Skin Care: ନବରାତ୍ରିରେ ଗ୍ଲୋଇଂ ସ୍କିନ୍ ପାଇଁ ୫ଟି ସହଜ ସ୍କିନ୍ କେୟାର୍ ଟିପ୍ସ
ନବରାତ୍ରିରେ ଗ୍ଲୋଇଂ ସ୍କିନ୍ ପାଇଁ ଆପଣାନ୍ତୁ ଏହି ସ୍କିନ୍ କେୟାର୍ ଟିପ୍ସ, ଗରବା ଲୁକ୍ ହେବ ଆହୁରି ଆକର୍ଷଣୀୟ ।

ଭୁବନେଶ୍ୱର: ନବରାତ୍ରି ଆସିଲେ ଦାଣ୍ଡିଆ, ଗରବା ଓ ରଙ୍ଗବେରଙ୍ଗର ଆଉଟଫିଟ୍କୁ ନେଇ ସମସ୍ତଙ୍କ ମଧ୍ୟରେ ଦେଖାଦିଏ ଭରପୂର ଉତ୍ସାହ। ଆକର୍ଷଣୀୟ ଫେଷ୍ଟିଭ୍ ଲୁକ୍ ସହ ଗ୍ଲୋଇଂ ସ୍କିନ୍ ମଧ୍ୟ ଲୁକ୍କୁ କରିଥାଏ ଆହୁରି ସୁନ୍ଦର। କିନ୍ତୁ ଲଗାତାର ମେକଅପ୍, ରାତି ଅନିଦ୍ରା ଓ ଘଣ୍ଟା ଘଣ୍ଟା ଧରି ଗରବା ଡ୍ୟାନ୍ସ ଯୋଗୁଁ ତ୍ୱଚା ଶୁଷ୍କ, ନିର୍ଜୀବ ଓ ଥକ୍କା ଦେଖାଯାଇପାରେ। ତେଣୁ ନବରାତ୍ରିର ମଜା ନେବା ସହ ତ୍ୱଚାର ଯତ୍ନ ନେବା ମଧ୍ୟ ଜରୁରୀ। ଜାଣନ୍ତୁ, କେଉଁ ସହଜ ଟିପ୍ସ ଆପଣଙ୍କ ତ୍ୱଚାକୁ ରଖିବ ସୁସ୍ଥ ଓ ଉଜ୍ଜ୍ୱଳ।
୧. ନବରାତ୍ରି ପୂର୍ବରୁ ଆରମ୍ଭ କରନ୍ତୁ ସ୍କିନ୍ କେୟାର୍
ଉତ୍ସବ ପୂର୍ବରୁ ଅତିକମ୍ରେ ୨ରୁ ୩ ସପ୍ତାହ ଆଗରୁ ନିଜର ସ୍କିନ୍ କେୟାର୍ ରୁଟିନ୍ ଆରମ୍ଭ କରନ୍ତୁ। ଦିନକୁ ଦୁଇଥର ମାଇଲ୍ଡ କ୍ଲିନ୍ଜର୍ରେ ମୁହଁ ସଫା କରିବା ସହ ତ୍ୱଚାର ପ୍ରକୃତି ଅନୁଯାୟୀ ମଏଶ୍ଚରାଇଜର୍ ଲଗାନ୍ତୁ। ସକାଳେ ଭିଟାମିନ୍-C ସିରମ୍ ବ୍ୟବହାର କରିପାରିବେ। ଏହା ସହ ପ୍ରତିଦିନ ସନ୍ସ୍କ୍ରିନ୍ ଲଗାଇବାକୁ ଭୁଲନ୍ତୁ ନାହିଁ।

୨. ମେକଅପ୍ ପୂର୍ବରୁ କରନ୍ତୁ ସ୍କିନ୍ ପ୍ରିପାରେସନ୍
ଦୀର୍ଘ ସମୟ ଧରି ମେକଅପ୍ ରହିବା ପାଇଁ ସ୍କିନ୍ ପ୍ରିପାରେସନ୍ ଅତ୍ୟନ୍ତ ଜରୁରୀ। ମୁହଁ ସଫା କରିବା ପରେ ହାଇଡ୍ରେଟିଂ ମଏଶ୍ଚରାଇଜର୍ ଓ ନିଜ ତ୍ୱଚା ଅନୁଯାୟୀ ପ୍ରାଇମର୍ ବ୍ୟବହାର କରନ୍ତୁ। ସପ୍ତାହକୁ ଥରେ ମାଇଲ୍ଡ ଏକ୍ସଫୋଲିଏସନ୍ କରିପାରିବେ। ତେବେ ତ୍ୱଚାରେ ଜ୍ୱଳନ କିମ୍ବା ଶୁଷ୍କତା ଦେଖାଦେଲେ ଏକ୍ସଫୋଲିଏସନ୍ ରୁ ଦୂରେଇ ରୁହନ୍ତୁ।
