Elephant Calf Rescue:ପ୍ରଖର ସୁଅରୁ ନବଜାତ ହାତୀକୁ ଉଦ୍ଧାର କଲେ ମତ୍ସ୍ୟଜୀବି
ମାନବିକତା ଓ ବନ୍ୟଜନ୍ତୁ ସଂରକ୍ଷଣର ଏହି ପ୍ରେରଣାଦାୟୀ ଭିଡ଼ିଓ ଯିଏ ଦେଖୁଛି, ସେ ଖୁସି ହୋଇଯାଉଛି। ତିସ୍ତା ନଦୀର ପ୍ରଖର ସୁଅରେ ଭାସିଯାଇଥିଲା ୩ ଦିନର ହାତୀ ଛୁଆ। ଲଗାତାର ବାହାରିବାକୁ ପ୍ରୟାସ କରୁଥିଲା। ହେଲେ ସଫଳ ହୋଇପାରୁନଥିଲା।

ତିସ୍ତା ନଦୀର ପ୍ରଖର ସୁଅରେ ଭାସିଯାଉଥିଲା ନବଜାତ ହାତୀ। ୩ କିଲୋମିଟର ଡଙ୍ଗା ଚଲାଇ ଛୁଆ ହାତୀର ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବି। ମାଆ ସହ ପିଲାକୁ ପୁଣି ମିଳାଇଲେ। ହୃଦୟକୁ ଛୁଇଁଯାଉଥିବା ତଥା ଏଭଳି ମାନବିକତାର ମିସାଲ ସୃଷ୍ଟି କରିଛନ୍ତି ଜଲପାଇଗୁଡିର କିଛି ମତ୍ସ୍ୟଜୀବି। ହାତୀଟି ଭାସିଯାଉଥିଲା ବେଳେ ତା ପଛେ ପଛେ ଡଙ୍ଗା ନେଇ ତାକୁ ସୁରକ୍ଷିତ ଉଦ୍ଧାର କରିପାରିଛନ୍ତି। ଏହାର ଭିଡ଼ିଓ ଭାଇରାଲ ହୋଇଛି। ମାନବିକତା ଓ ବନ୍ୟଜନ୍ତୁ ସଂରକ୍ଷଣର ଏହି ପ୍ରେରଣାଦାୟୀ ଭିଡ଼ିଓ ଯିଏ ଦେଖୁଛି, ସେ ଖୁସି ହୋଇଯାଉଛି। ତିସ୍ତା ନଦୀର ପ୍ରଖର ସୁଅରେ ଭାସିଯାଇଥିଲା ୩ ଦିନର ହାତୀ ଛୁଆ। ଲଗାତାର ବାହାରିବାକୁ ପ୍ରୟାସ କରୁଥିଲା। ହେଲେ ସଫଳ ହୋଇପାରୁନଥିଲା। ଏତିକିବେଳେ ସ୍ଥାନୀୟ ମତ୍ସ୍ୟଜୀବିଙ୍କ ନଜର ହାତୀ ଛୁଆଟି ଉପରେ ପଡ଼ିଥିଲା। ମାଛ ମାରୁଥିଲେ ନଦୀରୁ। ପ୍ରବଳ ସୁଅରୁ ହାତୀ ଛୁଆଟି ବାହାରିବାକୁ ସଂଘର୍ଷ କରୁଥିଲା। ଆଉ ଏହା ଦେଖି ଅବିଳମ୍ୱେ ଉଦ୍ଧାର ଲାଗି ବାହାରି ପଡ଼ିଥିଲେ। ସେମାନେ ନିଜ ଜୀବନକୁ ବିପଦରେ ପକାଇ ହାତୀକୁ ରକ୍ଷା କଲେ। ଏହା ପରେ ବନବିଭାଗର ସହଯୋଗରେ ହାତୀ ଛୁଆଟିକୁ ତା ମାଆଙ୍କ ସହ ମିଶାଇଥିଲେ। ମାଆ ଓ ଛୁଆ ହାତୀର ମିଳନର ଦୃଶ୍ୟ ସମସ୍ତଙ୍କୁ ଭାବୁକ କରିଦେଇଥିଲା।
