ଆମ୍ବତୋଟାରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର
ଛେଣ୍ଡିପଦା: ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତ ଅଧୀନ କୋଡ଼ାମୁଣ୍ଡା ଗାଁ ନିକଟସ୍ଥ ଆମ୍ବତୋଟାରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ।
B
By BHAKTILATA BARALPublished: Jun 13, 2026, 12:12 PM •1 min read •0 Views
ଛେଣ୍ଡିପଦା: ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତ ଅଧୀନ କୋଡ଼ାମୁଣ୍ଡା ଗାଁ ନିକଟସ୍ଥ ଆମ୍ବତୋଟାରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମୃତକ ଜଣକ ହେଉଛନ୍ତି କୋଡ଼ାମୁଣ୍ଡା ଖଜୁରୀମୁଣ୍ଡା ସାହିର ସୁବାଷ ଚନ୍ଦ୍ର ଗଡ଼ନାୟକ। ସୂଚନା ଅନୁଯାୟୀ ଗତକାଲି ଘରୁ କାମକୁ ଯାଉଛି କହି ବାହାରିଥିଲେ ଆଉ ଘରୁକୁ ଫେରି ନ ଥିଲେ । କିନ୍ତୁ ଶନିବାର ସକାଳେ ସ୍ଥାନୀୟ ଲୋକେ ଗାଁ ନିକଟସ୍ଥ ଆମ୍ବତୋଟାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ଛେଣ୍ଡିପଦା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟା ନା ଆତ୍ମହତ୍ୟା ନେଇ ପ୍ରାଥମିକ ତଦନ୍ତରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ପାରିପାର୍ଶ୍ୱିକ ସ୍ଥିତି ଓ ସମ୍ଭାବ୍ୟ କାରଣକୁ ନେଇ ଛାନଭିନ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
