ନିର୍ଦେଶକ ଦେଉଥିଲେ ନିର୍ଯାତନା- ରାମଚରଣ!
ରାମଚରଣଙ୍କ ପେଡ୍ଡି ବ୍ଲକବଷ୍ଟର- ଫିଲ୍ମ ପାଇଁ ୩ଥର ବଡ଼ି ଟ୍ରାନ୍ସଫର୍ମେସନ, ଝିଅକୁ ବି କୋଳକୁ ଉଠାଇପାରୁନଥିଲେ।ନିର୍ଦେଶକଙ୍କୁ କହିଥିଲେ, ଆପଣ ମୋତେ ବହୁତ ନିର୍ଯାତନା ଦେଇଛନ୍ତି।

ରାମଚରଣଙ୍କ ପେଡି ବକ୍ସ ଅଫିସରେ ଧମାକା କରିଛି। ଜୁନ୍ ୪ରେ ରିଲିଜ ହୋଇଥିବା ଏହି ଫିଲ୍ମ ୨୦୨୬ରେ ସବୁଠୁ ଅଧିକ ଆୟ କରିଥିବା ସାଉଥ ଇଣ୍ଡିଆନ ଫିଲ୍ଣ ହୋଇଛି। ରାମଚରଣଙ୍କ ଏହି ସ୍ପୋର୍ଟସ ଡ୍ରାମା ଫିଲ୍ମ ଓ୍ୱାର୍ଲଡଓ୍ୱାଇଡ୍ ୩୫୦ କୋଟି ଟଙ୍କା କଲେକ୍ସନର ଗ୍ରାଫ୍ କ୍ରସ ସାରିଲାଣି। କେବଳ ଭାରତରେ ୨ଶହ କୋଟିରୁ ଅଧିକ ବେପାର କରିସାରିଲାଣି। ତେବେ ପେଡି ଫିଲ୍ମ ପାଇଁ ୩ ଥର ବଡ଼ି ଟ୍ରାନ୍ସଫର୍ମେସନ କରିଥିଲେ ରାମଚରଣ। ଏପରିକି ନିଜ ଝିଅକୁ ବି କୋଳରେ ଉଠାଇପାରୁନଥିଲେ। ରାମଚରଣ କହିଛନ୍ତି, ନିର୍ଦେଶକ ଆଗ ତାଙ୍କୁ କ୍ରିକେଟର ଭଳି ଫିଟ ଓ ପତଳା ଶରୀର କରିବାକୁ କହିଥିଲେ। ପରେ କବାଡ଼ି ଖେଳାଳୀଙ୍କ ଭଳି ଭାରି ଶରୀର ଓ ଶେଷରେ ରେସଲର ଭଳି ତାକତବର ଶରୀର କରିବାକୁ ଦାବି କରିଥିଲେ। ତିନି ତିନି ଥର ବଡ଼ି ଟ୍ରାନ୍ସଫର୍ମେସନ ଲାଗି ତାଙ୍କୁ ବେଶ୍ ଶାରୀରିକ କଷ୍ଟ ସହିବାକୁ ପଡ଼ିଥିଲା। ଏପରିକି ଶରୀରର କଷ୍ଟ ଲାଗି ନିଜ ଝିଅକୁ ବି କୋଳକୁ ଉଠାଇପାରୁନଥିଲେ। ଫିଲ୍ମ ପ୍ରମୋସନ ବେଳେ ରାମଚରଣ କହିଥିଲେ, ଏତେ କମ୍ ସମୟ ଭିତରେ ବଡ଼ି ଟାଇପ୍ ବଦଳ କରିବାକୁ ଚାପ ଓ ଏଥିଲାଗି ପରିଶ୍ରମ ବେଶ୍ କଷ୍ଟସାଧ୍ୟ ଥିଲା। ରାମଚରଣ ଥଟ୍ଟାରେ ନିର୍ଦେଶକଙ୍କୁ କହିଥିଲେ, ଆପଣ ମୋତେ ବହୁତ ନିର୍ଯାତନା ଦେଇଛନ୍ତି। ଅବଶ୍ୟ ରାମଚରଣ ମାନିଥିଲେ ଯେ, କଠିନ ପଦକ୍ଷେପ ସତ୍ତ୍ୱେ ଏହା ତାଙ୍କ ଲାଗି ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ଯଦି ମଣିଷ ନିଜ ପସନ୍ଦର କାମ କରେ, ତାକୁ ଥକା ଲାଗେନା। କାରଣ ସୁଟିଂ ସରିବା ପରେ ଶରୀରର ଦରଜ ଜଣାପଡ଼େ। ଫିଲ୍ମ ରିଲିଜ ପୂର୍ବରୁ ରାମଚରଣ କହିଥିଲେ, ତାଙ୍କୁ ଏକ୍ସ-ରେ କରାଇବାକୁ ପଡ଼ିବ। ଲଗାତାର ରେସଲିଂ ସିନ କରିବାରୁ ତାଙ୍କ ହାତ ବି କମ୍ପୁଥିଲା। ନିର୍ଦେଶକ ବୁଚି ବାବୁ ସନା କହିଥିଲେ, ରାମଚରଣ ରେସଲିଂ ସିନ୍ସ ଅସଲ ପହେଲବାନଙ୍କ ସହ କାମ କରିବାକୁ କହିଥିଲେ। କିନ୍ତୁ କ୍ୟାମେରା ଆଗରେ ଅଭିନୟ କରିପାରୁନଥିଲେ। ଆଉ ଅସଲରେ କୁସ୍ତି ଆରମ୍ଭ କରିଦେଉଥିଲେ। ସେଥିଲାଗି ସୁଟିଂ ବେଳେ ରାମଚରଣଙ୍କୁ ଅନେକ ଥର ଆଘାତ ଲାଗିଥିଲା। ଭଗବାନଙ୍କ କୃପାରୁ ବିନା କୌଣସି ବଡ଼ ଆଘାତରେ ଫିଲ୍ମର ସୁଟିଂ ସରିଥିଲା। RRR ସୁଟିଂ ବେଳେ ବି ତାଙ୍କ ଗୋଡ଼ ଭାଙ୍ଗିଥିଲା। ରଙ୍ଗସ୍ଥଳମ ଫିଲ୍ମରେ ଆଘାତ ଲାଗିଥିଲା। ଗେମ ଚେଞ୍ଜର ସୁଟିଂ ବେଳେ ତାଙ୍କ ଓଠ ଫାଟିଯାଇଥିଲା।
