Riyadh Airport Attack : ଭୟରେ ଦୌଡ଼ିଲେ ଯାତ୍ରୀ, CCTVରେ କଏଦ ଛାତିଥରା ଦୃଶ୍ୟ
ସାଉଦିର ସରକାରୀ ଟେଲିଭିଜନ ପକ୍ଷରୁ CCTV ଫୁଟେଜ୍ ଜାରି କରାଯାଇଛି, ଯେଉଁଥିରେ ରିୟାଦ ବିମାନବନ୍ଦରରେ ମିସାଇଲ୍ ଆକ୍ରମଣ ପରେ ଯାତ୍ରୀମାନେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି | ହୁତି ବିଦ୍ରୋହୀମାନେ ଏହି ଆକ୍ରମଣରେ ନିଜକୁ ଦାୟୀ କରିବା ସହ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି | ଏହା ସହିତ ସୁରକ୍ଷାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି |

ରିୟାଦ ବିମାନବନ୍ଦରରେ ମିସାଇଲ୍ ଆକ୍ରମଣ ପରେ ଯାତ୍ରୀମାନଙ୍କ ଧାଡିରେ ପ୍ରବଳ ଆତଙ୍କ ଓ ହଟ୍ଟଗୋଳ ସୃଷ୍ଟି ହୋଇଥିଲା | ସେହି ଯାତ୍ରୀମାନଙ୍କ ମଧ୍ୟରେ ଇସଲାମ ଧର୍ମର ଦୁଇଟି ପବିତ୍ର ସ୍ଥଳକୁ ଯାତ୍ରା କରିବାକୁ ପ୍ରସ୍ତୁତି ଥିବା ତୀର୍ଥଯାତ୍ରିମାନେ ସାମିଲ ଥିଲେ | ସାଉଦି ଆରବର ସରକାରୀ ଟେଲିଭିଜନରେ ଏକ ସିସିଟିଭି ଫୁଟେଜ ପ୍ରସାରଣ କରିଛି , ଯେଉଁଥିରେ ଏହି ଭୟଙ୍କର ମୁର୍ହୁତ କଏଦ ହୋଇଛି | ଯେବେ ଯାତ୍ରୀ ନିଜର ଉଡାଣ ଭରିବାକୁ ଅପେକ୍ଷା କରିବା ବେଳେ ,ହଠାତ ଏକ ଚମକ ଦେଖାଦେଇଥିଲା ,ଯେଉଁଥିରୁ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟ-ସେପଟ ଦୌଡିଥିଲେ | ଫୁଟେଜରେ ଛାତର କିଛି ଅଂଶ ଭାଙ୍ଗି ତଳେ ପଡିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି | ଏହି ଆକ୍ରମଣରେ ପାଖାପାଖି ୧୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି,ଯେଉଁଥିରେ ହାଇଦ୍ରାବାଦ ରେ ଜଣେ ବ୍ୟକ୍ତି ସାମିଲ ଥିଲେ , ଯେଉଁଥିରେ ସେ ନିଜ ପରିବାରଙ୍କ ସହିତ ମଦିନା ଯାଉଥିଲେ | ୩୮୦ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି |
ୟେମେନର ଇରାନ୍-ସମର୍ଥିତ ହୁତି ବିଦ୍ରୋହୀମାନେ ଏହି ଆକ୍ରମଣରେ ନିଜକୁ ଦାୟୀ କରିଛନ୍ତି | ଏହି ଗୋଷ୍ଠୀର ସାମରିକ ମୁଖପାତ୍ର ୟାହ୍ୟା ସାରି କହିଛନ୍ତି ଯେ, ସେମାନେ ସାଉଦି ଆରବର ପୂର୍ବାଞ୍ଚଳ ପ୍ରଦେଶରେ ଥିବା ଦାମ୍ମାମ ବିମାନବନ୍ଦର ଏବଂ ସାଉଦି ତୈଳ କମ୍ପାନୀ ସାଉଦି ଆରାମକୋର ଦୁଇଟି ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ୍ କରିଥିଲେ | ଏହି ସମୟରେ, ରବିବାର ଦିନ ମଧ୍ୟ ହିଂସା ଜାରି ରହିଥିଲା। ଆଉ ଏକ ଆକ୍ରମଣରେ ପୁଣିଥରେ ରିୟାଦ ବିମାନବନ୍ଦରକୁ ଟାର୍ଗେଟ୍ କରାଯାଇଥିଲା | ମିଳିଥିବା ସୂଚନା ଅନୁଯାୟୀ, ଟର୍ମିନାଲ୍-୪ରେ ଏକ ଅଜ୍ଞାତ ପ୍ରୋଜେକ୍ଟାଇଲ୍ ଆସି ମାଡ଼ ହେବାରୁ ନିଆଁ ଲାଗିଯାଇଥିଲା | ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଥିଲେ | ସାଉଦି ଆରବର ବାୟୁ ପ୍ରତିରକ୍ଷା ବାହିନୀ ପୂର୍ବାଞ୍ଚଳ ପ୍ରଦେଶ ଉପରେ ଉଡ଼ୁଥିବା ଏକ ଡ୍ରୋନ୍କୁ ଏବଂ ଖାମିସ୍ ମୁଶୈତ୍ ଆଡ଼କୁ ନିକ୍ଷେପ କରାଯାଇଥିବା ଏକ ବାଲିଷ୍ଟିକ୍ ମିସାଇଲକୁ ମଝି ଆକାଶରେ ହିଁ ନଷ୍ଟ କରିଦେଇଥିଲା | ଅନ୍ୟପକ୍ଷରେ, ସାଉଦି ସିଭିଲ୍ ଡିଫେନ୍ସ ପକ୍ଷରୁ କୁହାଯାଇଛି ଯେ, ଆଜି ଆଭା ସହରରେ ସତର୍କ ସୂଚନା ଜାରି କରାଯାଇଥିଲା | ତେବେ ବର୍ତ୍ତମାନ ବିପଦ ଟଳିଯାଇଛି |
