False Accusation And Jail:ଗୋଟିଏ ଫୋନ୍ କଲରେ ଅଢ଼େଇ ବର୍ଷ ଜେଲ୍
ରାଜେଶ ବିନା ଦୋଷରେ ଅଢ଼େଇ ବର୍ଷ ଜେଲରେ ସଜ୍ଜା କାଟିବାର କଷଣ ଓ ସେ ହରାଇଥିବା ମୂଲ୍ୟବାନ ସମୟର କିଏ କରିବ ଭରଣା ବୋଲି ପ୍ରଶ୍ନ ଉଠିଛି। ରାଜେଶ ଆରୋପ ଲଦିଛନ୍ତି ଯେ, ପୁଲିସ ତାଙ୍କୁ ଥାର୍ଡ ଡିଗ୍ରୀ ଦେଇ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା। ଯେଉଁ ଅପରାଧ ସେ କଦାପି କରିନଥିଲେ। ବସଷ୍ଟାଣ୍ଡରେ ନିଜର ଜଣେ ସାଙ୍ଗକୁ ଫୋନ୍ କରିବାକୁ କହି ରାଜେଶଙ୍କ ଫୋନ ବ୍ୟବହାର କରିଥିଲେ ମଞ୍ଜୁ।

ଗୋଟିଏ ଫୋନ୍ କଲ ପାଇଁ ଜଣକୁ ସାହାଯ୍ୟ କଲେ। ଆଉ ଏଭଳି ଦୟାଳୁ ମନୋଭାବ ତୁମ ଜୀବନକୁ ପୁରା ଜାଳିଦେଲା। ଆଉ ଏମିତି ଜାଳିଲା ଯେ, ଶେଷରେ ବିନା ଦୋଷରେ ଅଢ଼େଇ ବର୍ଷ ଜେଲ୍ ଯିବାକୁ ପଡିଲା। ତା ପୁଣି ମର୍ଡର ମାମଲାରେ। ଆଉ ୭ ବର୍ଷ ପରେ ସତ ଜଣାପଡ଼ିଲା। ଯେଉଁ ମହିଳାଙ୍କ ହତ୍ୟା ଅଭିଯୋଗରେ ସେ ଜେଲ୍ ଯାଇଥିଲେ, ସେ ବାସ୍ତବରେ ଜୀବିତ। ଏଭଳି ଏକ ଘଟଣା ଘଟିଛି ରାଜେଶଙ୍କ କ୍ଷେତ୍ରରେ। ୨୦୧୯ରେ କର୍ଣ୍ଣାଟକର ରାଜେଶଙ୍କୁ ବିବାହ କରିଥିଲେ ମଞ୍ଜୁ। ତଦନ୍ତରେ ପୁଲିସ ପାଇଥିଲା ଯେ, ମଞ୍ଜୁର ଶେଷ କଲ୍ ରାଜାର ମୋବାଇଲରୁ ଯାଇଥିଲା। ବସଷ୍ଟାଣ୍ଡରେ ରାଜେଶଙ୍କୁ ଭେଟିବା ପରେ ଏହା ଥିଲା ଶେଷ କଲ୍। ୨୦୨୧ରେ ମଞ୍ଜୁଙ୍କ ବାପା ଆରୋପ ଲଦିଥିଲେ ଯେ, ତାଙ୍କ ଝିଅକୁ ମାରି ନଦୀକୁ ଫିଙ୍ଗିଦେଇଛି ରାଜେଶ। ଏହି ଏତଲା କ୍ରମେ ରାଜେଶକୁ ଗିରଫ କରାଯାଇଥିଲା ଓ ସେ ଅଢ଼େଇ ବର୍ଷ ଧରି ଜେଲରେ ଥିଲେ। ଆଉ ଏବେ ପ୍ରାୟ ୭ ବର୍ଷ ପରେ ଚଳିତ ନଭେମ୍ୱର ୧୧ ତାରିଖରେ ମଞ୍ଜୁ ଜୀବିତ ଅଛି ବୋଲି ଜଣାପଡ଼ିଲା। କର୍ଣ୍ଣାଟକର ନାଗମଙ୍ଗଲାରେ ମଞ୍ଜୁ ଅଛନ୍ତି। ତାଙ୍କ ଇଛା ବିରୁଦ୍ଧରେ ବିବାହ କରାଯାଇଥିବାରୁ ସେ ଘର ଛାଡ଼ି ଚାଲିଯାଇଥିଲେ। ଆଉ ନଗେନ୍ଦ୍ର ନାମକ ଆଉ ଜଣେ ବ୍ୟକ୍ତିକୁ ବିବାହ କରି ନାଗମଙ୍ଗଲାରେ ରହୁଥିଲେ। ଆଉ ଏବେ ସବୁ ସତ ଜଣାପଡ଼ିବା ପରେ ରାଜେଶ ବିନା ଦୋଷରେ ଅଢ଼େଇ ବର୍ଷ ଜେଲରେ ସଜ୍ଜା କାଟିବାର କଷଣ ଓ ସେ ହରାଇଥିବା ମୂଲ୍ୟବାନ ସମୟର କିଏ କରିବ ଭରଣା ବୋଲି ପ୍ରଶ୍ନ ଉଠିଛି। ରାଜେଶ ଆରୋପ ଲଦିଛନ୍ତି ଯେ, ପୁଲିସ ତାଙ୍କୁ ଥାର୍ଡ ଡିଗ୍ରୀ ଦେଇ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା। ଯେଉଁ ଅପରାଧ ସେ କଦାପି କରିନଥିଲେ। ବସଷ୍ଟାଣ୍ଡରେ ନିଜର ଜଣେ ସାଙ୍ଗକୁ ଫୋନ୍ କରିବାକୁ କହି ରାଜେଶଙ୍କ ଫୋନ ବ୍ୟବହାର କରିଥିଲେ ମଞ୍ଜୁ। ଆଉ ଏହି ଫୋନ୍ କଲର ସାହାଯ୍ୟ ହିଁ ରାଜେଶଙ୍କ ଜୀବନରେ ବଡ଼ ବିପତ୍ତି ଆଣିଦେଲା। ୩୬ ବର୍ଷୀୟ କନଷ୍ଟ୍ରକ୍ସନ ଓ୍ୱାର୍କର ରାଜେଶ ବିନା ଦୋଷରେ ମର୍ଡର ମାମଲାରେ ଜେଲ୍ ରେ ରହିଲେ।
