ଗଞ୍ଜାମ ଆସିବେ ମହାମହିମ ରାଷ୍ଟ୍ରପତି; ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି
ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଗଷ୍ଟ ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ, ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି।
ବ୍ରହ୍ମପୁର: ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଅଗଷ୍ଟ ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମା' କନ୍ଧୁଣି ଦେବୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ପରେ ଗୋଳାବନ୍ଧସ୍ଥିତ ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୫ ତାରିଖରେ ପୁଣି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଦକ୍ଷିଣଞ୍ଚଳ ଆଇଜି ନୀତି ଶେଖରଙ୍କ ସହ ଵ୍ରହ୍ମପୁର ଏସ୍ପି ଓ ଅନ୍ୟନ୍ୟ ପୋଲିସ ଅଧିକାରୀ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବ୍ରହ୍ମପୁର ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବିଶେଷକରି ୪ ନମ୍ବର ପ୍ଲାଟଫର୍ମ ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଆସିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କିପରି ଆହୁରି କଡ଼ାକଡ଼ି କରାଯିବ ଏବଂ ପୁରା ଗସ୍ତକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଛି। ଏହାସହ ବ୍ରହ୍ମପୁର ରେଳ ଷ୍ଟେସନ ପରିସରର ସୌନ୍ଦର୍ଯ୍ୟକରଣ, ସାଜସଜ୍ଜା ଓ ଆବଶ୍ୟକ ଭିତ୍ତିଭୂମି କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ସେପଟେ ତପ୍ତପାଣିରେ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ସାଜସଜ୍ଜା କାର୍ଯ୍ୟକୁ ଗୁରୁତର ସହ ହାତକୁ ନିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସୂଚାର ରୂପେ ଭାବେ ସମ୍ପନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଥିବାବେଳେ, ରାଷ୍ଟ୍ରପତିଙ୍କ ଗସ୍ତ ଗଂଜାମ ପାଇଁ ଗର୍ବ ଓ ଗୌରବ।
