ମନ୍ଦିର ଗର୍ଭଗୃହରେ ହଙ୍ଗାମା
ବଚସା ବଢ଼ିବାରୁ ଐଶ୍ୱର୍ଯ୍ୟା ମହିଳା ସବ-ଇନ୍ସପେକ୍ଟର ସବିତାଙ୍କୁ ଚାପୁଡ଼ା ମାରିଥିଲେ। ତାଙ୍କ କ୍ୟାରିଅର ବର୍ବାଦ କରିବାକୁ ଧମକ ଦେଇଥିଲେ। ମହିଳା ସବ-ଇନ୍ସପେକ୍ଟର ବି ବିଧାୟକଙ୍କ ଝିଅକୁ ତାଙ୍କରି ଅନ୍ଦାଜରେ ଜବାବ ଦେଇଥିଲେ। ସେ ବି ଐଶ୍ୱର୍ଯ୍ୟାଙ୍କୁ ଚାପୁଡ଼ା ସେକିଦେଇଥିଲେ। ଏବେ ଦୁହେଁ ପରସ୍ପର ବିରୁଦ୍ଧରେ ଏତଲା ଦେଇଛନ୍ତି।

ମନ୍ଦିର ଗର୍ଭଗୃହରେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଚାପୁଡ଼ା। ଚାପୁଡ଼ା ମାରିଛନ୍ତି ବିଜେପି ବିଧାୟକଙ୍କ ଝିଅ। ଆଉ ବିଧାୟକଙ୍କ ଝିଅ ଯେଉଁ ଅନ୍ଦାଜରେ ଚାପୁଡ଼ା ମାରିଲେ, ଠିକ୍ ସେହି ଅନ୍ଦାଜରେ ତାଙ୍କୁ ବି ସେକିଲେ ସବ-ଇନ୍ସପେକ୍ଟର। ଏବେ ପରସ୍ପର ବିରୁଦ୍ଧରେ ଥାନାରେ ଏତଲା ହୋଇଛି। କର୍ଣ୍ଣାଟକର ଆରତି ଉକ୍କାଡ଼ା ମନ୍ଦିରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଜେପି ବିଧାୟକ ବି ସୁରେଶ ଗୌଡ଼ାଙ୍କ ଝିଅ ଐଶ୍ୱର୍ଯ୍ୟା ନିଜ ପିଲାଙ୍କ ସହ ମାଣ୍ଡ୍ୟା ଜିଲ୍ଲାର ଶ୍ରୀରଙ୍ଗପାଟଣାସ୍ଥିତ ଆରତି ଉକ୍କାଡ଼ା ମନ୍ଦିର ଦର୍ଶନ ଲାଗି ଯାଇଥିଲେ। ସେ ମନ୍ଦିରର ଗର୍ଭଗୃହକୁ ଯିବାକୁ ଭିଆଇପି ଆକ୍ସେସ ଡିମାଣ୍ଡ କରିଥିଲେ। ସେଠାରେ ଡ୍ୟୁଟିରେ ମୁତୟନ ଥିବା ମହିଳା ଥାନାର ସବ-ଇନ୍ସପେକ୍ଟର ସବିତା ପାଟିଲ ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ଯେ, ସାଧାରଣ ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଅଛି। ଯଦି ଏତିକିବେଳେ ତାଙ୍କୁ ସେ ତୁରନ୍ତ ମନ୍ଦିର ଯିବାକୁ ଅନୁମତି ଦେବେ, ତାହେଲେ ଧାଡ଼ିରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁ ଏହାକୁ ବିରୋଧ କରିପାରନ୍ତି। ସେଥିଲାଗି ତାଙ୍କୁ ୨ ମିନିଟ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ। ହେଲେ ସେ ବିଧାୟକଙ୍କ ଝିଅର ପରିଚୟ ଦେଇ ବଚସା ଆରମ୍ଭ କରିଦେଇଥିଲେ। ଆଉ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ବଚସା ବଢ଼ିବାରୁ ଐଶ୍ୱର୍ଯ୍ୟା ମହିଳା ସବ-ଇନ୍ସପେକ୍ଟର ସବିତାଙ୍କୁ ଚାପୁଡ଼ା ମାରିଥିଲେ। ତାଙ୍କ କ୍ୟାରିଅର ବର୍ବାଦ କରିବାକୁ ଧମକ ଦେଇଥିଲେ। ମହିଳା ସବ-ଇନ୍ସପେକ୍ଟର ବି ବିଧାୟକଙ୍କ ଝିଅକୁ ତାଙ୍କରି ଅନ୍ଦାଜରେ ଜବାବ ଦେଇଥିଲେ। ସେ ବି ଐଶ୍ୱର୍ଯ୍ୟାଙ୍କୁ ଚାପୁଡ଼ା ସେକିଦେଇଥିଲେ। ଏବେ ଦୁହେଁ ପରସ୍ପର ବିରୁଦ୍ଧରେ ଏତଲା ଦେଇଛନ୍ତି। ଭିଭିଆଇପି କଲଚରର ବଡ଼ିମାରୁ ଏତେ ବଡ଼ କାଣ୍ଡ ଘଟିଗଲା। ଅନ ଡ୍ୟୁଟି ମହିଳା ପିଏସଆଇଙ୍କୁ ଚାପୁଡ଼ା ମାରିବା ଯାଏ କଥା ବଢ଼ିଗଲା। ଭୀମା ଅମାବାସ୍ୟାରେ ପରସ୍ପର ସହ ହାତାହାତି,ଚାପୁଡ଼ା ମାରିବା ଓ ଅଭଦ୍ରତାର ଆରୋପ ଲାଗିଛି। ଐଶ୍ୱର୍ଯ୍ୟାଙ୍କ ସ୍ୱାମୀ ଏସିପି ଗୌତମ ଅଟନ୍ତି। ଅଗଷ୍ଟ ୧୨ତାରିଖ ରାତି ପ୍ରାୟ ୮ଟା୧୫ର ଘଟଣା। ମହିଳା ପିସଆଇ ସବିତାଙ୍କୁ ଭୀମା ଅମାବାସ୍ୟା ଅବସରରେ ସୁରକ୍ଷା ଡ୍ୟୁଟିରେ ମନ୍ଦିରରେ ମୁତୟନ କରାଯାଇଥିଲା। ତେବେ ଝିଅର ଏଭଳି ବ୍ୟବହାର ଲାଗି ତୁମାକୁରୁ ରୁରାଲ ବିଧାୟକ ବି.ସୁରେଶ ସାର୍ବଜନୀନ ଭାବେ କ୍ଷମା ମାଗିଛନ୍ତି। ଯଦି ଝିଅର ଆଚରଣ ଭୁଲ୍, ତେବେ ସେ ଆଇନ ଅନୁସାରେ ଦଣ୍ଡ ପାଇବ। ଏହା ସହ କହିଛନ୍ତି, ମନ୍ଦିରରେ ଭିଆଇପି ପ୍ରୋଟୋକଲ ବ୍ୟବସ୍ଥା ହଟିବା କଥା। କାରଣ ଭଗବାନଙ୍କ ଆଗରେ ସବୁ ସମାନ।
