ଘରେ ପଶି ଲୁଟିନେଲେ ଅଢ଼େଇ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର
କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗାଁରେ ବିଳମ୍ବିତ ରାତିରେ ଘର ଲୋକେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ।
କଳାହାଣ୍ଡି: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର । କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗାଁରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ଘର ଲୋକେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ନଗଦ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କରଲାପିଠା ଗାଁର ଗତକାଲି ରାତିରେ ପାର୍ଥବ ସାହୁ ଓ ତାଙ୍କ ପରିବାର ଲୋକେ ଘରେ ଶୋଇଥିଲେ। ଏହାର ସୁଯୋଗ ନେଇ ପ୍ରାୟ ରାତି ୧ଟା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା, ୧୭ ଭରି ସୁନା ଓ ୩୦ ଭରି ରୁପା ଅଳଙ୍କାର ଲୁଟି ନେଇଥିଲେ। ପରିବାର ଲୋକେ ସକାଳୁ ଉଠିବା ପରେ ଆଲମିରା ଭଙ୍ଗା ଯାଇଥିବା ଏବଂ ସମସ୍ତ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଘର ଲୋକେ ଶୋଇଥିବା ସମୟରେ ଏଭଳି ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଚୋରମାନଙ୍କୁ ଧରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
