ସ୍ୱାମୀକୁ ନିଶା ଦେଇ ପ୍ରେମିକ ସହ ରାସଲୀଳା!
ସ୍ୱାମୀ ଆପତ୍ତି କରିବାରୁ ପତ୍ନୀ ତାଙ୍କ ହାତକୁ ଧରି ପକାଇଥିଲେ। ଆଉ ପ୍ରେମିକ ଗଳା ଚିପି ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଚିଲେଇବା ଶବ୍ଦ ଶୁଣି ପଡ଼ୋଶୀ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏ ଅଭିଯୋଗ ନେଇ ଝାନ୍ସିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ।

ପ୍ରେମିକକୁ ଶ୍ୱଶୁର ଘରକୁ ଡାକି ମାତିଥିଲେ ପ୍ରେମଲୀଳାରେ। ହେଲେ ଧରାପଡ଼ିଗଲେ। ବିବାହକୁ ମାତ୍ର ଦେଢ଼ ମାସ ହୋଇଥିଲା। ସ୍ୱାମୀଙ୍କୁ କ୍ଷୀରରେ ନିଦ ବଟିକା ଦେଇ ପ୍ରେମିକ ସହ ରାତିତମାମ କଥା ହେଉଥିଲେ। ମାମୁଁଙ୍କ ଦୁର୍ଘଟଣା ଖବର ପାଇ ସ୍ୱାମୀ ଦେଖିବାକୁ ଯାଇଥିଲେ ହସ୍ପିଟାଲ। ଆଉ ଘରକୁ ଫେରିବା ପରେ ଯାହା ଦେଖିଲେ ହୋସ୍ ଉଡ଼ିଗଲା। ପତ୍ନୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ପ୍ରେମିକଙ୍କୁ ଦେଖିଥିଲେ। ଝାନସିର ଚିରଗାଁଓ ଥାନା କ୍ଷେତ୍ରର ଏ ଘଟଣା। ତେବେ ଏଥିରେ ବିଚଳିତ ହୋଇପଡିଥିଲେ ପ୍ରେମି ଯୁଗଳ। ସ୍ୱାମୀ ଆପତ୍ତି କରିବାରୁ ପତ୍ନୀ ତାଙ୍କ ହାତକୁ ଧରି ପକାଇଥିଲେ। ଆଉ ପ୍ରେମିକ ଗଳା ଚିପି ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଚିଲେଇବା ଶବ୍ଦ ଶୁଣି ପଡ଼ୋଶୀ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏ ଅଭିଯୋଗ ନେଇ ଝାନ୍ସିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ। ଏ ମାମଲା ପୁରା ଏରିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିରଗାଁଓ ଥାନା ଅନ୍ତର୍ଗତ ଘଟଣା। ଜୁନ୍ ୨୪ରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ହେଲେ ପ୍ରେମିକ ସହ ମିଶି ସ୍ୱାମୀକୁ ମରଣାନ୍ତକ ଆକ୍ରମଣ କଲେ ପତ୍ନୀ। ଅଗଷ୍ଟ ୧୯ରେ ପ୍ରେମିକକୁ ଘରକୁ ଡାକିଥିଲେ। କେହି ଯେମିତି ସନ୍ଦେହ କରିବେନି ପୁରା ଯୋଜନା କରିଥିଲେ। ହେଲେ ଅଗଷ୍ଟ ୨୩ରେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେଇଥିଲେ ସ୍ୱାମୀ।
