Family Brutally Attacked : ରାସ୍ତା ପଚାରିବାକୁ ଆସିଥିଲେ, ହେଲେ ଉଦ୍ଦେଶ୍ୟ ଥିଲା ଆଉ କିଛି
ହଠାତ୍ ଆସିଲେ କିଛି ଯୁବକ… ତା’ପରେ ଘଟିଲା ଏମିତି କିଛି, ଯାହାକୁ ନେଇ ଶୈଲଙ୍ଗ ବଜାରରେ ଚାଞ୍ଚଲ୍ୟ! ଆକ୍ରମଣ ପଛରେ ରହିଛି କେଉଁ ରହସ୍ୟ?
ଅଚାନକ ଆସିଲେ ଯୁବକଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଙ୍କୁ ପ୍ରବଳ ମାଡ଼ ମାରି ଫେରାର ହୋଇଗଲେ ଦୁର୍ବୁତ୍ତ। ମାଡ଼ପିଟ୍ କୁ ନେଇ ଶୈଲଙ୍ଗ ବଜାରରେ ଉତ୍ତେଜନା। କେନ୍ଦୁଝରର ଆନନ୍ଦପୁର ପୌରପରିଷଦ ଶୈଲଙ୍ଗ ଗାଁର ଦୀପ୍ତି ନାରାୟଣ ସାହୁ ନାମକ ଯୁବକ ନିଜ ଘର ଆଗରେ ଠିଆ ହୋଇଥିବା ବେଳେ କାର ଓ ବାଇକ ଯୋଗେ ପାଖାପାଖି ୮ଜଣ ଯୁବକ ପହଁଞ୍ଚି ବଳରାମପୁର କୁ କେଉଁ ରାସ୍ତା ପଚାରିବା ସହିତ ଅଚାନକ ଗାଡ଼ିରୁ ଓଲ୍ହାଇ ଦୀପ୍ତି ଙ୍କୁ ଆକ୍ରମଣ କରିଥିଲେ। ପରିବାର ଲୋକେ ଏହାକୁ ବିରୋଧ କରିବାରୁ ପରିବାର ଲୋକଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରିଥିଲେ ସେହି ଯୁବକ ମାନେ। ସ୍ଥାନୀୟ ଲୋକେ ଆସିଯିବାରୁ ସେଠାରୁ ସମସ୍ତେ ଦୌଡ଼ି ପଳାଇଯାଇଥିଲେ। ତାଙ୍କର ଗୋଟିଏ ବାଇକ ସେଠାରେ ରହିଯାଇଥିଲା। ସୂଚନା ଅନୁଯାୟୀ ଦୀପ୍ତି ଜଣେ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ଗତକାଲି ଖାଲପାଳ ଗାଁକୁ ଯାଇଥିଲେ ଟ୍ରକ ଫାଇନାନ୍ସ ଟଙ୍କା ଆଦାୟ ପାଇଁ। ଏହି ଘଟଣା କୁ କେନ୍ଦ୍ରକରି ଖାଲପାଳ ର କିଛି ଦୁର୍ବୁତ୍ତ ଶ୍ରେଣୀୟ ଯୁବକ ଏକତ୍ରିତ ଭାବେ ଆସି ମାଡ଼ପିଟ କରିଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି। ତେବେ ସମସ୍ତ ଦୁର୍ବୁତ୍ତ ଗାଁରୁ ଫେରାର ହୋଇଯାଇଥିବା ବେଳେ କେନ୍ଦୁଝର ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିଛି।
