Cop Threaten False Marijuana Case:ଗଞ୍ଜେଇ କେସରେ ଫସାଇବାକୁ ଧମକ
ପୁରା ମାମଲା ସିଓ୍ୱନିର ବାବରିଆ ରୋଡରେ ଥିବା ହୋଟେଲ ସିଦ୍ଧାର୍ଥରେ ଘଟିଛି। ହୋଟେଲ ମ୍ୟାନେଜର ସଞ୍ଜୟ ସନୋଡିୟା ପୁଲିସ ଉପରେ ଗମ୍ଭୀର ଆରୋପ ଲଦିଛନ୍ତି। ପ୍ରତି ମାସରେ ୨୫ହଜାର ଟଙ୍କା ବଟି ମାଗୁଛି ପୁଲିସ। ଯୁବତୀ ପୁଲିସକୁ କହିଥିଲେ ଯେ, ସେମାନେ ଦୁହେଁ ସାବାଳକ। ଗୋଟିଏ ଜାତିର ଓ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହା ସତ୍ତ୍ୱେ ପୁଲିସ ଯୁବତୀଙ୍କୁ କହିଥିଲେ, ନିଜ ମୋବାଇଲ ଫୋନର ଲକ୍ ଖୋଲି ନିଜ ପରିବାରକୁ ଫୋନ୍ ଲଗାଅ।

ହୋଟେଲ ରେଡ୍ ବେଳେ ଅବିବାହିତ ଦମ୍ପତ୍ତିକୁ ମିଛ ମାମଲାରେ ଫସାଇବାକୁ ପୁଲିସର ଷଡ଼ଯନ୍ତ୍ର। ଘର ଲୋକଙ୍କୁ ଫୋନ କରିବାକୁ ଯୋଡ଼ି ମନା କରିବାରୁ ବ୍ୟାଗରେ ଗଞ୍ଜେଇ ରଖିଦିଅ ଓ ଫସେଇଦିଅ। ମଧ୍ୟପ୍ରଦେଶର ସିଓ୍ୱାନିର ହୋଟେଲ ସିଦ୍ଧାର୍ଥରେ ଅତିରିକ୍ତ ଏସପି ଦୀପକ ମିଶ୍ରା ଦମ୍ପତ୍ତିଙ୍କୁ ଏଭଳି ଧମକ ଦେଇ
ଫସାଇବି ବୋଲି କହୁଥିବାର ସିସିଟିଭି ଭିଡ଼ିଓ ଭାଇରାଲ। ଭିଡ଼ିଓରେ ଏସଡିପିଓ ଚଞ୍ଚଲେଶ ମରକାମ ଓ ଟିଆଇ ସତୀଶ ତିଓ୍ୱାରି ବି ଅଛନ୍ତି। ସିସିଟିଭି ଭିଡ଼ିଓ ଭାଇରାଲ ପରେ ଏସପି କୃଷ୍ଣ ଲାଲଚନ୍ଦାନି ଟିଆଇ ସତୀଶ ତିଓ୍ୱାରୀଙ୍କୁ ମୁଖ୍ୟାଳୟକୁ
ବଦଳି କରିଦେଲେ। ଏ ପୁରା ମାମଲା ସିଓ୍ୱନିର ବାବରିଆ ରୋଡରେ ଥିବା ହୋଟେଲ ସିଦ୍ଧାର୍ଥରେ ଘଟିଛି। ହୋଟେଲ ମ୍ୟାନେଜର ସଞ୍ଜୟ ସନୋଡିୟା ପୁଲିସ ଉପରେ ଗମ୍ଭୀର ଆରୋପ ଲଦିଛନ୍ତି। ପ୍ରତି ମାସରେ ୨୫ହଜାର ଟଙ୍କା ବଟି ମାଗୁଛି
