ଟିମସି ବିଦ୍ରୋହୀଙ୍କ ନୂଆ ଘର- ଏନସିପିଆଇ!
ଏନସିପିଆଇ ଏକ ଆଞ୍ଚଳିକ ଦଳ। ନା ଦଳର ଆଖିଦୃଶିଆ ଉପସ୍ଥିତି ଅଛି ନା ପ୍ରତିନିଧିତ୍ୱ। ଲୋକସଭାରେ ୨୮ ସାଂସଦଙ୍କୁ ନେଇ ତୃତୀୟ ବୃହତ ଦଳ ହେଉଛି ଟିଏମସି। ହେଲେ ୨୦ ସାଂସଦଙ୍କ ବିଦ୍ରୋହ ପରେ ଟିଏମସିର ସଂସଦୀୟ ଶକ୍ତି ହ୍ରାସ ପାଇଛି।

୨୦୨୪ ଲୋକସଭାରେ ବିଲକୁଲ ପ୍ରତିନିଧିତ୍ୱ ଶୂନ୍। ହେଲେ ମାତ୍ର ୨ ବର୍ଷ ଭିତରେ ପାର୍ଟିର ଲୋକସଭା ସଦସ୍ୟ ୨୦। ଶୁଣିବାକୁ ଆଶ୍ଚର୍ଯ୍ୟ । ହେଲେ ଏଭଳି ରାଜନୀତି ଓ ରଣନୀତି ଦେଖିବାକୁ ମିଳିଛି ଏନସିପିଆଇରେ। ନାସନାଲ ସିଟିଜେନ ପାର୍ଟି ଅଫ ଇଣ୍ଡିଆରେ। ରାତାରାତି କେମିତି ଏ ପାର୍ଟିରେ ଏତେ ସାଂସଦ ହୋଇଗଲେ। କାରଣ ଟିଏମସିର ୨୦ ବିଦ୍ରୋହୀ ସାଂସଦ ଏନସିପିଆଇରେ ବିଲୟ ହୋଇଗଲେ। ପାର୍ଟି ଡକ୍ୟୁମେଣ୍ଟରେ ସେଓ୍ୱଲି କୁଣ୍ଡୁ ଦଳର କୋଷାଧ୍ୟକ୍ଷ। ତାଙ୍କ ସ୍ୱାମୀ ଉତିୟା କୁଣ୍ଡୁ ଦଳର ସଭାପତି। ୨୦୨୩ରେ ଏନସିପିଆଇ ତ୍ରିପୁରାରେ ନିର୍ବାଚନୀ ଡେବ୍ୟୁ କରିଥିଲା। ୨ଟି ଆସନରୁ ଲଢ଼ି ପାଇଥିଲା ମାତ୍ର ୮୨୨ ଭୋଟ୍। ୭ ପ୍ରାର୍ଥୀଙ୍କ ଭିତରୁ ୪ ଜଣଙ୍କ ନାମାଙ୍କନ ରଦ୍ଦ ହୋଇଥିଲା। ନିର୍ବାଚନ କମିଶନଙ୍କ ରେକର୍ଡ ଅନୁସାରେ, ପାର୍ଟି ମାତ୍ର ୧ଲକ୍ଷ୧୩ହଜାର ଟଙ୍କା ଚାନ୍ଦା ପାଇଥିଲା। ହେଲେ ଯେଉଁ ଏନିସିପିଆଇରେ ମିଶିଗଲେ କହି ୨୦ ବିଦ୍ରୋହୀ ସାଂସଦ ବାଚସ୍ପତିଙ୍କୁ ରବିବାର ଅବଗତ କରିଥିଲେ। ଏବେ ନା ଘରର ହେଲେ ନା ଘାଟର। କାରଣ ଏହି ୨୦ ବିଦ୍ରୋହୀ ସାଂସଦଙ୍କୁ ଗ୍ରହଣ କରିବାକୁ ଏନସିପିଆଇର ମହାସଚିବ ଋିତିକ ମଣ୍ଡଳ ମନା କରିଦେଇଛନ୍ତି। ବିଦ୍ରୋହୀଙ୍କୁ ନିଜ ଦଳରେ ସାମିଲ କଲେ ଦଳ ବଦନାମ ହେବ ବୋଲି କହିଛନ୍ତି। ଏନସିପିଆଇ ଏକ ଆଞ୍ଚଳିକ ଦଳ। ନା ଦଳର ଆଖିଦୃଶିଆ ଉପସ୍ଥିତି ଅଛି ନା ପ୍ରତିନିଧିତ୍ୱ। ଲୋକସଭାରେ ୨୮ ସାଂସଦଙ୍କୁ ନେଇ ତୃତୀୟ ବୃହତ ଦଳ ହେଉଛି ଟିଏମସି। ହେଲେ ୨୦ ସାଂସଦଙ୍କ ବିଦ୍ରୋହ ପରେ ଟିଏମସିର ସଂସଦୀୟ ଶକ୍ତି ହ୍ରାସ ପାଇଛି। ସେପଟେ ବିଦ୍ରୋହୀଙ୍କୁ ଲିଡ୍ କରୁଥିବା କାକୋଳି ଘୋଷ ଦାବି କଲେଣି, ଏ ସଂଖ୍ୟା ୨୨କୁ ଛୁଇଁବ। ଟିଏମସି କହିଛି, ଏଭଳି ବିଦ୍ରୋହୀଙ୍କୁ ବିଶ୍ୱାସଘାତକ କହିବା ଉଚିତ୍ ହେବ। ସେମାନେ ସମସ୍ତ ମର୍ଯ୍ୟାଦା ଭୁଲିଗଲେ। ଦଳୀୟ ଚିହ୍ନରେ ନିର୍ବାଚନ ଜିତିଲେ। ହେଲେ ଦଳକୁ ଧୋକା ଦେଲେ। ବାଚସ୍ପତିଙ୍କୁ ଅନୁରୋଧ କରିଛି, ଏଭଳି ବିଦ୍ରୋହୀ ଗୋଷ୍ଠୀକୁ ଅଲଗା ଗ୍ରୁପର ମାନ୍ୟତା ଦିଆନଯାଉ। ଏହି ବିଦ୍ରୋହ ଓ ବିଲୟ ରଣନୀତି ପଛରେ ବିଜେପିର ହାତ ଥିବା ଆରୋପ ଲଦିଛି ଟିଏମସି। ଟିଏମସି ବିଦ୍ରୋହୀ ସାଂସଦଙ୍କ ନୂଆ ଘର ଏବେ ଏନସିପିଆଇ। ତେବେ ଏନସିପିଆଇର ଟିଏମସି ସହ କନେକ୍ସନ କେବଳ ହାଓଡ଼ାକୁ ନେଇ। ହାଓଡ଼ାରେ ଏନସିପିଆଇର ପାର୍ଟି ଅଫିସ ଅଛି। ୬ ବର୍ଷ ତଳର ତ୍ରିପୁରା ଆଧାରିତ ଏହି ପାର୍ଟିର ରେଜିଷ୍ଟ୍ରେସନ ହାଓଡ଼ାର ସାଙ୍କରେଲରେ ପଞ୍ଜୀକୃତ ହୋଇଥିଲା। ତ୍ରିପୁରା ଆଧାରିତ ଏକ ଛୋଟ ରାଜନୈତିକ ଦଳ ଭାବେ ପରିଚିତ ଏନସିପିଆଇ ହଠାତ୍ ଜାତୀୟ ରାଜନୀତିର କେନ୍ଦ୍ରବିନ୍ଦୁକୁ ଆସିଛି। ସମୀକ୍ଷକଙ୍କ ମତରେ, ବିଦ୍ରୋହୀ ସାଂସଦମାନେ ସିଧାସଳଖ ବିଜେପିରେ ଯୋଗ ନଦେଇ ଏନସିପିଆଇରେ ମିଶିବା ଜରିଆରେ ଦଳବଦଳ ବିରୋଧୀ ଆଇନରୁ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଯଦି ଏହି ମିଶ୍ରଣ ଆଇନଗତ ଭାବେ ବୈଧ ହୁଏ, ତେବେ NCPI ଏନ୍ଡିଏର ଏକ ପ୍ରମୁଖ ସହଯୋଗୀ ଦଳ ଭାବେ ଉଭା ହୋଇପାରେ।
