Salepur BJP:ସାଲେପୁରରେ ବିଜେପିର ସ୍ୱାଗତ ସମାବେଶ, ବିଭିନ୍ନ ଦଳର ନେତା-କର୍ମୀ ସାମିଲ
ଆଗକୁ ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ସାଲେପୁର ଅଞ୍ଚଳରେ ବଢ଼ିଛି ରାଜନୈତିକ ଗତିବିଧି। ଦଳବଦଳକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଆଗକୁ ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ସାଲେପୁର ଅଞ୍ଚଳରେ ବଢ଼ିଛି ରାଜନୈତିକ ଗତିବିଧି। ଦଳବଦଳକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟ ଧରି ବିଜେଡିର ସଂଗଠନକୁ ନେଇ ଚର୍ଚ୍ଚାରେ ଥିବା ସାଲେପୁରରେ ଏବେ ରାଜନୈତିକ ଚିତ୍ରରେ ପରିବର୍ତ୍ତନ ଦେଖାଦେଇଥିବା ଦାବି କରାଯାଉଛି । ସାଲେପୁର ସୁଦଖଣ୍ଡ ପଞ୍ଚାୟତରେ ବିଜେପି ନେତା ଅରିନ୍ଦମ ରାୟଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ ଓ ସ୍ୱାଗତ ସମାବେଶ ଆୟୋଜିତ ହୋଇଥିଲା । ସମାବେଶରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି ।ଏହି ଅବସରରେ ବିଭିନ୍ନ ଦଳର କିଛି ଛାମୁଆ ନେତା ଓ କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ଯୋଗ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ଦଳବଦଳ ସାଲେପୁର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ଦିନରେ ଏହି ଅଞ୍ଚଳର ରାଜନୈତିକ ସମୀକରଣ କେଉଁ ଦିଗକୁ ଯିବ, ତାହା ଉପରେ ଏବେ ନଜର ରହିଛି ।
