିଦେବା ଜରୁରୀ।
