କିସିଂ କାର୍ : ୫.୫ ମିଲିୟନ ଭ୍ୟୁ- ୫୫୦୦ ଟଙ୍କାର ଚାଲାଣ
ରିଲ୍ସରେ ସିନା ଭଲ ଭ୍ୟୁ ବଢ଼ିଲା। ଗାର୍ଲଫ୍ରେଣ୍ଡର ଲିପିଷ୍ଟିକରେ ବୟଫ୍ରେଣ୍ଡ କାର ପ୍ରତି କେତେ ପ୍ରେମ, ତାହା ମାପିହେଲା। ହେଲେ ଟ୍ରାଫିକ ପୁଲିସର ନଜରରେ ଏହା ପଡ଼ିବା ମାତ୍ରେ ସବୁକିଛି ଗଡବଡ଼ ହୋଇଗଲା।

ଚୁମ୍ୱନର କଟିଲା ଚାଲାଣ। ବୟଫ୍ରେଣ୍ଡର କାରରେ ସାଢ଼େ ୩ ଘଣ୍ଟା ଭିତରେ ୩୪ଶହ କିସ୍ କଲେ ଗାର୍ଲଫ୍ରେଣ୍ଡ୍। ମଧ୍ୟପ୍ରଦେଶ ଗ୍ୱାଲିଅରରେ ବୟଫ୍ରେଣ୍ଡ ଆଦିତ୍ୟ କାରରେ ଗାର୍ଲଫ୍ରେଣ୍ଡର ୩୪ଶହ ଲିପିଷ୍ଟିକ। ଏହାର ଭିଡ଼ିଓ କରି ଇନଷ୍ଟାରେ ଅପଲୋଡ୍ କରିଦେଲେ ଆଦିତ୍ୟ। ରିଲ୍ସ ଏତେ ଭାଇରାଲ ହେଲା ଯେ, ଏହାକୁ କିସିଂ କାର୍ ବୋଲି କହିବାକୁ ଲାଗିଲେ ୟୁଜର୍ସ। ବୟଫ୍ରେଣ୍ଡ କାରରେ ୩୪ଶହ କିସ୍। ଗ୍ୱାଲିଅରରେ ଗାର୍ଲଫ୍ରେଣ୍ଡର ଅଜବ ପ୍ରେମ। ପୁରା କାରର ବଡ଼ିରେ ଲିପିଷ୍ଟିକର ଚିହ୍ନ। ବୟଫ୍ରେଣ୍ଡ ଏ ଭିଡ଼ିଓ କରି ଇନଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ। ଆଉ ଏହାର ଭ୍ୟୁ ଦିନକ ଭିତରେ ୫୫ଲକ୍ଷ ପାର୍ କରିସାରିଥିଲା। ହେଲେ ରିଲ୍ସରେ ସିନା ଭଲ ଭ୍ୟୁ ବଢ଼ିଲା। ଗାର୍ଲଫ୍ରେଣ୍ଡର ଲିପିଷ୍ଟିକରେ ବୟଫ୍ରେଣ୍ଡ କାର ପ୍ରତି କେତେ ପ୍ରେମ, ତାହା ମାପିହେଲା। ହେଲେ ଟ୍ରାଫିକ ପୁଲିସର ନଜରରେ ଏହା ପଡ଼ିବା ମାତ୍ରେ ସବୁକିଛି ଗଡବଡ଼ ହୋଇଗଲା। ଦ୍ରୁତ ଗତିରେ କାର ଚଳାଇବା, କାଚରେ ବ୍ଲାକ୍ ସ୍କ୍ରିନ୍ ଲଗାଇବା, ଟ୍ରାଫିକ ନିୟମକୁ ଉଲ୍ଲଂଘନ ଆଦି ଆରୋପରେ ୫ହଜାର୫ଶହ ଟଙ୍କା ଚାଲାଣ କଟିଛି। କାର୍ ଓ ଏହାର ମାଲିକ ଆଦିତ୍ୟ ସିକରବାରଙ୍କୁ ଥାନାକୁ ଡକାଯାଇଥିଲା। ଆଦିତ୍ୟ ସିକରଓ୍ୱାର୍ ନିଜେ କାରରେ ଲାଗିଥିବା ଗାର୍ଲଫ୍ରେଣ୍ଡର ଲିପିଷ୍ଟିକକୁ ସଫା କଲେ। ଆଉ ଚାଲାଣ ଭରି କ୍ଷମା ମାଗିଲେ। ଅପରେସନ ଇଗଲରେ ପୁଲିସ ଏହି କାରକୁ ଟ୍ରାକ୍ କରିଥିଲା। ଟ୍ରାଫିକ ଉଲ୍ଲଂଘନ ଅଭିଯୋଗରେ ପାନେ ଚଖାଇଲା। ନିଆରା ପ୍ରେମ। ହେଲେ ଗାର୍ଲଫ୍ରେଣ୍ଡର ଲିପିଷ୍ଟିକରେ ରିଲ୍ସ ନିଶା ଏକାଥରକେ ଛଡ଼ାଇଦେଲା ପୁଲିସ। ସୋସିଆଲ ମିଡିଆ ଷ୍ଟଣ୍ଟ ପୁରା ପ୍ରେମକୁ ମହଙ୍ଗା କରିଦେଲା।
