INJURY IN DISABLE STUDENT:: ଭିନ୍ନକ୍ଷମ ଛାତ୍ରୀଙ୍କ ଆଖିରେ ଆଘାତ ଅଭିଯୋଗ
ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଛାତ୍ରୀଙ୍କୁ ଦଣ୍ଡ ଦେବା ନାମରେ ଆଖିରେ ଆଘାତ କରାଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଥିଲା । ନୁର୍ତ୍ତାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶିରିପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେହୁରୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ପୀଡ଼ିତା ଛାତ୍ରୀ ଦେବସ୍ମିତା ସାମଲ (ଲିପା)ଙ୍କ ବାପା ଅମୂଲ୍ୟ ସାମଲ ।
ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ' ସାକ୍ଷାତ ଇଶ୍ୱର l ଗୁରୁଙ୍କୁ ଆମ ସମାଜରେ ସମ୍ମାନର ସର୍ବୋଚ୍ଚ ସ୍ଥାନ ଦିଆଯାଇଥାଏ । ତାଙ୍କ ଶ୍ରଦ୍ଧା, ଆଦର, ଯତ୍ନ ଓ ଅନୁଶାସନ ମଧ୍ୟରେ ବିଦ୍ୟାର୍ଥୀ ଜୀବନରେ ସଫଳତାର ପଥ ଖୋଜିଥାନ୍ତି । ତେବେ ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଛାତ୍ରୀଙ୍କୁ ଦଣ୍ଡ ଦେବା ନାମରେ ଆଖିରେ ଆଘାତ କରାଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଥିଲା । ନୁର୍ତ୍ତାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶିରିପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେହୁରୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ପୀଡ଼ିତା ଛାତ୍ରୀ ଦେବସ୍ମିତା ସାମଲ (ଲିପା)ଙ୍କ ବାପା ଅମୂଲ୍ୟ ସାମଲ । ଅଭିଯୋଗ ଅନୁଯାୟୀ, ଛାତ୍ରୀଙ୍କ ବାମ ଆଖିରେ ଆଘାତ ଲାଗିବାରୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଚିକିତ୍ସା ପାଇଁ ନିଆଯାଇଥିଲା । ପରେ କଟକରେ ତାଙ୍କ ଆଖିର ଅପରେସନ୍ କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଥିବାବେଳେ ମାହାଙ୍ଗା ବିଇଓ ମୋନାଲିସା ସର୍କାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ଶିକ୍ଷୟିତ୍ରୀ ଘଟଣାକୁ ଅସ୍ୱୀକାର କରି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

