୧୫ ମାସର ଇଭାରାଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଅନନ୍ୟ ଭଲପାଇବା, ପ୍ରତିଦିନ ଫଟୋକୁ ଖୁଆଉଛନ୍ତି ଲଡୁ ।
ଇଭାରାଙ୍କ ଅଭିନବ ଅଭ୍ୟାସକୁ ନେଇ ଖୁଲାସ କଲେ ଅଭିନେତା ସୁନିଲ ସେଟ୍ଟି, ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା। ୧୫ ମାସର ଇଭାରାଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଅନନ୍ୟ ଭଲପାଇବା, ପ୍ରତିଦିନ ଫଟୋକୁ ଖୁଆଉଛନ୍ତି ଲଡୁ ।
ବଲିଉଡ୍ର ଜଣାଶୁଣା ଅଭିନେତା ସୁନିଲ ଶେଟ୍ଟି ଏବେ ତାଙ୍କ ଆଗାମୀ ଫିଲ୍ମ 'ୱେଲକମ୍ ଟୁ ଦ ଜଙ୍ଗଲ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ସେ ପ୍ରଧାନମନ୍ତ୍ରୀଙ୍କର ବଡ ପ୍ରସଂଶକ ଥିବା ବେଳେ, ନିକଟରେ ଏକ ସାକ୍ଷାତ୍କାରରେ ସେ ନିଜ ନାତୁଣୀଙ୍କ ବିଷୟରେ ଏକ ଭାବପ୍ରବଣ ଖୁଲାସା କରିଛନ୍ତି। ସୁନିଲ କହିଛନ୍ତି ଯେ, ତାଙ୍କର ୧୫ ମାସର ନାତୁଣୀ ଇଭାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବଡ଼ ପ୍ରଶଂସକ। ଇଭାରା ପ୍ରତିଦିନ ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋକୁ ଲଡ୍ଡୁ ଖୁଆଇଥାଏ। ତେବେ ତାଙ୍କର ଏହି ବକ୍ତବ୍ୟ ଏବେ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ନିକଟରେ ଏକ ସାକ୍ଷାତ୍କାରରେ ସୁନିଲ ଶେଟ୍ଟି କହିଥିଲେ, "ମୁଁ ସବୁବେଳେ କହିଛି ଯେ ମୁଁ ନରେନ୍ଦ୍ର ମୋଦୀଙ୍କର ବହୁତ ବଡ଼ ପ୍ରଶଂସକ। ମୁଁ କୌଣସି ରାଜନୈତିକ ଦଳର କଥା କହୁନାହିଁ, ମୁଁ ଜଣେ ଏଭଳି ନେତାଙ୍କ କଥା କହୁଛି, ଯିଏ ମୋତେ ପ୍ରେରଣା ଦିଅନ୍ତି। ମୁଁ ଯେତିକି ମୋ ଦେଶକୁ ଭଲ ପାଏ, ସେତିକି ସେହି ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନ କରେ। ତାଙ୍କ ଭିତରେ ନିଶ୍ଚୟ କିଛି ବିଶେଷତା ଅଛି।" ଏହା ସହ ସେ ଆହୁରି କହିଥିଲେ, "ଆପଣ ବିଶ୍ୱାସ କରିବେ ନାହିଁ, ମୋର ନାତୁଣୀର ବୟସ ଏବେ ୧୫ ମାସ। ଥରେ ଏୟାରପୋର୍ଟରେ ତାଙ୍କୁ ମୋଦୀଜୀଙ୍କ ଫଟୋ ଦେଖାଇଥିଲେ। ସେହିଦିନଠାରୁ ସେ ପ୍ରତିଦିନ ସକାଳେ ଉଠି ମୋଦୀଜୀଙ୍କର ଫଟୋ ଦେଖି 'ମୋଦୀଜୀ, ମୋଦୀଜୀ' ବୋଲି ଡାକିବା ସହ ଲଡ୍ଡୁ ଆଣି ମୋଦୀଜୀଙ୍କ ଫଟୋକୁ ଖୁଆଇଥାଏ। ତେବେ ନିଶ୍ଚୟ ତାଙ୍କ ଭିତରେ କିଛି ବିଶେଷତା ଅଛି। ଆମେ ତାକୁ କେବେ 'ମୋଦୀଜୀ' କହିବାକୁ ଶିଖାଇନାହୁଁ, ତଥାପି ସେ ନିଜେ 'ମୋଦୀଜୀ' ବୋଲି ଡାକୁଛି।"
ସୂଚନାଯୋଗ୍ୟ, ଆଥିଆ ଶେଟ୍ଟି ଓ କେଏଲ୍ ରାହୁଲଙ୍କ ଝିଅ ହେଉଛନ୍ତି ଇଭାରା। ସୁନିଲ ଶେଟ୍ଟିଙ୍କ ଝିଅ ଏବଂ ଅଭିନେତ୍ରୀ ଆଥିଆ ଶେଟ୍ଟି ୨୩ ଜାନୁଆରୀ ୨୦୨୩ରେ ଭାରତୀୟ କ୍ରିକେଟର କେଏଲ୍ ରାହୁଲଙ୍କୁ ବିବାହ କରିଥିଲେ। ବିବାହର ପ୍ରାୟ ଦୁଇ ବର୍ଷ ପରେ, ମାର୍ଚ୍ଚ ୨୦୨୫ରେ ଏହି ଦମ୍ପତି ନିଜ ଝିଅ ଇଭାରାଙ୍କୁ ସ୍ୱାଗତ କରିଥିଲେ। ଆଥିଆ ନିଜ ଝିଅର ଗୋପନୀୟତାକୁ ଗୁରୁତ୍ୱ ଦେଇ 'ନୋ ଫଟୋ ପଲିସି' ଅନୁସରଣ କରୁଛନ୍ତି। ସେ ଏପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ଇଭାରାଙ୍କ ମୁହଁ ଦେଖାଯାଇଥିବା କୌଣସି ଫଟୋ ସେୟାର କରିନାହାନ୍ତି। ତେବେ ସୁନୀଲ ସେଟ୍ଟୀ ତାଙ୍କ ନାତୁଣୀଙ୍କ ସହ ବହୁତ ଘନିଷ୍ଠ। ସେ ପ୍ରାୟତଃ ବିଭିନ୍ନ ସାକ୍ଷାତକାରରେ ନାତୁଣୀ ଇଭାରାଙ୍କ ବିଷୟରେ କଥା ହୋଇଥାନ୍ତି।
