Corrupt Town Planning Officer: କୋଟିପତି ମହିଳା ଟାଉନପ୍ଲାନିଂ ଅଫିସର
ଷ୍ଟକ ମାର୍କେଟରୁ ନେଇ ଓ୍ୱାଇନ ମାର୍କେଟ। ଜମିରୁ ନେଇ ସୁନାଗହଣାରେ କରିଥିଲେ କୋଟି କୋଟି ଟଙ୍କା ନିବେଶ। ଗଲା ସେପ୍ଟେମ୍ୱର ମାସରେ ୭୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ି ଜେଲରେ ଅଛନ୍ତି ବାଣୀ।ଏବେ ଯାଏଁ ପ୍ରାୟ ୬କୋଟି ୭୬ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲାଣି ଏସିବି।

ମହିଳା ଅଫିସରଙ୍କ ସମ୍ପତ୍ତି ଦେଖି ଜଳକା। ଟାଉନ ପ୍ଲାନିଂ ଅଫିସର ଗୁଣ୍ଡୁ ବାଣୀଙ୍କ ୮ ଟି ଠିକଣାରେ ରେଡ୍ ମାରି ଯେତିକି ସମ୍ପତ୍ତିଦେଖିଲାଣି, ତାକୁ ନେଇ ଆଖି ତରାଟି ସାରିଲାଣି ତେଲେଙ୍ଗାନାର ଆଣ୍ଟି କରପସନ ବ୍ୟୁରୋ। ପ୍ଲଟ, ଫ୍ଲାଟ, ଘର, ଦାମୀ କାର୍ ଓ କୋଟି କୋଟି ଟଙ୍କାର ସେୟାର। ଷ୍ଟକ ମାର୍କେଟରୁ ନେଇ ଓ୍ୱାଇନ ମାର୍କେଟ। ଜମିରୁ ନେଇ ସୁନାଗହଣାରେ କରିଥିଲେ କୋଟି କୋଟି ଟଙ୍କା ନିବେଶ। ଗଲା ସେପ୍ଟେମ୍ୱର ମାସରେ ୭୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ି ଜେଲରେ ଅଛନ୍ତି ବାଣୀ।ଏବେ ଯାଏଁ ପ୍ରାୟ ୬କୋଟି ୭୬ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲାଣି ଏସିବି। ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର ମୋଇନାବାଦ ପୌରପାଳିକାର ଟାଉନ ପ୍ଲାନିଂ ଅଫିସର ଥିଲେ ବାଣୀ। ଏସିବିର ସନ୍ଦେହ ଯେ, ବାଣୀ ଭ୍ରଷ୍ଟାଚାର ସହ ଅନେକ ସନ୍ଦିଗ୍ଧ ଉପାୟରେ ବି ସମ୍ପତ୍ତି ଠୁଳ କରିଛନ୍ତି। ବାଣୀଙ୍କ ସମ୍ପତ୍ତି ଭିତରେ ରହିଛି, ମେହବୁବନଗର ଜିଲ୍ଲାରେ ୨୮୩.୧୧ ବର୍ଗଫୁଟ ଓ ଜଙ୍ଗାବ ଜିଲ୍ଲାରେ ୪୨୪ ବର୍ଗ ଗଜର ଦୁଇଟି ପ୍ଲଟ। ଏହି ଦୁଇଟି ପ୍ଲଟର ଆକଳନ ଦର ୮୭ଲକ୍ଷ ଟଙ୍କା ହେବ। ଏହା ବ୍ୟତୀତ ୬୩ଲକ୍ଷ ଟଙ୍କାର ଫ୍ଲାଟ
ଓ ପ୍ରାୟ ଅଢ଼େଇ କୋଟି ଟଙ୍କାର ତିନି ମହଲା କୋଠା ବି ସାମିଲ ଅଛି। ୧ ଏକରରୁ ଅଧିକ ଜମି ବି ଅଛି। ତାଙ୍କ ପାଖରେ ୫.୪୭ଲକ୍ଷ ଟଙ୍କାର ନଗଦ ବି ମିଳିଛି। ୧କୋଟି୩୦ଲକ୍ଷ ଟଙ୍କାର ସେୟାର ଓ ବ୍ୟାଙ୍କ ଖାତାରେ ପ୍ରାୟ ୭.୯୭ଲକ୍ଷ ଟଙ୍କା ଜମା ଅଛି।ତଦନ୍ତ ବେଳେ ୧୭୫.୧ ଗ୍ରାମ ସୁନାର ଗହଣା ମିଳିଛି। ଯାହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା। ତାଙ୍କ ପାଖରେ ୫୦ଲକ୍ଷ ଟଙ୍କାର ଗାଡ଼ି ବି ଅଛି। ଏଥିରେ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଓ ହ୍ୟୁଣ୍ଡାଇ କ୍ରେଟା ଅଛି। ଗଲା ସେପ୍ଟେମ୍ୱରରେ ପଞ୍ଚାୟତ ସଚିବଙ୍କ ଜରିଆରେ ୭୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।
