Dhruv Rathee Detained : ଦିଲ୍ଲୀ ପ୍ରଦର୍ଶନ ପୂର୍ବରୁ ଧୃବ ରାଠୀଙ୍କୁ ଅଟକ!
ଜର୍ମାନୀରେ ରହୁଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ଦିଲ୍ଲୀର ଜନ୍ତର-ମନ୍ତରରେ ପ୍ରସ୍ତାବିତ CJP ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଯିବା ପୂର୍ବରୁ ଗୁରୁଗ୍ରାମସ୍ଥିତ ତାଙ୍କ ବାସଭବନରୁ ପୋଲିସ ହେପାଜତକୁ ନେଇଥିବା ଖବର ମିଳିଛି |ଘଟଣାକୁ CJP ନିନ୍ଦା କରିବା ସହ ଧ୍ରୁବ ରାଠୀଙ୍କ ସମେତ ଅଟକ ଥିବା ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି |

ଜର୍ମାନୀରେ ରହୁଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ଆଜି ସକାଳେ ଗୁରୁଗ୍ରାମର ସେକ୍ଟର-୫୬ ସ୍ଥିତ କେନ୍ଦ୍ରୀୟ ବିହାର ସୋସାଇଟିରେ ଥିବା ତାଙ୍କ ବାସଭବନରୁ ହେପାଜତକୁ ନିଆଯାଇଥିବା ଖବର ମିଳିଛି | ପୋଲିସର ସୂଚନା ଅନୁଯାୟୀ, ଗୁରୁଗ୍ରାମ ଓ ଦିଲ୍ଲୀ ପୁଲିସର ଟିମ୍ ଧ୍ରୁବ ରାଠୀଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀ ନଯିବାକୁ ଅନୁରୋଧ କରିଥିଲେ। ତଥାପି, ସେ ଦିଲ୍ଲୀରେ ପ୍ରସ୍ତାବିତ CJP ପ୍ରଦର୍ଶନରେ ଯୋଗଦେବା ପାଇଁ ଯିବାକୁ ଯୋଜନା କରୁଥିଲେ |
ପୋଲିସ ଅନୁସାରେ ,ସେହି ପ୍ରଦର୍ଶନର ଅନୁମତି ମିଳିନଥିଲା | ଏହାକୁ ନେଇ ପୋଲିସ ଟିମ ପ୍ରଦର୍ଶନର ପୂର୍ବରୁ ଧ୍ରୁବ ରାଠିଙ୍କ ବାସଭବନକୁ ଯାଇଥିଲେ | ପୋଲିସର ଅନୁରୋଧ ଉପରେ ସହମତି ନହେବା ପରେ ତାଙ୍କୁ ହେପାଜତକୁ ନିଆଯାଇଥିବା କୁହାଯାଇଛି | ଧ୍ରୁବ ରାଠୀ ଏବେ ହିଁ ଭାରତ ଆସିଥିଲେ | ବର୍ତ୍ତମାନ, ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ସୂଚନା ସାମ୍ନାକୁ ଆସିବା ବାକି ଅଛି | ଜନ୍ତର-ମନ୍ତରରେ ଅଭିଜିତ ଦିପକେଙ୍କ ନେତୃତ୍ୱରେ ହେଉଥିବା ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି | ରାଜଧାନୀ ଦିଲ୍ଲୀରେ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(CAPFs)ର ୪୦ହଜାର ରୁ ଅଧିକ ଜବାନ ମୁତୟନ କରାଯାଇଥିଲା | ପ୍ରଦର୍ଶନକୁ ଦେଖି ଅନେକ ସ୍ଥାନରେ ବ୍ୟାରିକେଡ଼ ଲଗାଯାଇଥିଲା ଓ ରାସ୍ତାରେ ସ୍ପାଇକ-ଷ୍ଟ୍ରିପ ଲଗାଯାଇଥିଲା |
CEC ଜ୍ଞାନେଶ କୁମାର ଇସ୍ତଫାକୁ ଦାବି କରିଥିଲେ | ସେମାନେ ଅଭିଯୋଗ କରଛନ୍ତି ଯେ ଭୋଟର ତାଲିକାର 'ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ' (SIR) ପ୍ରକ୍ରିୟା ସମୟରେ ଅନିୟମିତତା ହୋଇଥିଲା |
