ଲଗାଣ ବର୍ଷାରେ ଘରେ ପଶିଲା ପାଣି, ଆଜିଯାଏ ଜଳିନି ଚୂଲି
ଲଘୁଚାପ ବର୍ଷାରେ ଵେହାଲ ଵାଲେଶ୍ବର ଜିଲ୍ଲା ସୋର ଅଞ୍ଚଳ । ଘରେ ବର୍ଷା ପାଣି ପଶିଯାଇଥିବା ବେଳେ କେତେକ ମାଟି ଘରର କାନ୍ଥ ଖସିପଡ଼ିଛି। ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ।
S
By Subhadra DasPublished: Aug 1, 2026, 04:48 PM •1 min read •5 Views
ସୋର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଫଳରେ ଅନେକ ବାଲେଶ୍ୱର ସୋର ଅଂଚଳରେ ଘରେ ବର୍ଷା ପାଣି ପଶିଯାଇଥିବା ବେଳେ କେତେକ ମାଟି ଘରର କାନ୍ଥ ଖସିପଡ଼ିଛି। ଘର ଭିତରେ ପାଣି ଜମି ରହିଥିବାରୁ ରୋଷେଇ କରିବା ସମ୍ଭବ ହୋଇନାହିଁ ଏବଂ ଅନେକ ପରିବାରରେ ଆଜିଯାଏ ଚୂଲି ଜଳିନି। ବର୍ଷା ଯୋଗୁଁ ଲୋକମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ, ପାନୀୟ ଜଳ ଓ ଆଶ୍ରୟକୁ ନେଇ ଚିନ୍ତା ବଢ଼ିଛି। କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ପ୍ରଶାସନ ପକ୍ଷରୁ ତୁରନ୍ତ ରନ୍ଧା ଖାଦ୍ୟ ଏବଂ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
S
Subhadra DasContent Writer
Comments0
Leave a Reply
Loading comments...
