ସ୍କୁଟର ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍..
ବସଟି ପୁରା ସ୍କୁଟର ଆରୋହୀଙ୍କ ପଛପଟେ ଓଲଟିପଡ଼ିଥିଲା। ଲାଗୁଥିଲା ଯେମିତି ମୃତ୍ୟୁ ସ୍କୁଟର ଆରୋହୀଙ୍କୁ ଛୁଇଁ ଚାଲିଗଲା। ଆରୋହୀଙ୍କ ପଛପଟକୁ ଲାଗି ବସ୍ ଓଲଟିଲା। କିଛି ବୁଝିବା ଆଗରୁ ସବୁ କିଛି ଘଟିସାରିଥିଲା। ସ୍କୁଟର ଆରୋହୀ ଅଚାନକ ବସ୍ ଆଗକୁ ଚାଲିଆସିଥିଲେ।

ଡ୍ରାଇଭରକୁ ସାବାସ୍। ସ୍କୁଟର ଆରୋହୀକୁ ବଞ୍ଚାଇବାକୁ ପ୍ରୟାସ କଲେ। କିନ୍ତୁ ନିୟନ୍ତ୍ରଣ ହରାଇ ପେଟ୍ରୋଲ ପମ୍ପ ଆଗରେ ଓଲଟିଗଲା ବସ୍। ୫୦ ଫୁଟ ଉଚ୍ଚର ଆଇରନ ପୋଲରେ ପିଟି ହୋଇ ଓଲଟିପଡ଼ିଲା ବସ୍। କେରଳରୁ ଆସିଛି ଏଭଳି ଦୃଶ୍ୟ। ବସରେ ଥିଲେ ପ୍ରାୟ ୪୦ ଯାତ୍ରୀ। ୩୫ ଆହତ ହୋଇଥିଲା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଆହତଙ୍କୁ କୁଠାଥୁକୁଲମ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀଙ୍କ ଅବସ୍ଥା ସ୍ଥିର ଅଛି। ବରଯାତ୍ରୀ ଦଳକୁ ଆସୁଥିଲା ଟୁରିଷ୍ଟ ବସ୍। କେରଳ ଏର୍ଣ୍ଣାକୁଲମରେ କାକୁର ନିକଟସ୍ଥ ପେଟ୍ରୋଲ ପମ୍ପ ଆଗରେ ଏଭଳି ଦୃଶ୍ୟ ସମସ୍ତଙ୍କ ହୋସ୍ ଉଡ଼ାଇଦେଇଛି। କାରଣ ବସଟି ପୁରା ସ୍କୁଟର ଆରୋହୀଙ୍କ ପଛପଟେ ଓଲଟିପଡ଼ିଥିଲା। ଲାଗୁଥିଲା ଯେମିତି ମୃତ୍ୟୁ ସ୍କୁଟର ଆରୋହୀଙ୍କୁ ଛୁଇଁ ଚାଲିଗଲା। ଆରୋହୀଙ୍କ ପଛପଟକୁ ଲାଗି ବସ୍ ଓଲଟିଲା। କିଛି ବୁଝିବା ଆଗରୁ ସବୁ କିଛି ଘଟିସାରିଥିଲା। ସ୍କୁଟର ଆରୋହୀ ଅଚାନକ ବସ୍ ଆଗକୁ ଚାଲିଆସିଥିଲେ। ଏହାକୁ ଦେଖି ଡ୍ରାଇଭର ବ୍ରେକ୍ କଷିଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ଗୋଟିଏ ପଟକୁ ଷ୍ଟିଅରିଂ ମୋଡ଼ି ଥିଲା ବେଳେ ଦୁର୍ଭାଗ୍ୟବଶତଃ ପେଟ୍ରୋଲ ପମ୍ପ ପାଖରେ ଥିବା ଲୁହାପୋଲରେ ଧକ୍କା ଖାଇଥିଲା ବସ୍। କୋଚିର ପେଟ୍ରୋଲ ପମ୍ପ ପାଖରେ ଘଟିଥିବା ଏହି ଦୁର୍ଘଟଣାରେ ବଡ଼ ଧରଣର ବିପତ୍ତି ଟଳିଯାଇଥିଲା।
