୪୦ ଟଙ୍କା ପାଇଁ ଧରାପଡ଼ିଲା ନକଲି ଆଇପିଏସ
ପୁଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ପଚାରିବାରୁ କହିଲେ, ସେ ଆଇପିଏସ ଅଫିସର। ଆଗ ସାଲ୍ୟୁଟ କର। ପୁଲିସକୁ ସନ୍ଦେହ ହେବାରୁ ଆଇଡି ମାଗିଥିଲା।

ଲକ୍ଷ୍ନୌରେ ଧରାପଡ଼ିଲେ ନକଲି ଆଇପିଏସ। ୪୦ ଟଙ୍କା ପାଇଁ ଧରାପଡ଼ିଗଲା। ସୋମବାର ରାତିରେ ଗୋଲ ଛକରେ ଜଣେ ଦୋକାନୀଠୁ ୪୦ ଟଙ୍କାର ମକା ଖାଇଥିଲେ। ଏହା ପରେ ଟଙ୍କା ନଦେଇ ନିଜ ଚାରିଚକିଆରେ ଯିବାକୁ ବାହାରିଥିଲେ। ଦୋକାନୀ ପଇସା ମାଗିବାରୁ ବଚସା ହୋଇଥିଲା। ଏଥିରେ ଦୋକାନୀ ପୁଲିସକୁ ଡାକିଥିଲେ। ପୁଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ପଚାରିବାରୁ କହିଲେ, ସେ ଆଇପିଏସ ଅଫିସର। ଆଗ ସାଲ୍ୟୁଟ କର। ପୁଲିସକୁ ସନ୍ଦେହ ହେବାରୁ ଆଇଡି ମାଗିଥିଲା। ଏଥିରେ ରାଗିଯାଇ ନକଲି ଆଇପିଏସ ପୁଲିସର ପରିଚୟ ମାଗିଲେ। ଆଉ ତାହାର ହାବଭାବ ଦେଖି ପୁଲିସର ସନ୍ଦେହ ସତ ହେଲା। ୪୦ ବର୍ଷୀୟ ମିଥଲେଶ ଶୁକ୍ଳାକୁ ପୁଲିସ ଶେଷରେ ହେପାଜତକୁ ନେଲା। ଘଟଣା ଏମିତି। ୪୦ ଟଙ୍କାର ମକା ଖାଇ ପଇସା ମାଗିବାରୁ ଦୋକାନୀକୁ ତାଙ୍କ ନାଁ ପଚାରିଥିଲା। ଦୋକାନ ନିଜ ନାଁରେ ନା ଆଉ କାହା ନାଁରେ ପଚାରିଥିଲା। ଦୋକାନୀ କହିଥିଲେ, ଏହା ତାଙ୍କ ସମ୍ପର୍କୀୟଙ୍କ ନାଁରେ ଅଛି। ଏହା ପରେ ଟି-ସାର୍ଟ ପିନ୍ଧିଥିବା ମିଥିଳେଶ କହିଥିଲା, ରୁହ ତୁମକୁ ଏବେ ବତାଉଛି। ଏମିତି ତାହେଲେ ଦୋକାନ ଚଳାଉଛ। ହେଲେ ଦୋକାନୀ ଛାଡ଼ିବା ଲୋକ ନଥିଲେ। କ୍ୟୁଆର କୋଡରେ ୪୦ ଟଙ୍କା ପେମେଣ୍ଟ କରିବାକୁ କହିଲେ। ଆଉ ଏହାକୁ ନେଇ ଝଗଡ଼ା ହୋଇଥିଲା। ଦୋକାନୀ ୧୧୨ ଡାଏଲ କରି ପୁଲିସକୁ ଡାକିବାରୁ ପୁଲିସକୁ କହିଥିଲା, ସେ ନୋଏଡାରୁ ଏଠାକୁ ଇନସପେକ୍ସନ ଲାଗି ଆସିଛି। ପୁଲିସ କର୍ମୀଙ୍କୁ ସାଲ୍ୟୁଟ କରିବାକୁ କହିବାରୁ ସେ କହିଲେ, ଆପଣ ବର୍ଦ୍ଦିରେ ଥିଲେ ସାଲ୍ୟୁଟ କରିଥାଆନ୍ତି। ଏହା ପରେ ଅସଲ ରୂପ ଧରାପଡ଼ିଗଲା।
