ଭିକ ମାଗି ୪୦ଲକ୍ଷର ମାଲିକାଣୀ..
ଜଣେ ଭାଇକୁ ୬ଲକ୍ଷ ଟଙ୍କା ଦିଆଯାଇଥିଲା ବେଳେ ଆଉ ଜଣେ ଭାଇକୁ ୨ଲକ୍ଷ ୪୦ହଜାର ଟଙ୍କା ଦିଆଯାଇଛି। ହେଲେ ଏସବୁତକ ଟଙ୍କା ଦୁଇ ଭାଇ ମସଜିଦକୁ ଦାନ କରିଦେଇଛନ୍ତି। ତେବେ ଆହୁରି ୨୦ଟି ବ୍ୟାଗରେ ଥିବା କଏନ ଓ ଟଙ୍କା ଗଣାଯାଇନି। ଜବତ ଟଙ୍କା ଗୁଥାଲୁ ମସଜିଦର ହେପାଜତରେ ଅଛି।

ଭିକ ମାଗି ଜୀବନ ଅତିବାହିତ କରୁଥିଲେ। ଆଉ ପରଲୋକ ପରେ ତାଙ୍କ ଘରେ ଲୋକେ ଯାହା ଦେଖିଲେ ଆଖି ଟେରା ହୋଇଯାଇଛି। ଘରେ ମିଳିଲା ବିପୁଳ କଏନ ଓ ଟଙ୍କାରେ ଭର୍ତ୍ତି ବ୍ୟାଗ୍। କର୍ଣ୍ଣାଟକ ମାଣ୍ଡ୍ୟାରେ ୬୮ ବର୍ଷୀୟ ବ୍ୟକ୍ତି ହୁର୍ ଉନିସା ନିଜ ଅବିବାହିତ ଭଉଣୀ ସହ ରହୁଥିଲେ। ଏମ୍ସ ପାଖରେ ଥିବା ଏକ ସ୍ଥାନୀୟ ମସଜିଦରେ ଭିକ ମାଗି ଚଳୁଥିଲେ। ୨ ବର୍ଷ ପୂର୍ବରୁ ଭଉଣୀଙ୍କ ମୃତ୍ୟୁ ହୋଇସାରିଛି। ଭଡ଼ାଘରେ ଏକୁଟିଆ ରହି ହୁର ଭିକ ମାଗି ଗୁଜରାଣ ମେଣ୍ଟାଉଥିଲେ। ଉଭୟ ଭଉଣୀ ଥିଲେ ଅବିବାହିତ। ଅଗଷ୍ଟ ୨୩ରେ ବାର୍ଦ୍ଧକ୍ୟଜନିତ ରୋଗରୁ ହୁରଙ୍କ ମୃତ୍ୟୁ ହୋଇଗଲା। ତେବେ ଅନ୍ତିମ ସଂସ୍କାର ସମ୍ପନ୍ନ କରିବା ସହ ଘର ସଫା କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକେ ଯେତେବେଳେ ଘରେ ପଶିଲେ। ଦେଖିଲେ ଛୋଟ ଛୋଟ ଅଖା ବସ୍ତାରେ ବିପୁଳ ପରିମାଣରେ ମୁଦ୍ରା ଓ ଟଙ୍କା ଗଛିତ ଅଛି। ଆଉ ଗଣିକି ଦେଖିଲେ ଯେ, ଏଥିରେ ଥିଲା ମୋଟ୍ ୮ଲକ୍ଷ ୪୦ହଜାର ଟଙ୍କା। ଏ ଟଙ୍କାକୁ ମହିଳାଙ୍କ ଦୁଇ ଭାଇଙ୍କୁ ଲୋକେ ହସ୍ତାନ୍ତର କରିଛନ୍ତି। ଜଣେ ଭାଇକୁ ୬ଲକ୍ଷ ଟଙ୍କା ଦିଆଯାଇଥିଲା ବେଳେ ଆଉ ଜଣେ ଭାଇକୁ ୨ଲକ୍ଷ ୪୦ହଜାର ଟଙ୍କା ଦିଆଯାଇଛି। ହେଲେ ଏସବୁତକ ଟଙ୍କା ଦୁଇ ଭାଇ ମସଜିଦକୁ ଦାନ କରିଦେଇଛନ୍ତି। ତେବେ ଆହୁରି ୨୦ଟି ବ୍ୟାଗରେ ଥିବା କଏନ ଓ ଟଙ୍କା ଗଣାଯାଇନି। ଜବତ ଟଙ୍କା ଗୁଥାଲୁ ମସଜିଦର ହେପାଜତରେ ଅଛି। ବାକି ଟଙ୍କା ମୃତ ମହିଳାଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ଗଣା ହେବ। କୁହାଯାଉଛି, ଭିକ ମାଗି ପ୍ରାୟ ୪୦ଲକ୍ଷ ଟଙ୍କାର ମାଲିକ ସାଜିଥିଲେ ମହିଳା। ଆଉ କିଏ କହୁଛି, ଗଣାହେଲେ ଏହା କୋଟିଏ ଟଙ୍କା ପାଖାପାଖି ହୋଇପାରେ। ଜୀବନତମାମ ଦାରିଦ୍ର୍ୟରେ ଜିଇଁଥିବା ମହିଳା ଏବେ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ। ଏ କଥା ବି ସମସ୍ତଙ୍କୁ ଚକିତ କରିଛି ଯେ, ବର୍ଷ ବର୍ଷ ଧରି ଏତେ ଟଙ୍କା ଜମା କରି କେମିତି ମହିଳା ଜଣକ ସାଧାରଣ ଜୀବନ ଜିଉଁଥିଲେ। ଭିକ ମାଗି ପେଟ ପୋଷିବା ଛଡ଼ା ଆଉ କିଛି ଭାବିନଥିଲେ।
