CJP Leader Arrest:ଜନ୍ତରମନ୍ତରରେ ହଙ୍ଗାମା, ୫ ଦିନିଆ ନ୍ୟାୟିକ ହେପାଜତରେ ଆଶୁତୋଷ ଓ ସୌରଭ
ଜନ୍ତର ମନ୍ତରରେ ପ୍ରଦର୍ଶନ ଓ ବଣ୍ଡର ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ୫ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଥିବା ବେଳେ ଅଜିଙ୍କ୍ୟ ସିନ୍ଦେଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଏହି ପ୍ରଦର୍ଶନ ହୋଇଥିଲା।

ଜନ୍ତର ମନ୍ତରରେ ଅନଧିକୃତ ଭାବେ ପ୍ରବେଶ ଏବଂ ପୋଲିସ ବ୍ୟାରିକେଡ୍ ଅତିକ୍ରମ କରି ପ୍ରଦର୍ଶନ କରିବା ମାମଲାରେ କକ୍ରୋଚ୍ ଜନତା ପାର୍ଟି (CJP)ର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପାଞ୍ଚ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଛି | ଅନ୍ୟପକ୍ଷରେ, ତୃତୀୟ ନେତା ଅଜିଙ୍କ୍ୟ ସିନ୍ଦେଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରାଯାଇଛି | ଆଜି ସକାଳ ପ୍ରାୟ ୮ଟା ସମୟରେ ତିନି ଜଣ ନେତାଙ୍କୁ ଦିଲ୍ଲୀର ମନ୍ଦିର ମାର୍ଗସ୍ଥିତ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା | ପୋଲିସ ଏହି ନେତାମାନଙ୍କ ବିରୋଧରେ ବଣ୍ଡ୍ ର ସର୍ତ୍ତ ଉଲ୍ଲଂଘନ ଏବଂ ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସମେତ ଅନେକ ଅଭିଯୋଗରେ ମାମଲା ରୁଜୁ କରିଛି | CJP ପ୍ରତିଷ୍ଠାତା ଅଭିଜିତ ଦିପକେ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି କହିଛନ୍ତି ସୌରଭ ଦାସ ଓ ଆଶୁତୋଷ ରାଙ୍କା ଙ୍କୁ ପାଞ୍ଚ ଦିନ ପାଇଁ ନ୍ୟାୟିକ ଭାବେ ହେପାଜତକୁ ପଠାଯାଇଛି | ସେମାନେ ଏହି କାର୍ଯ୍ୟାନୁଷ୍ଠାନ ଆଲୋଚନା କରି ସରକାରଙ୍କ ଉପରେ ଭିନ୍ନମତକୁ ଦବାଇବାର ଅଭିଯୋଗ ଲଗେଇଥିଲେ |
BNSSର ୧୬୩ ଧାରାର ଉଲ୍ଲଘଂନ
ଦିଲ୍ଲୀ ପୋଲିସ କହିବା ଅନୁଯାୟୀ , ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଉପରେ ଆଉଥରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା(BNSS)ର ଧାରା ୧୬୩ର ଉଲ୍ଲଘଂନ କରିବାର ଅଭିଯୋଗ ଲାଗିଛି | ଦୁଇଜଣ ପ୍ରଥମେ ନିୟମର ଉଲ୍ଲଘଂନ କରିଥିଲେ ଓ ବଣ୍ଡ ସର୍ତ୍ତ ଆଉଥରେ ଉଲ୍ଲଘଂନ କରିଥିବାର ପୋଲିସ ଦାବି କରିଛି | ଏହି ଉଲ୍ଲଙ୍ଘନକୁ ଧ୍ୟାନରେ ରଖି କୋର୍ଟ ନ୍ୟାୟିକ ଭାବେ ହେପାଜତକୁ ପଠାଯାଇଛି |
ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି
ପୋଲିସ ଅନୁୟାରେ ଗତକାଲି ସକାଳେ ଅଜିଙ୍କ୍ୟ ଶିନ୍ଦେ, ସୌରଭ ଦାସ, ଏବଂ ଅଶୁତୋଷ ରାଙ୍କା ପୋଲିସ ବ୍ୟାରିକେଡ଼ ଭାଙ୍ଗି ଜନ୍ତର ମନ୍ତର ରେ ପ୍ରବେଶ କରିଥିଲେ | ସେଠାରେ ତିନିଜଣ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କୁ ନେଇ ସ୍ଲୋଗାନ୍ ଦେଇଥିଲେ | ଏହାପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା | CJP ଆଇନ ଟିମ୍ ର ମୁଖ୍ୟ ରତ୍ନା ସିଂହ ନିଜ Xରେ କହିଛନ୍ତି ଅଜିଙ୍କ୍ୟ ଶିନ୍ଦେଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରାଯାଇଛି, ଯେତେବେଳେ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ବର୍ତ୍ତମାନ ପାଇଁ ନ୍ୟାୟିକ ହାଜତରେ ରହିବାକୁ ପଡ଼ିବ |
ପୂର୍ବରୁ ଏକ ଘଟଣାରେ, ୫୦,୦୦୦ ଟଙ୍କାର ବଣ୍ଡ ଦାଖଲ କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତିଭଙ୍ଗ ହେବା ଭଳି କୌଣସି ଘଟଣାରେ ସାମିଲ ନ ହେବାର ମୁଚାଲିକା ଦେବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏଥର ସେମାନେ ଅନଧିକୃତ ଭାବେ ଅନ୍ୟର ସ୍ଥାନରେ ପ୍ରବେଶ କରିବା ଏବଂ ବଣ୍ଡର ସର୍ତ୍ତ ଉଲ୍ଲଂଘନ କରିବା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ପୁନରାବୃତ୍ତି ଅପରାଧ କରୁଥିବା ବ୍ୟକ୍ତି ଭାବେ ବିବେଚନା କରାଯାଉଛି।
ଏହା ପୂର୍ବରୁ Xରେ ଏକ ପୋଷ୍ଟ କରି CJP ଆଇନଜୀବୀ ଦଳର ମୁଖ୍ୟ ରତ୍ନା ସିଂହ କହିଥିଲେ, “ଆଜିର ଜନ୍ତର ମନ୍ତର ଘଟଣାରେ ଦିଲ୍ଲୀ ପୋଲିସ ସଂସଦ ମାର୍ଗ ଥାନାରେ ସୌରଭ ଦାସ, ଆଶୁତୋଷ ରଙ୍କା ଏବଂ ଅଜିଙ୍କ୍ୟ ସିନ୍ଧେଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଅନୁପ୍ରବେଶ, ବଣ୍ଡର ସର୍ତ୍ତ ଉଲ୍ଲଂଘନ, ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରିବା ଆଦି ଅଭିଯୋଗ ରହିଛି।”
ସିଂହ ଏହା ମଧ୍ୟ କହିଥିଲେ ଯେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ତିନିଜଣଙ୍କୁ ସେମାନଙ୍କ ଓକିଲଙ୍କ ସହ ଦେଖା କରିବାକୁ ଅନୁମତି ଦିଆଯାଇ ନଥିଲା। ଏହା ସହିତ, ରାତି ୩ଟା ସମୟରେ ସେମାନଙ୍କୁ ଏକ ଘରୋଇ ଭ୍ୟାନ୍ରେ ସଂସଦ ମାର୍ଗ ଥାନାକୁ ଅଣାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ।
