ଏନଡିଏରେ ସାମିଲ୍ ହେବେ ୨୦ ଟିଏମସି ସାଂସଦ- କାକୋଳି ନେଲେ ଲିଡ୍
ଯଦି ଏହି ସମର୍ଥନ ଔପଚାରିକ ରୂପ ନିଏ, ତେବେ ଏହା କେବଳ TMC ନୁହେଁ, ବରଂ INDIA ମହାମେଣ୍ଟର ଶକ୍ତି ସନ୍ତୁଳନ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଟିଏମସିର ୨୦ ସାଂସଦ ବିଦ୍ରୋହୀ ସାଜି ବାଚସ୍ପତିଙ୍କଠୁ ମାନ୍ୟତା ମାଗିଛନ୍ତି

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC) ଭିତରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବେ ସଂସଦ ପର୍ଯ୍ୟନ୍ତ ପହଞ୍ଚିଛି। ଟିଏମସି ର ବରିଷ୍ଠ ସାଂସଦ କାକୋଲି ଘୋଷ ଦାସ୍ତିଦାର ଦାବି କରିଛନ୍ତି ଯେ ପ୍ରାୟ ୨୦ ଟିଏମସିର ଲୋକସଭା ସାଂସଦ ଏକାଠି ହୋଇ NDAକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏନେଇ ଲୋକସଭା ଅଧ୍ୟକ୍ଷ Om Birlaଙ୍କୁ ଚିଠି ମଧ୍ୟ ପଠାଇଛନ୍ତି। କାକୋଲି ଘୋଷ ଦସ୍ତିଦାରଙ୍କ କହିବା ଅନୁସାରେ, ବଙ୍ଗ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଅନେକ ସାଂସଦ ମନେ କରୁଛନ୍ତି ଯେ ତାଙ୍କର ଭବିଷ୍ୟତ ରାଜନୈତିକ ପଥ NDA ସହ ରହିବା ଉଚିତ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସମସ୍ତ ସାଂସଦଙ୍କ ସହ ଆଲୋଚନା ପରେ ନିଆଯାଇଛି। ବର୍ତ୍ତମାନ ଟିଏମସିର ଲୋକସଭାରେ ୨୮ ସାଂସଦ ଅଛନ୍ତି। ସେଥିରୁ ୨୦ ସାଂସଦ ଯଦି NDAକୁ ସମର୍ଥନ ଦିଅନ୍ତି, ତେବେ ଏହା ଦଳର ସଂସଦୀୟ ଶକ୍ତି ଉପରେ ବଡ଼ ପ୍ରଭାବ ପକାଇପାରେ। ଏହି ସଂଖ୍ୟା ଦଳବଦଳ ଆଇନର ଦୁଇ-ତୃତୀୟାଂଶ ସୀମାଠାରୁ ଅଧିକ ଥିବାରୁ ବିଦ୍ରୋହୀ ସାଂସଦମାନେ ଆଇନଗତ ସୁରକ୍ଷା ପାଇବାକୁ ଚେଷ୍ଟା କରିପାରନ୍ତି। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ TMC ସୁପ୍ରିମୋ ମମତା ବାନାର୍ଜୀ ଦିଲ୍ଲୀରେ INDIA ମହାମେଣ୍ଟ ବୈଠକରେ ଯୋଗ ଦେଇଥିଲେ। ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ବିଦ୍ରୋହୀ ନେତାଙ୍କ କାର୍ଯ୍ୟକଳାପ TMC ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଯଦି ଏହି ସମର୍ଥନ ଔପଚାରିକ ରୂପ ନିଏ, ତେବେ ଏହା କେବଳ TMC ନୁହେଁ, ବରଂ INDIA ମହାମେଣ୍ଟର ଶକ୍ତି ସନ୍ତୁଳନ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଟିଏମସିର ୨୦ ସାଂସଦ ବିଦ୍ରୋହୀ ସାଜି ବାଚସ୍ପତିଙ୍କଠୁ ମାନ୍ୟତା ମାଗିଛନ୍ତି। ଲୋକସଭାରେ ଅଲଗା ବସିବାକୁ ଜାଗା ଦେବାକୁ ଅନୁରୋଧ କରିଛନ୍ତି। ସେମାନେ ଏନଡିଏରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରି ଏଭଳି ଚିଠି ଲେଖିଛନ୍ତି। ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଦସ୍ତଖତ କରିଥିବା ସାଂସଦ ହେଲେ- ଅରୂପ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଶତାବ୍ଦୀ ରାୟ, ଜଗଦୀଶ ବସୁନିଆ, କାକୋଳି ଘୋଷ ଦସ୍ତିଦାର, ପ୍ରସୁନ ବାନାର୍ଜୀ, କାଳିପଦା ସୋରେନ, ଶର୍ମିଲା ସରକାର, ଜୁନ୍ ମାଲିୟା, ବାପଇ ହାଲଦାର, ଅସିତ ମଲ, ଶୁଭେନ୍ଦୁ ଶେଖର ରାୟ ପ୍ରମୁଖ। ବିଦ୍ରୋହୀ ଗୋଷ୍ଠୀଙ୍କ ନେତା ଭାବେ କାକୋଳି ଘୋଷଙ୍କୁ ମାନ୍ୟତା ଦେବାକୁ ଦାବି କରିଛନ୍ତି ୨୦ ସାଂସଦ। ଏଭଳି ଚିଠି ଲେଖି ମାନ୍ୟତା ଦାବି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଘରେ ବିଦ୍ରୋହୀ ସାଂସଦଙ୍କ ବୈଠକ ହୋଇଥିଲା। ବୈଠକରେ ରାଜ୍ୟସଭା ସାଂସଦ ଶୁଭେନ୍ଦୁ ଶେଖର ରାୟ ବି ସାମିଲ୍ ଥିଲେ। ପରେ ଶୁଭେନ୍ଦୁ ଶେଖର ରାୟ ସଭାପତି ସିପି ରାଧାକ୍ରିଷ୍ଣନଙ୍କ ସହ ଭେଟି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଆଉ ଟିଏମସି ଛାଡ଼ିବାକୁ ଘୋଷଣା କରିଛନ୍ତି। ଇସ୍ତଫା ଦେବା ପରେ ମମତାଙ୍କୁ ଓ୍ୱାଟସଆପ୍ ଓ ଇମେଲ ଜରିଆରେ ଅବଗତ କରିଛନ୍ତି।
