Asian Games 2026: ଜାପାନକୁ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ
ଜାପାନକୁ ମାତ ଦେଇ ସେମିଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ | ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ ଠାରୁ ଯେଉଁଭଳି ପ୍ରଦର୍ଶନର ଆଶା କରାଯାଉଥିଲା, ଦଳ ଠିକ୍ ସେହିଭଳି ପ୍ରଦର୍ଶନ କରିଛନ୍ତି |

ଜାପାନକୁ ମାତ ଦେଇ ସେମିଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ | ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ ଠାରୁ ଯେଉଁଭଳି ପ୍ରଦର୍ଶନର ଆଶା କରାଯାଉଥିଲା, ଦଳ ଠିକ୍ ସେହିଭଳି ପ୍ରଦର୍ଶନ କରିଛନ୍ତି | ଏବେ ଏସିଆ କପ୍ ଜିତି ଆସିଥିବା ଭାରତୀୟ ଦଳ ଆଜି ଜାପାନକୁ ଏକତରଫା ଭାବେ ୮ ୱିକେଟ୍ରେ ପରାସ୍ତ କରିଛି | ଏହି ବିଜୟ ସହ ଭାରତ ଏସିଆନ୍ ଗେମ୍ସ-୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି | ଏଥିସହ ଭାରତ ସେମିଫାଇନାଲରେ ମଧ୍ୟ ନିଜ ସ୍ଥାନ ପକ୍କା କରିଛି, କାରଣ ଟିମ୍ ଇଣ୍ଡିଆ ସିଧାସଳଖ କ୍ୱାର୍ଟର ଫାଇନାଲରୁ ଅଭିଯାନ ଆରମ୍ଭ କରିଥିଲା | ଭାରତ ଟସ ଜିତି ଓ ଜାପାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଡାକିଥିଲେ | ଜାପାନ ପ୍ରଥମେ ସ୍ଲୋ ଆରମ୍ଭ କରି ,ପାୱାରପ୍ଲେରେ ସେ ୱିକେଟ୍ ଦେଇ ନଥିଲେ | ସେହି ସମୟରେ ଲାଗିଥିଲା କି , ଟିମ କିଛି ବଡ ସ୍କୋର କରିବ କିନ୍ତୁ ସପ୍ତମ ଓଭୋରରୁ ୱିକେଟ୍ ନେବା ଆରମ୍ଭ ହେଲା ଏବଂ ୨୦ ଓଭରରେ ୫ ବଲରେ ଶେଷ ୱିକେଟ୍ ହୋଇଥିଲା | ଟିମ ୫୭ ରନ୍ରେ ହାରିଥିଲେ | ଭାରତର ମାତ୍ର ୫ ଓଭରରେ ୨ ୱିକେଟ୍ ହରେଇ ଏହି ଲକ୍ଷ୍ୟ ହାସଲ କଲା | ଭାରତକୁ ପ୍ରଥମ ୱିକେଟ୍ ଦେବାର ଆରମ୍ଭ କରିଥିଲେ ଶ୍ରୀଚରଣୀ | ସେ ସପ୍ତମ ଓଭରର ଦ୍ୱିତୀୟ ଓ ତୃତୀୟ ବଲ୍ରେ କ୍ରମାଗତ ଦୁଇଟି ୱିକେଟ୍ ନେଇ ଜାପାନର ୱିକେଟ୍ ପତନ ଆରମ୍ଭ କରିଥିଲେ | ଏହାପରେ ଲଗାତାର ୱିକେଟ୍ ପଡ଼ିବାରେ ଲାଗିଥିଲା | ଜାପାନ ଦଳର କେବଳ ଦୁଇ ଜଣ ବ୍ୟାଟର୍ ଦୁଇ ଅଙ୍କରେ ପହଞ୍ଚିପାରିଥିଲେ | ସେମାନଙ୍କ ମଧ୍ୟରେ ଅୟାକା କାଟୋ ଷ୍ଟାଫୋର୍ଡ ସର୍ବାଧିକ ୨୫ ରନ୍ କରିଥିଲେ | ତାଙ୍କ ଓପନିଂ ସାଥୀ ହାରୁନା ଇୱାସାକି ୧୦ ରନ୍ କରିଥିଲେ | ଭାରତ ପକ୍ଷରୁ ଶ୍ରୀଚରଣୀ ଚାରି ଓଭର ବୋଲିଂ କରି ମାତ୍ର ୧୦ ରନ୍ ଦେଇଥିଲେ | ଏଥିରେ ସେ ଦୁଇଟି ମେଡେନ୍ ଓଭର ସହ ୪ଟି ୱିକେଟ୍ ହାସଲ କରିଥିଲେ | ତାଙ୍କ ବ୍ୟତୀତ ଶେଫାଳୀ ବର୍ମା ୨ଟି ୱିକେଟ୍ ନେଇଥିଲେ | ଶ୍ରେୟାଙ୍କା ପାଟିଲ ଓ ଦୀପ୍ତି ଶର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା | ଜାପାନର ଦୁଇ ଜଣ ବ୍ୟାଟର୍ ରନ୍ଆଉଟ୍ ହୋଇଥିଲେ | ଲକ୍ଷ୍ୟ ସହଜ ଥିଲା ଏବଂ ଭାରତ ଏହାକୁ ସହଜରେ ହାସଲ କରିନେବ ବୋଲି ଜାପାନ ମଧ୍ୟ ଜାଣିଥିଲା | କିନ୍ତୁ ଜାପାନ ଭାରତର ଦୁଇଟି ୱିକେଟ୍ ନେଇଥିଲା | ଏହି ୱିକେଟ୍ ହାସଲ କରିବା ପରେ ପୂରା ଜାପାନୀ ଦଳ ଖୁସିରେ ଆତ୍ମହରା ହୋଇଯାଇଥିଲା | ସ୍ମୃତି ମନ୍ଧାନାଙ୍କ ସ୍ଥାନରେ ଶେଫାଳୀଙ୍କ ସହ ଇନିଂସ୍ ଆରମ୍ଭ କରିବାକୁ ଆସିଥିବା ଗୁନାଲାନ କାମିଲିନୀ ଦ୍ୱିତୀୟ ଓଭରର ଦ୍ୱିତୀୟ ବଲ୍ରେ ବିନା ଖାତା ଖୋଲି ଆଉଟ୍ ହୋଇଥିଲେ | ଭାରତୀ ଫୁଲମାଳୀ ମଧ୍ୟ ତୃତୀୟ ଓଭରର ଚତୁର୍ଥ ବଲ୍ରେ ପାଭିଲିୟନ୍ ଫେରିଥିଲେ | ସେ ୬ ରନ୍ କରିଥିଲେ | ଅନ୍ୟପଟେ ଥିବା ଶେଫାଳୀ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିଥିଲେ | ସେ ୧୫ଟି ବଲ୍ରେ ୬ଟି ଚୌକା ଓ ୨ଟି ଛକା ସହ ୪୦ ରନ୍ କରି ନଟ୍ ଆଉଟ୍ ହୋଇ ରହିଥିଲେ | ଋଚା ଘୋଷ ଛକା ମାରି ଭାରତକୁ ବିଜୟ ଦେଇଥିଲେ | ସେ ୬ଟି ବଲ୍ରେ ୨ଟି ଛକା ସହ ୧୨ ରନ୍ କରି ଅପରାଜିତ ହୋଇ ଫେରିଥିଲେ |
