ମିସ୍ ୟୁନିଭର୍ସ ଓଡ଼ିଶା 2026 ହେଲେ ଗଞ୍ଜାମର ଝିଅ ପୁନମ ମହାରଣା
ଗଞ୍ଜାମର ପୁନମ ମହାରଣା ମିସ୍ ୟୁନିଭର୍ସ ଓଡ଼ିଶା 2026 ମୁକୁଟ ଜିତି ମିସ୍ ୟୁନିଭର୍ସ ଇଣ୍ଡିଆ ଜାତୀୟ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। AI ଓ ମେସିନ୍ ଲର୍ଣ୍ଣିଂରେ ଶିକ୍ଷିତ ପୁନମ ଏବେ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।

ଗଞ୍ଜାମ ଜିଲ୍ଲାର ଝିଅ ପୁନମ ମହାରଣା ମିସ୍ ୟୁନିଭର୍ସ ଓଡ଼ିଶା 2026 ମୁକୁଟ ଜିତି ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ସୃଷ୍ଟି କରିଛନ୍ତି। ଏହି ସଫଳତା ସହ ସେ ମିସ୍ ୟୁନିଭର୍ସ ଇଣ୍ଡିଆ 2026 ଜାତୀୟ ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛନ୍ତି। ମହାରାଷ୍ଟ୍ରର ପୁଣେରେ ଆୟୋଜିତ ରାଜ୍ୟସ୍ତରୀୟ ଚୟନ ପର୍ଯ୍ୟାୟରେ ସାରା ଦେଶରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ପୁନମ ତାଙ୍କ ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ, ଯୋଗାଯୋଗ ଦକ୍ଷତା ଓ ସ୍ପଷ୍ଟ ଦୃଷ୍ଟିକୋଣ ଦ୍ୱାରା ବିଚାରକମାନଙ୍କୁ ପ୍ରଭାବିତ କରିଥିଲେ। ପୁନମ ମହାରଣା ଜଣେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ସ୍ନାତକ ହେବା ସହ କୃତ୍ରିମ ବୁଦ୍ଧିମତ୍ତା (AI) ଓ ମେସିନ୍ ଲର୍ଣ୍ଣିଂରେ ବିଶେଷଜ୍ଞତା ହାସଲ କରିଛନ୍ତି। ସୌନ୍ଦର୍ଯ୍ୟ ଓ ପ୍ରତିଭା ସହ ଶିକ୍ଷା ଓ ସାମାଜିକ ଦାୟିତ୍ୱର ସମନ୍ୱୟ ତାଙ୍କୁ ଅନ୍ୟ ପ୍ରତିଯୋଗୀଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଛି। ପରିବେଶ ସୁରକ୍ଷା, ସମାଜସେବା ଓ ଉଦ୍ୟୋଗ କ୍ଷେତ୍ରରେ କାମ କରିବା ପ୍ରତି ନିଜର ଆଗ୍ରହ ପ୍ରକାଶ କରି ପୁନମ କହିଛନ୍ତି ଯେ, ଏହି ମୁକୁଟ କେବଳ ସମ୍ମାନ ନୁହେଁ, ବରଂ ଏକ ବଡ଼ ଦାୟିତ୍ୱ। ସେ ତାଙ୍କ ସଫଳତାର ଶ୍ରେୟ ପିତାମାତା ଓ ପରାମର୍ଶଦାତାମାନଙ୍କୁ ଦେଇଛନ୍ତି।
ଏବେ ମିସ୍ ୟୁନିଭର୍ସ ଇଣ୍ଡିଆ ଫାଇନାଲରେ ଓଡ଼ିଶାର ପ୍ରତିନିଧିତ୍ୱ କରିବାକୁ ଯାଉଥିବା ପୁନ
