Sword Attack : ମାର୍କେଟ ବିଲ୍ଡିଂରେ ଖଣ୍ଡା ବୁଲାଇଲେ ଦୁର୍ବୃତ୍ତ
ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଖଣ୍ଡାମାଡ଼ | ସାମାନ୍ୟ କଥାରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଫେରାର ଯୁବକ | CCTV ଫୁଟେଜ୍ ଆଧାରରେ ପୋଲିସର ତଦନ୍ତ ଜାରି |
S
By Swarna Prava GiriPublished: Oct 12, 2026, 12:29 PM •1 min read •7 Views

ମାର୍କେଟ ବିଲ୍ଡିଂ ରେ ବୁଲିଲା ଖଣ୍ଡା । ବ୍ୟବସାୟୀଙ୍କ ସହ ଯୁକ୍ତିତର୍କରୁ ଗୋଡେଇ ଗୋଡେଇ ହାଣିଲେ ଯୁବକ । ଗତକାଲି ଅପରାହ୍ନ ସମୟରେ ଘଟିଛି ଏ ଘଟଣା । ଖଣ୍ଡା ଚୋଟ ରେ ଜଣେ ଲହୁଲୁହାଣ ମଧ୍ୟ ହୋଇଛନ୍ତି । ସାମନ୍ୟ କଥାକୁ କେନ୍ଦ୍ର କରି ଯୁବକ ଜଣଙ୍କ ବ୍ୟବସାୟୀଙ୍କୁ ହାଣିଥିବା ଜଣାପଡିଛି । ତେବେ ଦୁର୍ବୁର୍ତ୍ତ ଜଣଙ୍କ ଫାଳିକିଆ ବସ୍ତିର ହୋଇଥିବା ସନ୍ଦେହ କରାଯାଉଛି । ଗୋଟିଏ ଚୋଟ ପକାଇବା ପରେ ଯୁବକ ଜଣଙ୍କ ସେଠାରୁ ଦୌଡ଼ି ଚାଲିଯାଉଛି । କିନ୍ତୁ ସିସିଟିଭି ରେ ଯୁବକ ବ୍ୟବହାର କରୁଥିବା ଗାଡିର ନମ୍ବର ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଓ ସିସିଟିଭି ଆଧାର ରେ ପୋଲିସ ତଦନ୍ତକୁ ବ୍ୟାପକ କରିଛି । କିନ୍ତୁ ରାଜଧାନୀରେ ସର୍ବସମ୍ମୁଖରେ ଏଭଳି କାଣ୍ଡକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ଲୋକେ।
Comments0
Leave a Reply
Loading comments...
