Swine Flu Virus India :ଭାରତରେ ବଢୁଛି ସ୍ୱାଇନ ଫ୍ଲୁ ର ସଙ୍କଟ , ଅନେକ ରାଜ୍ୟରେ H1N1ର ଘଟଣା ବଢୁଛି |
ଦେଶର ଅନେକ ରାଜ୍ୟରେ ସ୍ୱାଇନ ଫ୍ଲୁ ବା H1N1 ଇନଫ୍ଲୁନେଜା ମାମଲାଗୁଡିକ ଦ୍ରୁତ ଗତିରେ ବଢୁଛି | ଦିଲ୍ଲୀ ,ମହାରାଷ୍ଟ୍ର ,କର୍ଣ୍ଣାଟକ ,ଉତ୍ତରପ୍ରଦେଶ ,ପଞ୍ଜାବ , ରାଜସ୍ଥାନ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ର ଘଟଣା ସାମ୍ନାକୁ ଆସିଛି |

ଦେଶର ଅନେକ ରାଜ୍ୟରେ ସ୍ୱାଇନ ଫ୍ଲୁ ବା H1N1 ଇନଫ୍ଲୁନେଜା ମାମଲାଗୁଡିକ ଦ୍ରୁତ ଗତିରେ ବଢୁଛି | ଦିଲ୍ଲୀ ,ମହାରାଷ୍ଟ୍ର ,କର୍ଣ୍ଣାଟକ ,ଉତ୍ତରପ୍ରଦେଶ ,ପଞ୍ଜାବ , ରାଜସ୍ଥାନ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ର ଘଟଣା ସାମ୍ନାକୁ ଆସିଛି | କିଛି ରାଜ୍ୟରେ H1N1 ସଂକ୍ରମଣରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢି ଚାଲିଛି ଏହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି | ପଞ୍ଜାବ ରେ H1N1 ସଂକ୍ରମଣର ମାମଲା କ୍ରମାଗତ ଭାବେ ବଢି ଚାଲିଛି | ରିପୋର୍ଟ ଅନୁସାରେ ରାଜ୍ୟରେ ୨୨୦ଟି H1N1 ମାମଲା ସାମ୍ନାକୁ ଆସିଛି |ଏହି ସମୟରେ ,ରାଜ୍ୟରେ ଚଳିତ ଋତୁରେ ପ୍ରଥମ ସନ୍ଦେହଜନିତ ମୃତ୍ୟୁ ରିପୋର୍ଟ ହୋଇଛି , ଯେଉଁଥିରେ ଜଳନ୍ଧରର ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି | ତଥାପି ରୋଗୀଙ୍କୁ ପୂର୍ବରୁ ଗମ୍ଭୀର COPD ଭଳି ରୋଗ ଥିବାରୁ ,ସ୍ଵାସ୍ଥ୍ୟ ବିଭାଗ ମୃତ୍ୟୁକୁ ସନ୍ଦେହଜନକ ଭାବରେ ବିଚାର କରୁଛି | ମୋଗାରେ ସ୍ୱାଇନ ଫ୍ଲୁରେ ଜଣଙ୍କ ମୃତ୍ୟୁ ଏବଂ ୫ଜଣଙ୍କ ସଂକ୍ରମିତ ରୋଗୀଙ୍କ ରିପୋର୍ଟ ସାମ୍ନାକୁ ଆସିଛି | କର୍ଣ୍ଣାଟକ ଏହି ବର୍ଷରେ H1N1 ଘଟଣାରେ କ୍ରମାଗତ ବଢ଼ିବାରେ ଲାଗିଛି | ରିପୋର୍ଟ ଅନୁଯାୟୀ ରାଜ୍ୟରେ ୪୨୧୨ଟି H1N1 ଘଟଣା ସାମ୍ନାକୁ ଆସିଛି | କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଏହାକୁ ମୌସମୀ ସମ୍ପର୍କିତ ବୃଦ୍ଧି ବୋଲି କହିଛନ୍ତି ଏବଂ ଏହା ସହିତ ହସ୍ପିଟାଲଗୁଡିକ ପ୍ରସ୍ତୁତି କରିରଖିବାକୁ ନିର୍ଦ୍ଧେଶ ଦେଇଛନ୍ତି | କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ୪୧ବର୍ଷୀୟ ବ୍ୟକ୍ତିଙ୍କ ସ୍ୱାଇନ ଫ୍ଲୁରେ ମୃତ୍ୟୁ ହେବାର ରିପୋର୍ଟ ସାମ୍ନାକୁ ଆସିଛି | ଦିଲ୍ଲୀରେ ସ୍ୱାଇନ ଫ୍ଲୁର ଏବଂ ଅନ୍ୟାନ୍ୟ influenza-A ସଂକ୍ରମଣରେ କ୍ରମାଗତ ବୃଦ୍ଧିରେ ରେକର୍ଡ କରାଯାଇଛି | ରିପୋର୍ଟ ଅନୁସାରେ ଦିଲ୍ଲୀର ୧୭୭୭ଟି H1N1 ମାମଲାରେ ଏବଂ ମୋଟ ୨୩୯୨ଟି influenza-A ମାମଲା ସାମ୍ନାକୁ ଆସିଛି | ଉତ୍ତରାଖଣ୍ଡର ନୈନିତାଲରେ ଜ୍ୟୋଲିକୋଟ କ୍ଷେତ୍ରରେ ଦୂଷିତ ଜଳ ଦ୍ୱାରା ବ୍ୟାପ୍ତି ଥିବା ଏହି ରୋଗରେ ୨ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏହା ସହିତ ଏକାଧିକ ରୋଗର ସଂକ୍ରମଣ ବଢିଚାଲିଛି | ହଲଦ୍ୱନିର ଡ଼ା .ସୁଶୀଳା ତିୱାରୀ ଡାକ୍ତରଖାନାରେ ବିଗତ ତିନି ଦିନରେ ସ୍ୱାଇନ ଫ୍ଲୁରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସଂକ୍ରାମକ ରୋଗର ଥଇଥାନ ଓ ଡାକ୍ତରଖାନାର ସୁବିଧାକୁ ନେଇ ଚିନ୍ତା ବଢ଼ାଇଛି | ହଲଦ୍ବାନି, ଜ୍ୟୋଲିକୋଟ ଏବଂ ଆଖପାଖରେ ଅନେକ ଅଞ୍ଚଳ ରେ ଜୁନ ମାସରୁ ଜଣ୍ଡିସ , ଟାଇଫଏଡ ,ଝାଡା - ବାନ୍ତି ଓ ଜ୍ୱର ପୀଡିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା | ଦୂଷିତ ପାନୀୟ ଜଳ ଏହାର କାରଣ ଦର୍ଶାଯାଉଛି | ଏହିଥିରେ ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି ଯଦି ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଯାଏ ନିଜର ସ୍ଥାନୀୟ ଡାକ୍ତର ସହ ପରମର୍ଶ କରିବାକୁ କହିଛନ୍ତି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ ଦେଶରେ H1N1 ସ୍ଥିତିରେ ନଜର ରଖାଯାଉଛି | ବର୍ତ୍ତମାନ ଥିବା ଭାଇରସ ରେ କୌଣସି ଜେନେଟିକ ପରିବର୍ତ୍ତନ ଦେଖାଯାଇନାହିଁ ଏବଂ ବିପଦର କୌଣସି ସଙ୍କେତ ମିଳୁନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ନ କରିବାକୁ ପରାମର୍ଶ ଦେଇଛନ୍ତି |
