SpiceJet Dubai Flights Delayed :ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା: ସ୍ପାଇସ୍ଜେଟ୍ ବିମାନ ବିଳମ୍ବକୁ ନେଇ ଯାତ୍ରୀଙ୍କ ବିକ୍ଷୋଭ
ସ୍ପାଇସ୍ଜେଟ୍ର ଦୁବାଇଗାମୀ ବିମାନ ବାରମ୍ବାର ବିଳମ୍ବ ହେବାରୁ ୨୦୦ରୁ ଅଧିକ ଯାତ୍ରୀ ପ୍ରବଳ ହଙ୍ଗାମା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତି କୁ ଦୃଷ୍ଟିରେ ରଖି ଏୟାରଲାଇନ୍ ର ଅଧିକାରୀମାନେ ହସ୍ତକ୍ଷେପ କରିଥିଲେ |
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ 3 ରେ ସ୍ପାଇସ୍ଜେଟ୍ର ଦୁବାଇଗାମୀ ବିମାନ ବାରମ୍ବାର ବିଳମ୍ବ ହେବାରୁ ୨୦୦ରୁ ଅଧିକ ଯାତ୍ରୀ ପ୍ରବଳ ହଙ୍ଗାମା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ଦୁବାଇ ଯିବାକୁ ଥିବା ଦୁଇ ପ୍ରମୁଖ ବିମାନ SG 5111 ଓ SG 5105 ର ନିର୍ଦ୍ଧାରିତ ସମୟ ରେ ନଯାଇ ବାରମ୍ବାର ସମୟ ପରିବର୍ତ୍ତନ କରାଯିବାରୁ ଟର୍ମିନାଲ-୩ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଚାନକ ସୃଷ୍ଟି ହୋଇଥିବା ଏହି ଚିନ୍ତାଜନକ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏୟାରଲାଇନ୍ ର ଅଧିକାରୀମାନେ ହସ୍ତକ୍ଷେପ କରିଥିଲେ ଓ ସିଧା ସ୍ପାଇସ୍ଜେଟ୍ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ସ୍ଥିତି କୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ | ମାମଲାକୁ ବଢ଼ିବାର ଦେଖି ସ୍ପାଇସ୍ଜେଟର ପ୍ରବକ୍ତା ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଅସୁବିଧାପାଇଁ ଦୁଃଖ ପ୍ରକାଶ କରିବା ସହ ଅଧିକାରିକ ବୟାନ ଜାରି କରିଥିଲେ | ବୟାନ ଅନୁସାରେ, ଏକ ବିମାନ ଗ୍ରାଉଣ୍ଡେଡ୍ ହେବା ଯୋଗୁଁ ଏହି ସମସ୍ୟା ଉପୁଜିଛି ଏବଂ ଏୟାରଲାଇନ୍ ପ୍ରଶାସନ ତରଫରୁ ଯାତ୍ରୀଙ୍କ ପାଇଁ ବିକଳ୍ପ ବିମାନର ଓ ଆବଶ୍ୟକ ସୁବିଧାର ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡିଜିସିଏ ସ୍ପାଇସ୍ଜେଟ୍ର ଆର୍ଥିକ ଓ ପରିଚାଳନା ସ୍ଥିତି ଉପରେ ନଜର ରଖିଛନ୍ତି।
