Student dies after being beaten :ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଛାତ୍ର ମୃତ୍ୟୁ
କୋଠରୀ ଭିତରେ ବାନ୍ଧି ମାଡ଼ ମାରୁଥିଲେ ପ୍ରଧାନ ଶିକ୍ଷକ | ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି ହେଲାପରେ ମୃତ ଘୋଷଣା କରିଛି ଡାକ୍ତର |ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଜୟପୁର ସଦର ଥାନାରେ ଏତଲା ଦେଇଛନ୍ତି ବାପା ଟିନୋ ଜାନି |
P
By Priti Chhanda BeheraPublished: Oct 1, 2026, 09:24 PM •1 min read •7 Views
ଜୟପୁର:ଜୟପୁର ବ୍ଲକ ଅଦିନସ୍ଥ ଗଡ଼ପଦର ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ ଆସିଛି | ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ହୋଇଥିବା ବାପାଙ୍କ ଅଭିଯୋଗ ହେଇଥିବାବେଳେ,ଗଡ଼ପଦର ହଷ୍ଟେଲରେ ରହି ପଢୁଥିଲେ ମୃତ ଛାତ୍ର ଗଙ୍ଗା ଜାନି | ପିଠି, ଗୋଡ଼ ଓ ଛାତିରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହେଇଛି ଏବଂ କୋଠରୀ ଭିତରେ ବାନ୍ଧି ମାଡ଼ ମାରିଥିବା ମଧ୍ୟ ପ୍ରମାଣ ରହିଛି | ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି ହେଇଥିଲେ ଗଙ୍ଗା ଜାନି ଏବଂ ୩୦ ସେପ୍ଟେମ୍ବର ରାତି ପ୍ରାୟ ୭ଟାରେ ଡାକ୍ତର ମୃତ ଘୋଷଣା କରିଥିଲେ | ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଜୟପୁର ସଦର ଥାନାରେ ଏତଲା ଦେଇଛନ୍ତି ବାପା ଟିନୋ ଜାନି | ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ବାପା | ସୂଚନା ମୁତାବକ ମୃତ ଛାତ୍ର ଜଣଙ୍କ କେନ୍ଦୁଗୁଡା ଗ୍ରାମର ବାସିନ୍ଦା | ଅନ୍ୟପଟେ, ଅଭିଯୋଗ ପରେ ଘଟଣା ସତ୍ୟାସତ୍ୟ କୁ ନେଇ ତଦନ୍ତ କରୁଛି ଜୟପୁର ସଦର ପୋଲିସ |
Tags:#jaypore
Comments0
Leave a Reply
Loading comments...