୩. ତ୍ୱଚା ଅନୁଯାୟୀ ବାଛନ୍ତୁ ପ୍ରଡକ୍ଟ
ଅଏଲି ସ୍କିନ୍ ପାଇଁ ହାଲୁକା, ନନ୍-କମେଡୋଜେନିକ୍ ଓ ଅଏଲ୍-ଫ୍ରି ପ୍ରଡକ୍ଟ ବ୍ୟବହାର କରନ୍ତୁ। ଡ୍ରାଏ ସ୍କିନ୍ ପାଇଁ ହାଇଡ୍ରେଟିଂ କ୍ରିମ୍ ଉପଯୋଗୀ ହୋଇପାରେ। ତେବେ ଉତ୍ସବର ଠିକ୍ ପୂର୍ବରୁ ନୂଆ ସ୍କିନ୍ କେୟାର୍ ପ୍ରଡକ୍ଟ ଟ୍ରାଏ କରନ୍ତୁ ନାହିଁ। ଏହାଦ୍ୱାରା ଆଲର୍ଜି କିମ୍ବା ତ୍ୱଚାରେ ଅନ୍ୟ ସମସ୍ୟା ହେବାର ଆଶଙ୍କା କମ୍ ରହିବ।
୪. ଗରବା ଲୁକ୍ ପାଇଁ ଟ୍ରାଏ କରନ୍ତୁ ଟ୍ରେଣ୍ଡି ମେକଅପ୍
ନବରାତ୍ରିର ରଙ୍ଗିନ ଆଉଟଫିଟ୍ ସହ ୱାଟର୍-ରେଜିଷ୍ଟାଣ୍ଟ କାଜଲ୍, ବୋଲ୍ଡ ଆଇ ମେକଅପ୍ ଓ ଗ୍ଲସି ଲିପ୍ସ ଆପଣଙ୍କ ଲୁକ୍କୁ କରିପାରିବ ଆହୁରି ଆକର୍ଷଣୀୟ। ଦୀର୍ଘ ସମୟ ନାଚିବା ସମୟରେ ମେକଅପ୍ ଯେପରି ଅଧିକ ଖରାପ ନ ହୁଏ, ସେଥିପାଇଁ ଆବଶ୍ୟକ ଅନୁଯାୟୀ ହାଲୁକା ଟଚ୍-ଅପ୍ କରନ୍ତୁ। ତେବେ ମେକଅପ୍ ପ୍ରଡକ୍ଟ ବାଛିବା ସମୟରେ ତ୍ୱଚାର ସମ୍ବେଦନଶୀଳତାକୁ ଧ୍ୟାନ ଦିଅନ୍ତୁ।
୫. ମେକଅପ୍ ଛଡ଼ାଇ ଶୁଅନ୍ତୁ, ପିଅନ୍ତୁ ପର୍ଯ୍ୟାପ୍ତ ପାଣି
ଗରବା ନାଇଟ୍ ପରେ ଯେତେ ଥକି ଯାଇଥିଲେ ମଧ୍ୟ ମେକଅପ୍ ନ ଛଡ଼ାଇ ଶୁଅନ୍ତୁ ନାହିଁ। ମାଇଲ୍ଡ କ୍ଲିନ୍ଜର୍ରେ ମୁହଁ ସଫା କରି ମଏଶ୍ଚରାଇଜର୍ ଲଗାନ୍ତୁ। ଦିନସାରା ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ଶରୀରକୁ ଆବଶ୍ୟକ ବିଶ୍ରାମ ଦିଅନ୍ତୁ। ପର୍ଯ୍ୟାପ୍ତ ନିଦ ଓ ଉପଯୁକ୍ତ ହାଇଡ୍ରେସନ୍ ତ୍ୱଚାର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୋଇଥାଏ।
ଏହି ନବରାତ୍ରିରେ କେବଳ ଆପଣଙ୍କ ଆଉଟଫିଟ୍ କିମ୍ବା ମେକଅପ୍ ନୁହେଁ, ସୁସ୍ଥ ଓ ଉଜ୍ଜ୍ୱଳ ତ୍ୱଚା ମଧ୍ୟ ହେଉ ଆକର୍ଷଣର କେନ୍ଦ୍ରବିନ୍ଦୁ। ସଠିକ୍ ସ୍କିନ୍ କେୟାର୍ ରୁଟିନ୍ ଆପଣାଇ ଗରବାର ପ୍ରତ୍ୟେକ ରାତିକୁ କରନ୍ତୁ ଆହୁରି ଖାସ୍।
