ଟିଏମସିକୁ ଗୁଡବାଏ କଲେ ସୁସ୍ମିତା
ସୁସ୍ମିତା କହିଛନ୍ତିରାଜନୈତିକ ସମୀକ୍ଷକଙ୍କ ମତରେ, ଏହି ଇସ୍ତଫା କେବଳ ଜଣେ ସାଂସଦଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ଟିଏମସି ଭିତରେ ବଢ଼ୁଥିବା ଅସନ୍ତୋଷ ଏବଂ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରତିଫଳନ। ଯେ ସେ ଗୋଟିଏ ସମୟରେ ଦୁଇଟି ଡଙ୍ଗାରେ ଚଢ଼ିବାକୁ ଚାହୁଁନଥିଲେ।

ବଙ୍ଗ ରାଜନୀତିରେ ବଡ଼ ଝଟକା। ଟିଏମସିରୁ ଇସ୍ତଫା ଦେଲେ ସୁସ୍ମିତା ଦେବ। ଦଳ ସହ ରାଜ୍ୟସଭା ସାଂସଦ ପଦବୀ ଛାଡ଼ିଲେ। ସପ୍ତାହକ ଭିତରେ ରାଜ୍ୟସଭାରେ ଟିଏମସିର ଦ୍ୱିତୀୟ ଓ୍ୱିକେଟ ପଡ଼ିଲା। ତାଙ୍କ ପୂର୍ବରୁ ଶୁଖେନ୍ଦୁ ଶେଖର ରାୟ ଦଳ ସହ ପଦବୀ ଛାଡ଼ିସାରିଛନ୍ତି। ସୁସ୍ମିତାଙ୍କ ଇସ୍ତଫାକୁ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଗ୍ରହଣ କରିଛନ୍ତି। ଇସ୍ତଫା ପରେ ସୁସ୍ମିତା କହିଛନ୍ତି ଯେ ସେ ଗୋଟିଏ ସମୟରେ ଦୁଇଟି ଡଙ୍ଗାରେ ଚଢ଼ିବାକୁ ଚାହୁଁନଥିଲେ। ଏହି ମନ୍ତବ୍ୟ ତାଙ୍କ ଆଗାମୀ ରାଜନୈତିକ ଯୋଜନାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଏହି ଇସ୍ତଫା କେବଳ ଜଣେ ସାଂସଦଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ଟିଏମସି ଭିତରେ ବଢ଼ୁଥିବା ଅସନ୍ତୋଷ ଏବଂ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରତିଫଳନ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଅନେକ ନେତା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ସୁସ୍ମିତାଙ୍କ ପଦକ୍ଷେପ ସେହି ସଙ୍କଟକୁ ଆହୁରି ଘନୀଭୂତ କରିଛି। ସପ୍ତାହକ ଭିତରେ ଦୁଇ ଜଣ ପ୍ରଭାବଶାଳୀ ସାଂସଦଙ୍କ ବିଦାୟ ଟିଏମସିରର ସଂସଦୀୟ ଶକ୍ତି ଉପରେ ପ୍ରଭାବ ପକାଇବ ବୋଲି ମନେ କରାଯାଉଛି। ଏହାରି ଭିତରେ ସୁସ୍ମିତାଙ୍କର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ସାକ୍ଷାତକାରର ଏକ ଭିଡିଓ ଭାଇରାଲ ହୋଇଛି। ଏହା ପରେ ତାଙ୍କ ବିଜେପିରେ ଯୋଗଦାନକୁ ନେଇ ଜୋରଦାର କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଏପର୍ଯ୍ୟନ୍ତ ସୁସ୍ମିତା ଦେବ କୌଣସି ନୂଆ ଦଳରେ ଯୋଗଦେବା ଘୋଷଣା କରିନାହାନ୍ତି। ସୁସ୍ମିତା ଦେବ ପୂର୍ବରୁ କଂଗ୍ରେସର ଜଣେ ପ୍ରମୁଖ ନେତ୍ରୀ ଥିଲେ। ସେ ୨୦୨୧ ମସିହାରେ କଂଗ୍ରେସ ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ ଏବଂ ପରେ ଦଳ ପକ୍ଷରୁ ରାଜ୍ୟସଭାକୁ ପଠାଯାଇଥିଲା। ଏବେ ତାଙ୍କ ଇସ୍ତଫା ପରେ ଆସାମ ଓ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି।