ପୁଲିସ। ଡିମାଣ୍ଡ ଅନୁସାରେ ପୁରା ଟଙ୍କା ଦେଇପାରିନଥିବାରୁ ପୁଲିସ ଅଧିକାରୀ ପୁରା ଟିମ୍ ସହ ହୋଟେଲରେ ପହଞ୍ଚି ତାଙ୍କୁ ଧମକ ଦେବାକୁ ଲାଗିଥିଲେ। କେବଳ ଏତିକି ନୁହେଁ। ହୋଟେଲରେ ଥିବା ସାବାଳିକା ଦମ୍ପତ୍ତିଙ୍କୁ ମିଛରେ ଗଞ୍ଜେଇ କେସରେ
ଫସାଇଦେବାକୁ ଧମକ ଦେଇଥିଲେ। ସିଓ୍ୱନି ଏସପି କୃଷ୍ଣ ଲାଲଚନ୍ଦାନୀ ଏ ସନ୍ଦର୍ଭରେ ଭାଇରାଲ ହୋଇଥିବା ସିସିଟିଭି ଫୁଟେଜକୁ ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି। କୋତଓ୍ୱାଲି ଥାନା ପ୍ରଭାରୀ ତିଓ୍ୱାରିଙ୍କୁ ଥାନାରୁ ହଟାଇଦିଆଯାଇଛି। ତାଙ୍କୁ ପୁଲିସ ମୁଖ୍ୟାଳୟକୁ ଆଟାଚ୍ କରିଦିଆଯାଇଛି। ଏ ମାମଲାର ତଦନ୍ତ ଆରମ୍ଭ ହୋଇଛି। ହୋଟେଲରେ ପହଞ୍ଚି ରେଡ୍ ବେଳେ ଏକ ଅବିବାହିତ ଯୋଡ଼ିକୁ ଦେଖିଥିଲେ ପୁଲିସ। ଯୁବତୀ ପୁଲିସକୁ କହିଥିଲେ ଯେ, ସେମାନେ ଦୁହେଁ ସାବାଳକ। ଗୋଟିଏ ଜାତିର ଓ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହା ସତ୍ତ୍ୱେ ପୁଲିସ ଯୁବତୀଙ୍କୁ କହିଥିଲେ, ନିଜ ମୋବାଇଲ ଫୋନର ଲକ୍ ଖୋଲି ନିଜ ପରିବାରକୁ ଫୋନ୍ ଲଗାଅ। କିନ୍ତୁ ଯୁବତୀ ଜଣକ ଫୋନ୍ ଅନଲକ କରିବା ଓ ପରିବାରକୁ କଲ୍ କରି କଥା ହେବାକୁ ମନା କରିଦେଇଥିଲେ। ଆଉ ଏହା ଶୁଣି ଘଟଣାସ୍ଥଳରେ ଥିବା ଅତିରିକ୍ତ ଏସପି ଦୀପକ ମିଶ୍ରା ହୋଟେଲ ଷ୍ଟାଫ୍ ଓ ପୁଲିସ କର୍ମଚାରୀଙ୍କୁ କହିଥିଲେ, ଏ ପୁଅର ବ୍ୟାଗରେ ଗଞ୍ଜେଇ ରଖିଦିଅ। ଗଞ୍ଜେଇ ବେପାର କରୁଛି କହି ମାମଲା କର। କେବଳ ଏତିକି ନୁହେଁ, ଭିଡ଼ିଓରେ ଯୁବକର କ୍ୟାରିଅର ବର୍ବାଦ୍ କରିବାକୁ ବି ଧମକ ଦେଇଥିଲେ ଅତିରିକ୍ତ ଏସପି। ଏ ପୁରା ପ୍ରକରଣରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଅତିରିକ୍ତ ଏସପି ଦୀପକ ମିଶ୍ରା ଭାଇରାଲ ଭିଡ଼ିଓର ସତ୍ୟତାକୁ ନେଇ ସଫେଇ ଦେଇଛନ୍ତି ଯେ, ଏହା ଏଆଇ ଜେନେରେଟେଡ ଭିଡ଼ିଓ।
