ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସାମଗ୍ରୀ ନେଇଗଲେ ଚୋର
ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନୂଆଗାଁ ଛକ ନିକଟରେ ଥିବା ଏକ ଭେରାଇଟି ଷ୍ଟୋରରେ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ।
B
By BHAKTILATA BARALPublished: Jun 20, 2026, 02:52 PM •1 min read •3 Views
ବାଲେଶ୍ୱର: ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସାମଗ୍ରୀ ଚୋରି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନୂଆଗାଁ ଛକ ନିକଟରେ ଥିବା ଏକ ଭେରାଇଟି ଷ୍ଟୋରରେ ବିଳମ୍ବିତ ରାତିରେ ଚୋରି । ଦୁର୍ବୃତ୍ତମାନେ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବିଜୟ କୁମାର ସାହୁଙ୍କ ଭେରାଇଟି ଷ୍ଟୋରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନର ତାଲା ଭାଙ୍ଗି ବିଭିନ୍ନ ଗ୍ରୋସରି ସାମଗ୍ରୀ, କପଡ଼ା, ଥଣ୍ଡା ପାନୀୟ ସହିତ ଅନ୍ୟାନ୍ୟ ଦାମିଆ ସାମଗ୍ରୀ ସହ ନଗଦ ଟଙ୍କା ଚୋରି କରି ନେଇଛନ୍ତି । ଶନିବାର ସକାଳେ ସ୍ଥାନୀୟ ଲୋକେ ଦୋକାନ ତାଲା ଭାଙ୍ଗି ହୋଇ ଦୋକାନର ସାମଗ୍ରୀ ଆଡ଼େସାଡ଼େ ପଡିଥିବାର ଦେଖି ବିଜୟ ସାହୁଙ୍କୁ ଖବର ଦେଇଥିଲେ। ବିଜୟ ଚୋରି ହୋଇଥିବା ଦେଖି ସୋର ଥାନାରେ ଅଭିଯୋଗ କରିଥିଲେ । ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
B
BHAKTILATA BARALContent Writer,Naxatra News
Comments0
Leave a Reply
Loading comments...
