Keonjhar University: ଭାଷଣ ବେଳେ ମଞ୍ଚକୁ ଉଡ଼ିଲା ଜୋତା
କେନ୍ଦୁଝର ବିଶ୍ୱବିଦ୍ୟାଳୟରେ ଭାଷଣ ବେଳେ ଉଡ଼ିଲା ଜୋତା | ପ୍ରାର୍ଥୀଙ୍କ ଆଡ଼କୁ ଜୋତା ଫିଙ୍ଗା ଅଭିଯୋଗ, କ୍ୟାମ୍ପସରେ ହଙ୍ଗାମା |
S
By Swarna Prava GiriPublished: Oct 14, 2026, 07:48 PM •1 min read •3 Views
ମଞ୍ଚ ଉପରେ ଚାଲିଥିଲା ଭାଷଣ, ହଠାତ୍ ଉଡ଼ି ଆସିଲା ଜୋତା ! କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ‘Why I Stand For’ ମିଟିଂ ସମୟରେ ଏଭଳି ଏକ ଘଟଣାକୁ ନେଇ ଦେଖାଦେଇଛି ଉତ୍ତେଜନା । ସୂଚନା ଅନୁଯାୟୀ, NSY ସମର୍ଥିତ ଉପସଭାପତି ପ୍ରାର୍ଥୀ ରତିକାନ୍ତ ପଢ଼ିହାରୀ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ, ନିର୍ବାଚନରେ ଟଙ୍କା କାରବାରକୁ ନେଇ ମନ୍ତବ୍ୟ ଦେଇଥିଲେ । ଏହି ସମୟରେ ABVPର ଜଣେ ସମର୍ଥକ ତାଙ୍କୁ ଲକ୍ଷ୍ୟ କରି ମଞ୍ଚ ଉପରକୁ ଜୋତା ଫିଙ୍ଗିଥିବା ଅଭିଯୋଗ ହୋଇଛି । ତେବେ ଜୋତାଟି ପ୍ରାର୍ଥୀଙ୍କ ମୁଣ୍ଡ ଉପର ଦେଇ ଚାଲିଯାଇଥିବାରୁ ସେ ଆଘାତପ୍ରାପ୍ତ ହୋଇନଥିବା ଜଣାପଡ଼ିଛି । ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ବଢ଼ିଥିଲା । ପରେ ପୋଲିସ ହସ୍ତକ୍ଷେପ କରିବାରୁ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।
Comments0
Leave a Reply
Loading comments...
