ସ୍କୁଲ ବହିରେ ଆତଙ୍କବାଦୀଙ୍କୁ ମହିମାମଣ୍ଡିତ
କେବଳ ଏକ ଏକାଡେମିକ୍ ତୃଟି ନୁହେଁ, ବରଂ ଅପରାଧିକ ମାମଲା ବୋଲି ଦର୍ଶାଇଛନ୍ତି। ଏହା ଏକାଡେମିକ ଜିହାଦର ଅଂଶ ଅଟେ। ଯାହାର ଉଦ୍ଦେଶ୍ୟ ଶିକ୍ଷା ବ୍ୟବସ୍ଥାର ଉପଯୋଗ କରି ପାକିସ୍ତାନ ସମର୍ଥିତ ଧାରଣାକୁ ବ୍ୟାପକ କରିବା।

ସ୍କୁଲ ବହିରେ ଆତଙ୍କବାଦୀଙ୍କୁ ମହିମାମଣ୍ଡିତ! ଜମ୍ମୁକଶ୍ମୀରର ସରକାରୀ ସ୍କୁଲର ଦୁଇଟି ବହିରେ ଆତଙ୍କବାଦୀ, ଉଗ୍ରବାଦୀ ଓ ପଥରମାଡ଼ କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସାରେ ପୋତି ପକାଇ ଦିଆଯାଇଛି। ଯାହାକୁ ନେଇ ଏଭଳି ବହିର ଚୟନ ଓ କିଣାକୁ ନେଇ ବିବାଦ ଛିଡ଼ା ହୋଇଛି। ଏଥିରେ ଜମ୍ମୁକଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗଲା ଶନିବାର ଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ଉପରାଜ୍ୟପାଳ। ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଏହାର ବିଭାଗୀୟ ଯାଞ୍ଚର ନିର୍ଦେଶ ଦେଇଛନ୍ତି ସିହ୍ନା। ୩୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଅଭିଯୁକ୍ତ ଲେଖକ ଓ ପ୍ରକାଶକଙ୍କୁ କେନ୍ଦ୍ରଶାସିତ ପ୍ରଦେଶରେ ପ୍ରତିବନ୍ଧିତ ଓ କଳାତାଲିକାଭୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ତାଙ୍କ ଦ୍ୱାରା ଲିଖିତ ବା ପ୍ରକାଶିତ ସାମଗ୍ରୀକୁ ଜମ୍ମୁକଶ୍ମୀରର କ୍ଷେତ୍ରକୁ ହଟାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭାରେ ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏହି ମୁଦ୍ଦାକୁ କେବଳ ଏକ ଏକାଡେମିକ୍ ତୃଟି ନୁହେଁ, ବରଂ ଅପରାଧିକ ମାମଲା ବୋଲି ଦର୍ଶାଇଛନ୍ତି। ଏହା ଏକାଡେମିକ ଜିହାଦର ଅଂଶ ଅଟେ। ଯାହାର ଉଦ୍ଦେଶ୍ୟ ଶିକ୍ଷା ବ୍ୟବସ୍ଥାର ଉପଯୋଗ କରି ପାକିସ୍ତାନ ସମର୍ଥିତ ଧାରଣାକୁ ବ୍ୟାପକ କରିବା। ବହିରେ ଆତଙ୍କବାଦୀ ମକବୁଲ ଭଟ, ହାଫିଜ୍ ସଇଦ ଓ ଉଗ୍ରବାଦୀ ନେତା ସୟେଦ ଅଲି ଶାହା ଗିଲାନୀ, ସବ୍ବିର ଶାହା, ମିରଓ୍ୱାଇଜ ଉମର ଫାରୁକ ସମେତ ଅନ୍ୟମାନଙ୍କୁ ସକରାତ୍ମକ ରୂପରେ ଦର୍ଶାଯାଇଛି।