ଏହି ମଧ୍ୟରେ ଗୁରୁଗ୍ରାମ ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି ଦିଲ୍ଲୀ ପୋଲିସର ଏକ ଟିମ ତାଙ୍କ ବାସଭବନ ପହଞ୍ଚିଥିଲେ ଓ ତାଙ୍କ ପ୍ରଦର୍ଶନ ଯୋଗଦେବା ପାଇଁ ଦିଲ୍ଲୀ ନ ଯିବାକୁ ପରାମର୍ଶ ଦିଆଯାଇଥିଲା | ଅଧିକାରୀଙ୍କ କହିବା ଅନୁଯାୟୀ, ଦିଲ୍ଲୀ ପୋଲିସ ଏହି ସମ୍ପର୍କରେ ଗୁରୁଗ୍ରାମ ପୁଲିସକୁ ମଧ୍ୟ ସୂଚନା ଦେଇଥିଲା | ଏହାପରେ ଗୁରୁଗ୍ରାମ ପୋଲିସର ଟିମ୍ ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ଆଇନ ପାଳନ କରିବା ସହ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିବାକୁ ତାଙ୍କୁ ଅନୁରୋଧ କରିଥିଲେ | ଗୁରୁଗ୍ରାମ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ସେ ଦିଲ୍ଲୀ ନଯିବା ପାଇଁ କରାଯାଇଥିବା ଅନୁରୋଧକୁ ଗ୍ରହଣ କଲେ ନାହିଁ, ସେତେବେଳେ ପୋଲିସ ତାଙ୍କୁ ଅଟକ ରଖିବାକୁ ବାଧ୍ୟ ହୋଇଥିଲା | ଅଧିକାରୀ ଜଣକ କହିଛନ୍ତି, “ଯଦି ରାଠୀ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକର କଥା ମାନିଥାନ୍ତେ, ତେବେ ତାଙ୍କୁ ଅଟକ ରଖିବାର ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା | ଆମେ ତାଙ୍କୁ ଅଟକ ରଖିବାକୁ ଚାହୁଁନଥିଲୁ |” ଗୁରୁଗ୍ରାମ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଧ୍ରୁବ ରାଠୀଙ୍କ ଘରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି | ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ପୋଲିସ କର୍ମଚାରୀମାନେ ତାଙ୍କ ବାସଭବନରେ ମୁତୟନ ରହିବେ |
CJP ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଧ୍ରୁବ ରାଠୀଙ୍କୁ ଅଟକ ରଖାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି | ଏହି ସଂଗଠନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି , “ଯେଉଁ ଯୁବକମାନେ ତାଙ୍କ ଭୁଲ୍କୁ ନେଇ ପ୍ରଶ୍ନ ଉଠାନ୍ତି ଏବଂ ଚୁପ୍ ରହିବାକୁ ମନା କରନ୍ତି, ସେମାନଙ୍କୁ ନେଇ ସେହି ଏକଛତ୍ରବାଦୀ ଶାସକ ଭୟଭୀତ !" ଆଉ ଏକ ବୟାନରେ CJP ସାମାଜିକ କର୍ମୀ ଏବଂ ଇନ୍ଫ୍ଲୁଏନ୍ସର୍ ଧ୍ରୁବ ରାଠି ହେପାଜତକୁ ନେବାର ଦୃଢ଼ ନିନ୍ଦା କରିଛନ୍ତି | ସଂଗଠନ ଏହାକୁ ଦିଲ୍ଲୀ ପୋଲିସର 'ଇଚ୍ଛାପୁର୍ଣ୍ଣ କାର୍ଯ୍ୟନୁଷ୍ଠାନ ' ବୋଲି କହିଛନ୍ତି | CJP ନିଜ ବୟାନରେ ଅଭିଯୋଗ କରିଛି ଯେ, ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ଉଠୁଥିବା ଗଣତାନ୍ତ୍ରିକ ସ୍ୱରକୁ ଦମନ କରିବା ପାଇଁ ସରକାର ସାରା ସହରରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି |
ସଂଗଠନ ପକ୍ଷରୁ ଧ୍ରୁବ ରାଠୀଙ୍କ ସମେତ ଅଟକ ରଖାଯାଇଥିବା ଅନ୍ୟ ନାଗରିକ ଏବଂ ଛାତ୍ର କାର୍ଯ୍ୟକର୍ତ୍ତାମାନଙ୍କୁ ତୁରନ୍ତ ଓ ବିନା ସର୍ତ୍ତରେ ମୁକ୍ତ କରିବାକୁ ଦାବି କରାଯାଇଛି | CJP ଏହି ବିବୃତି ନିଜର ହ୍ୱାଟ୍ସଆପ୍ ଚ୍ୟାନେଲ୍ ମାଧ୍ୟମରେ ଜାରି କରିଛି |
ଧ୍ରୁବ ରାଠି ବର୍ତ୍ତମାନ 'ଏକ୍ସ' ସହିତ ଅନ୍ୟ ସୋସିଆଲ ମିଡିଆରେ ପ୍ଲାଟର୍ଫଂମରେ ଏକ ଭିଡିଓ ପୋଷ୍ଟ କରିଥିଲେ | ଏହି ଭିଡିଓରେ ସେ ସମସ୍ତଙ୍କୁ ଆଜି ଦିଲ୍ଲୀର ଜନ୍ତର- ମନ୍ତରରେ CJP ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ |
