Dipke Detained In Flight:ଦିଲ୍ଲୀରେ ହାଇଡ୍ରାମା! ବିମାନ ଭିତରୁ ଅଭିଜିତ ଦୀପକେଙ୍କୁ ଅଟକ
ଦିଲ୍ଲୀରେ ନିର୍ବାଚନ ଆୟୋଗ ବିରୋଧରେ ପ୍ରସ୍ତାବିତ ଆନ୍ଦୋଳନ ପୂର୍ବରୁ CJP ନେତା ଅଭିଜିତ ଦୀପକେଙ୍କ ସମେତ ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ଏୟାର ଇଣ୍ଡିଆ ବିମାନ ଭିତରୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛନ୍ତି । ଏହି ଘଟଣାକୁ CJP ନିନ୍ଦା କରିବା ସହ ଦିଲ୍ଲୀରେ ଶତାଧିକ ପ୍ରଦର୍ଶନକାରୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଦାବି କରିଛି |

CJP ନେତା ଅଭିଜିତ ଦୀପକେ ଆଜି ଦିଲ୍ଲୀରେ ଏୟାର ଇଣ୍ଡିଆର ବିମାନରୁ ବାହାରିବା ପରେ ଦିଲ୍ଲୀ ପୋଲିସ ଜାହାଜର ଭିତରୁ ହେପାଜତ ନେଇଥିଲେ | କୁହାଯାଉଛି ଯେ ,ସେ ବାରମ୍ବାର ପୋଲିସକୁ ନିଜକୁ ଗିରଫ କରିବା ପାଇଁ କହିଥିଲେ ଏବଂ କହିଲେ ଯେ ସେ ଭୟ କରିବା ଭଳି ବ୍ୟକ୍ତି ନୁହଁନ୍ତି |
ଏକ କର୍ମଶୀୟାଲ ବିମାନରେ ଏଭଳି ଦୃଶ୍ୟ ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ | କକରୋଚ୍ ଜନତା ପାର୍ଟି(CJP)ର ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଆଜି ଦିନ ୧୦ଟାରେ ଦିଲ୍ଲୀର ବିମାନ ଅବତରଣ କରିବାର କିଛି ସମୟ ପରେ ବିମାନ ଭିତରୁ ହିଁ ଅଟକ ରଖାଯାଇଥିଲା | ସେମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରସ୍ତାବିତ ଆନ୍ଦୋଳନ କରିବାକୁ ଯାଉଥିଲେ |
ମୁମ୍ବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନଟି ଅବତରଣ କରିବାର କିଛି ମିନିଟ୍ ମଧ୍ୟରେ ଦିଲ୍ଲୀ ପୋଲିସର ଏକ ଟିମ୍ ବିମାନ ଭିତରକୁ ପ୍ରବେଶ କରିଥିଲା | ଏହି ଟିମ୍ରେ ଅଧିକାଂଶ ମହିଳା ପୋଲିସ କର୍ମଚାରୀ ଥିଲେ | ଅନ୍ୟ ଯାତ୍ରୀମାନେ ଏହି ଦୃଶ୍ୟ ଦେଖୁଥିବା ବେଳେ ମୋବାଇଲ୍ ଫୋନ୍ରେ ଭିଡିଓ ରେକର୍ଡ କରୁଥିଲେ | ପୋଲିସ ତିନିଜଣଙ୍କୁ ଅଟକ ରଖିଥିଲା | ଏକାଧିକ ମୋବାଇଲ୍ କ୍ୟାମେରାରେ କଏଦ ହୋଇଥିବା ଏହି ଅସାଧାରଣ ଘଟଣାରେ ଅଭିଜିତ ଦୀପକେ ପୋଲିସ ଅଧିକାରୀମାନଙ୍କ ସହ କଥା ହେବା ସମୟରେ ଦୃଶ୍ୟତଃ ଉତ୍ତେଜିତ ଥିବା ଦେଖାଯାଇଥିଲା | ସେ ପୋଲିସକୁ କହୁଥିଲେ ଯେ, “ମୁଁ ତ ଗିରଫ ହେବା ପାଇଁ ହିଁ ଆସିଥିଲି |”
CJP ଖୁବ୍ ଶୀଘ୍ର ଏହି କାର୍ଯ୍ୟାନୁଷ୍ଠାନ ନିନ୍ଦା କରବା ସହ ହେପାଜତ ଘଟଣାକୁ ଏକଛତ୍ରବାଦୀ ଆଚରଣ ବୋଲି ଅଭିହିତ କରିଥିଲା ଏବଂ ଏହାକୁ “ଯାତାୟାତର ସ୍ୱାଧୀନତାର ଖୋଲା ଉଲ୍ଲଂଘନ” ବୋଲି କହିଥିଲା |
