ନିଟ୍ ରି-ଟେଷ୍ଟ ପୂର୍ବରୁ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା
ଧର ଜିଲ୍ଲାର ଛାତ୍ରୀ ଇନ୍ଦୋରର ଏକ ଭଡ଼ା ଘରେ ରହୁଥିଲେ। ଆଉ ଭଡ଼ା ଘର ଛାତରୁ ହିଁ ଡେଇଁପଡ଼ିଥିଲେ। ଗଲା ୩ ବର୍ଷ ହେଲା ନିଟ୍- ୟୁଜି ଦେଉଥିଲେ ହେଁ କୃତକାର୍ଯ୍ୟ ହୋଇପାରୁନଥିଲେ। ଏଥିଲାଗି ଅନେକ ସମୟରେ ଚାପଗ୍ରସ୍ତ ଥିଲେ।
P
By Pradeep Kumar NayakPublished: Jun 20, 2026, 12:10 PM •1 min read •4 Views

ନିଟ୍ ରି-ଟେଷ୍ଟ ପୂର୍ବରୁ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା। ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଛି ଛାତ୍ରୀଙ୍କ ଆତ୍ମହତ୍ୟା ଖବର। ଛାତ୍ରୀଙ୍କ ନାଁ ଅବନ୍ତିକା ମୌର୍ଯ୍ୟ। ବୟସ ୨୧।
ଛାତ୍ରୀଙ୍କ ପିତା ଡାକ୍ତର ଅଛନ୍ତି। ପିତାଙ୍କ କହିବା କଥା, ତାଙ୍କ ଝିଅ ଗଲା ୫ମାସ ହେଲା ମାନସିକ ଅବସାଦରେ ଥିଲେ। ଆଉ ସେଥିଲାଗି ଛାତରୁ ଡେଇଁ ଆତ୍ମହତ୍ୟା କରିଦେଲା। ପରିବାର ଲୋକଙ୍କ କହିବା କଥା, ଛାତ୍ରୀ ଜଣକ ଡାକ୍ତର ହେବାକୁ ଚାହୁଁଥିଲେ। ହେଲେ ଗଲା ୩ ବର୍ଷ ହେଲା ନିଟ୍- ୟୁଜି ଦେଉଥିଲେ ହେଁ କୃତକାର୍ଯ୍ୟ ହୋଇପାରୁନଥିଲେ। ଏଥିଲାଗି ଅନେକ ସମୟରେ ଚାପଗ୍ରସ୍ତ ଥିଲେ। ଧର ଜିଲ୍ଲାର ଛାତ୍ରୀ ଇନ୍ଦୋରର ଏକ ଭଡ଼ା ଘରେ ରହୁଥିଲେ। ଆଉ ଭଡ଼ା ଘର ଛାତରୁ ହିଁ ଡେଇଁପଡ଼ିଥିଲେ। ଇନ୍ଦୋରର ଅତିରିକ୍ତ ଡିସିପି ଅମରେନ୍ଦ୍ର ସିଂ କହିଛନ୍ତି, କୌଣସି ସୁଇସାଇଡ୍ ନୋଟ ଜବତ ହୋଇନି। କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର ଛାନଭିନ ଚାଲିଛି।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
