ଟ୍ରୋଲବାହିନୀର ଟାର୍ଗେଟରେ ବାପା-ଝିଅ!
ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ଝିଅ ନୈମିଷା ପ୍ରଧାନ। ବିଦେଶରେ ପଠାପଢ଼ାକୁ ନେଇ କିଛି ଦିନ ତଳେ ନୈମିଷାଙ୍କୁ ଟ୍ରୋଲ କରାଯାଇଥିଲା। ଏଥିରେ ବ୍ୟଥିତ ହୋଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେଇଥିଲେ ନୈମିସା।

ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଦେଶବ୍ୟାପୀ ଆନ୍ଦୋଳନରୁ ମନ୍ତ୍ରୀ ପଦ ଛାଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ଦିନରୁ ହିଁ ଏହା ଉପରେ ନିଜେ ଦାୟିତ୍ୱ ନେଇଥିଲେ ଓ ପରିସ୍ଥିତିରୁ କେବେହେଲେ ମୁହଁ ଫେରାଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଧର୍ମେନ୍ଦ୍ର। ଜନ୍ତରମନ୍ତରରେ ଓ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ଫାଇଦା ଯେଭଳି ରାଷ୍ଟ୍ରବିରୋଧୀ ଶକ୍ତିମାନେ ନ ଉଠାନ୍ତୁ। ଦେଶର ଏକତା ବଜାୟ ରହୁ। ଭାରତରେ ଜଣେ ହେଲେ ବି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଆଇନଗତ ଜଟିଳତା ଭିତରେ ନଫସୁ। ଏ କଥାକୁ ବିଚାର କରି ଇସ୍ତଫା ପତ୍ର ବଢ଼ାଇଦେଲେ ଧର୍ମେନ୍ଦ୍ର। ତେବେ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ଆରମ୍ଭରୁ ଅଡ଼ିବସିଥିଲା ସିଜେପି। ସିଜେପି ଦିଲ୍ଲୀର ଜନ୍ତରମନ୍ତରରେ କରିଥିଲା ଆନ୍ଦୋଳନ। ଏ ଆନ୍ଦୋଳନକୁ ସମର୍ଥନ କରି ଆମରଣ ଅନଶନରେ ବସିଥିଲେ ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକ୍। ସଡ଼କରୁ ସଂସଦ ହୁଲସ୍ତୁଲ ହେଉଥିଲା। ତେବେ ଏଭଳି ଘଟଣା କେବଳ ଧର୍ମେନ୍ଦ୍ରଙ୍କ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରୁନଥିଲା। ବରଂ ମୋଦି ସରକାରଙ୍କ ଉପରେ ନିରନ୍ତର ଚାପ ପକାଇଆସୁଥିଲା। କାରଣ ଛାତ୍ର ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାକୁ ବସିଥିଲା। ସିଜେପି-ସରକାରଙ୍କ ବୈଠକ ଭିତରେ ପ୍ରଥମ ଦାବି ଥିଲା ଧର୍ମେନ୍ଦ୍ରଙ୍କ ଇସ୍ତଫା। ତେବେ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ଝିଅ ନୈମିଷା ପ୍ରଧାନ। ବିଦେଶରେ ପଠାପଢ଼ାକୁ ନେଇ କିଛି ଦିନ ତଳେ ନୈମିଷାଙ୍କୁ ଟ୍ରୋଲ କରାଯାଇଥିଲା। ଏଥିରେ ବ୍ୟଥିତ ହୋଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେଇଥିଲେ ନୈମିସା। ନୈମିସା ଆମେରିକାର ମୈସାଚୁସେଟ୍ସ ସ୍ଥିତ Tufts University ର The Fletcher School Of Law and Diplomacy ରୁ ମାଷ୍ଟର ଅଫ ଲ ଏଲଏଲଏମ କରିଛନ୍ତି। ଏହା ପରେ US-India Strategic Partnership Forum ରେ ସିନିୟର ଆସୋସିଏଟେଡ୍ ଭାବେ କାମ କରିଛନ୍ତି। ଯେଉଁଠି ଭାରତ-ଆମେରିକା ନୀତି ସହ ଜଡ଼ିତ ବିଷୟରେ କାମ କରୁଥିଲେ। ନିଟ-ୟୁଜି ପେପର ଲିକ୍ ନେଇ ଛାତ୍ର ଆନ୍ଦୋଳନ ଭିତରେ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ନୈମିସା ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ। ଅନେକ ପ୍ରଶ୍ନ କରିଥିଲେ ଯେ, ତାଙ୍କ ବାପା ଦେଶର ଶିକ୍ଷାମନ୍ତ୍ରୀ। କିନ୍ତୁ ଝିଅ ଉଚ୍ଚଶିକ୍ଷା ଲାଗି ବିଦେଶକୁ କାହିଁକି ଗଲେ। ଆଉ ଏଭଳି ଟ୍ରୋଲ୍ ଭିତରେ ନୈମିସା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଆକ୍ଟିଭେଟ୍ କରିଦେଇଥିଲେ। ତେବେ ନୈମିସାଙ୍କ ସହ ଅନେକ ୟୁଜର୍ସ ବି ଛିଡ଼ା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ଜନପ୍ରତିନିଧି ନୀତି ହୁଏତ କାହାକୁ ପସନ୍ଦ ନ ଆସିପାରେ। ଏହାକୁ ବିରୋଧ କରିବା ହକ୍ ଅଛି। କିନ୍ତୁ ଏ ସବୁ ଭିତରେ ପରିବାରକୁ ଟାର୍ଗେଟ କରିବା କେତେଦୂର ଠିକ୍ ବୋଲି ଆପତ୍ତି ଉଠାଇଥିଲେ।