ଆଜି ଜାରି ହୋଇଥିବା ବୟାନରେ ପାର୍ଟି ଦୀପକେ, ଦାସ ଓ ରଙ୍କା ହେପାଜତକୁ ନେଇଥିବାକୁ ଦୃଢ଼ ନିନ୍ଦା କରିଥିଲା | ପାର୍ଟି ଅଭିଯୋଗ କରିଥିଲା ପୋଲିସ ତାଙ୍କର ନେତାମାନଙ୍କୁ ପ୍ରଦର୍ଶନରେ ପ୍ରବେଶକୁ ରୋକିବା ପାଇଁ ଏହି ଯୋଜନାକୁ ଆପଣାଇ ଥିଲା | ଏହି କାର୍ଯ୍ୟାନୁଷ୍ଠାନକୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ନେତୃତ୍ୱକୁ ଦୁର୍ବଳ କରିବାର ଏକ ପ୍ରୟାସ ବୋଲି ଦଳ କହିଛି |
ହେପାଜତକୁ ନେବାର କିଛି ସମୟ ପୂର୍ବରୁ ,ଅଭିଜିତ ଦୀପକେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ | ଭିଡିଓରେ ସେ ଦାବି କରିଥିଲେ ଯେ, ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇବା ମାତ୍ରେ ପୋଲିସ ତାଙ୍କୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ହେପାଜତକୁ ନେଉଥିଲା | “ତେଣୁ ଆପଣ ଦେଖିପାରୁଛନ୍ତି ଯେ ଆମକୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ ବିମାନ ଭିତରକୁ ପଶୁଛି | ସେମାନେ ସମସ୍ତେ ବିମାନରେ ଚଢ଼ୁଛନ୍ତି | ଆମେ ଏବେ ଏବେ ହିଁ ଅବତରଣ କରିଛୁ | ଦିଲ୍ଲୀ ପୋଲିସର ସମସ୍ତ ଅଧିକାରୀ ବିମାନର ଚଲାପଥରେ ଠିଆ ହୋଇଛନ୍ତି | ସେମାନେ ବିମାନ ଭିତରେ ଥାଇ ହିଁ ଆମକୁ ଗିରଫ କରିବାକୁ ଚେଷ୍ଟା କରୁଛନ୍ତି | ସମ୍ପୂର୍ଣ୍ଣ ଦିଲ୍ଲୀ ପୋଲିସ ବିମାନରେ ଚଢ଼ୁଛି...” | ଏହା ନରେନ୍ଦ୍ର ମୋଦିର ଡର ଅଟେ | ଏପରିକି ଇନ୍ଦିରା ଗାନ୍ଧୀ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଏହା କରିନଥିଲେ | ଆମେ ତ ଶାନ୍ତିପୂର୍ଣ୍ଣକ ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଥିଲୁ ,କିନ୍ତୁ ଆମକୁ ଏମିତି ବିମାନରୁ ଗିରଫ କରାଯାଉଛି ,ଯେପରି ଆମେ ଅପରାଧୀ ଥିଲୁ |
ଦିଲ୍ଲୀରେ ଆଜି ନିର୍ବାଚନ ଆୟୋଗ ବିରୋଧରେ ପ୍ରସ୍ତାବିତ ବିକ୍ଷୋଭ ପୂର୍ବରୁ ପୋଲିସ ପ୍ରାୟ ୫୦୦ ଜଣଙ୍କୁ ଅଟକ ରଖିଛି। ଏହାସହ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାୟ ୫୦ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି | ଜନ୍ତର ମନ୍ତର ଓ ସଂସଦ ମାର୍ଗରେ ଏକାଠି ହୋଇଥିବା ଅନେକ ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିଛି |
ସିଂହ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ କାର୍ରୁ ବାହାରିବାକୁ ବାଧ୍ୟ କରିବା ସହ ରାସ୍ତାରେ ବେଆଇନ ଭାବେ ଅଟକ ରଖିଥିଲା | ଅନ୍ୟପକ୍ଷରେ, ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ମଧ୍ୟ ଅଟକ ରଖାଯାଇଥିବା CJP ଦାବି କରିଛି |
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି ଜୋନ୍ରେ ବିଭକ୍ତ କରାଯାଇଛି | ଏଥିସହ ରାଜଧାନୀର ୪୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖାଯାଇଥିବା ସୂଚନା ମିଳିଛି |
