ଶ୍ରାବଣ ପ୍ରଥମ ସୋମବାର: ଜଳାଭିଷେକ କରୁଛନ୍ତି କାଉଡ଼ିଆ ଭକ୍ତ
ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଜଳାଭିଷେକ କରୁଛନ୍ତି କାଉଡ଼ିଆ ଭକ୍ତ । କାନ୍ଧରେ କାଉଡ଼ି, ମୁହଁରେ ବୋଲବମ୍ ନାରା.. ଶିବ ଆରାଧନାରେ ଭିଜିଛି ସାରା ପରିବେଶ ।
S
By Subhadra DasPublished: Aug 3, 2026, 01:12 PM •1 min read •4 Views
ରାୟଗଡ଼ା: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଏ ହେଉଛି ରାୟଗଡ଼ା ଜିଲ୍ଲାର ପଦ୍ମପୁରସ୍ଥିତ ଐତିହାସିକ ଶ୍ରୀ ମଲ୍ଲୀକେଶ୍ୱର ମନ୍ଦିରର। କାନ୍ଧରେ କାଉଡ଼ି, ମୁହଁରେ ବୋଲବମ୍ ନାରା, ଶିବ ଆରାଧନାରେ ଭିଜିଛି ସାରା ପରିବେଶ ।
ଆଜି ସକାଳୁ କାଉଡ଼ିଆ ଭକ୍ତମାନେ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିବା ସହ ଶିବଲିଙ୍ଗରେ ପବିତ୍ର ଜଳାଭିଷେକ କରୁଛନ୍ତି। ‘ବୋଲ ବମ୍’ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ଭକ୍ତମାନଙ୍କ ବିଶ୍ୱାସ ଅନୁଯାୟୀ, ଶ୍ରାବଣର ପ୍ରଥମ ସୋମବାରରେ ଭଗବାନ ଶିବଙ୍କୁ ଜଳାଭିଷେକ କଲେ ପୁଣ୍ୟଲାଭ ହୋଇଥାଏ ଏବଂ ମନୋକାମନା ପୂରଣ ହୁଏ।
S
Subhadra DasContent Writer
Comments0
Leave a Reply
Loading comments...
