ମଞ୍ଚ ସଂଚାଳକଙ୍କୁ କାହିଁକି ରାଗିଲେ କେନ୍ଦ୍ରମନ୍ତ୍ରୀ ଶିବରାଜ
ମଞ୍ଚ ସଂଚାଳକ ବାରମ୍ୱାର ଲୋକଙ୍କୁ ତାଳି ମାରିବାକୁ ଛିଡ଼ା ହେବା ଓ ସ୍ୱାଗତ କରିବାକୁ ଅପିଲ୍ କରୁଥିଲେ। ଏ କଥା ଶୁଣି ନିଜ ଆସନରୁ ତୁରନ୍ତ ଉଠି ମଞ୍ଚର ମାଇକ ପାଖକୁ ଆସିଥିଲେ ଶିବରାଜ। ଆଉ ରୋଷ ଝାଡ଼ିଥିଲେ।
P
By Pradeep Kumar NayakPublished: Jun 16, 2026, 05:29 PM •1 min read •2 Views

ଜନତା ହିଁ ଭଗବାନ। ବାରମ୍ୱାର ସେମାନଙ୍କୁ ଛିଡ଼ା ହୁଅ ବୋଲି କାହିଁକି କହୁଛ। ମଞ୍ଚ ସଞ୍ଚାଳକଙ୍କ ଉପରେ ଏଭଳି କହି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏ ଭିଡ଼ିଓ ତାଙ୍କ ସଂସଦୀୟ କ୍ଷେତ୍ର ରାୟସେନରେ ଆୟୋଜିତ ଏକ କାର୍ଯ୍ୟକ୍ରମର କୁହାଯାଉଛି। କେନ୍ଦ୍ର କୃଷିମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲା ବେଳେ ମଞ୍ଚ ସଂଚାଳକ ବାରମ୍ୱାର ଲୋକଙ୍କୁ ତାଳି ମାରିବାକୁ ଛିଡ଼ା ହେବା ଓ ସ୍ୱାଗତ କରିବାକୁ ଅପିଲ୍ କରୁଥିଲେ। ଏ କଥା ଶୁଣି ନିଜ ଆସନରୁ ତୁରନ୍ତ ଉଠି ମଞ୍ଚର ମାଇକ ପାଖକୁ ଆସିଥିଲେ ଶିବରାଜ। ଆଉ ରୋଷ ଝାଡ଼ିଥିଲେ। ଜନତାଙ୍କୁ ବାରମ୍ୱାର ଛିଡ଼ା ହେବାକୁ କହିବା ଏ କି ପ୍ରକାର ମାନସିକତା। ଜନତା ଆମର ଭଗବାନ। ସେମାନଙ୍କ ସହ ଏଭଳି ବ୍ୟବହାର ବିଲକୁଲ ଭୁଲ୍।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
