Shocking Twist: ପ୍ରେମ, ପ୍ରତାରଣା ଓ ମର୍ଡର!
ପ୍ରେମରେ ପ୍ରତାରଣା, ପରେ ନିର୍ମମ ହତ୍ୟା ! ସ୍ନେହଲତାଙ୍କୁ ମାରି ନଦୀରେ ଫିଙ୍ଗିଦେଲା ପ୍ରେମିକ ସତ୍ୟପ୍ରକାଶ, ପରେ ନିଜେ ଦେଲା ନିଖୋଜ ରିପୋର୍ଟ!

ମଧ୍ୟପ୍ରଦେଶ ଭିଣ୍ଡର ନର୍ସିଂ ଅଫିସର ସ୍ନେହଲତାଙ୍କୁ ୫୦ କିଲୋମିଟର ଦୂରକୁ ନେଇ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ। ପରେ ମୃତଦେହକୁ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ପଚନଦା ନଦୀ ସଙ୍ଗମରେ ଫିଙ୍ଗି ଦେଇଥିଲା। ଏପରିକି ନିଜେ ନିଖୋଜ ରିପୋର୍ଟ ମଧ୍ୟ ଦାଖଲ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ସତ୍ୟପ୍ରକାଶ ନିଜେ ସ୍ନେହଲତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି।
କୋତାବାଲି ପୋଲିସ ଗତ ଗୁରୁବାରକୁ ଅଭିଯୁକ୍ତ କୁ ନେଇ ପଚନଦା ପହଂଚିଥିଲେ | ନଦୀରେ ମୃତଦେହ ଖୋଜାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାହା ମିଳିନାହିଁ | ନଦୀରେ ଥିବା ଘଡ଼ିଆଳ ଓ କୁମ୍ଭୀରମାନେ ମୃତଦେହକୁ କ୍ଷତି ପହଞ୍ଚାଇପାରନ୍ତି ବୋଲି ପୋଲିସ୍ ଆଶଙ୍କା କରୁଛି | ଅନ୍ୟପଟେ ନାଳନ୍ଦାରେ ରହୁଥିବା ସ୍ନେହଲତାଙ୍କ ପିତା ସଞ୍ଜୟ ପାଣ୍ଡେ କହିଛନ୍ତି, ସତ୍ୟପ୍ରକାଶ ବାହ୍ମଣ କହି ମୋ ଝିଅକୁ ନିଜ ଜାଲରେ ଫାସେଇଥିଲେ | ଏହାପରେ କିଛି ବର୍ଷ ଏକାସହିତ ରହି ତାକୁ ମାରି ଦେଲା | ଅଭିଯୁକ୍ତ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ହେଉ |
ପତ୍ନୀଙ୍କଠାରୁ ସନ୍ତାନ ନହେବାରୁ ସ୍ନେହଲତାଙ୍କ ସହ ରହୁଥିଲା ସତ୍ୟପ୍ରକାଶ
ଭିଣ୍ଡର ଯୋଶୀ ନଗର ରେ ରହୁଥିବା ସତ୍ୟପ୍ରକାଶ ଏକ ଘରୋଇ କଲେଜରେ ଚାକିରୀ କରୁଥିଲେ | ବିହାରରେ ରହୁଥିବା ସ୍ନେହଲତା ପଢିବା ପାଇଁ ଆହି କଲେଜରେ ତାଙ୍କ ସହ ପରିଚୟ ହୋଇଥିଲା | ସତ୍ୟପ୍ରକାଶ ପ୍ରଥମରୁ ବିବାହିତ ଥିଲେ | ତାଙ୍କର ପ୍ରଥମ ପତ୍ନୀଙ୍କ କୌଣସି ସନ୍ତାନ ନଥିଲା | ଏହାପରେ ସେ ସ୍ନେହଲତା ସହିତ ଲିଭ୍-ଇନ୍ ସମ୍ପର୍କରେ ରହିବାକୁ ଲାଗିଥିଲା | ପାଖାପାଖି ୧୦ ମାସ ପୂର୍ବରୁ ସ୍ନେହଲତା ପୁଅକୁ ଜନ୍ମ କରିଥିଲା | ଏହାପରେ ସତ୍ୟପ୍ରକାଶ ପୁଅକୁ ୮ ଅକ୍ଟୋବରକୁ ନେଇ ନିଜ ପ୍ରଥମ ପତ୍ନୀ ପାଖରେ ଛାଡ଼ିଥିଲେ | ସତ୍ୟପ୍ରକାଶ ଓ ସ୍ନେହଲତା ପୁଅକୁ ନେଇ ବିବାଦ ହେବାକୁ ବଢିବାକୁ ଲାଗିଲା | ଏହାସହ ସ୍ନେହଲତା କ୍ରମାଗତ ଭାବେ ସତ୍ୟପ୍ରକାଶଙ୍କୁ ପତ୍ନୀ ଭାବେ ଗ୍ରହଣ କରିବାକୁ ଦାବି କରୁଥିଲେ | କିନ୍ତୁ ସତ୍ୟପ୍ରକାଶ ତାଙ୍କୁ ପତ୍ନୀର ମାନ୍ୟତା ଦେବାକୁ ପ୍ରସ୍ତୁତ ନଥିଲେ |
କାନପୁର ବୁଲାଇବା ବାହାନାରେ ନେଇଗଲା
ସତ୍ୟପ୍ରକାଶ ସ୍ନେହଲତାଙ୍କୁ କାନପୁର ବୁଲିଯିବା ପ୍ରସ୍ତାବ ଦେଇଥିଲା | ସେ କହିଥିଲା, କାନପୁରରେ କଲେଜ୍ର କିଛି କାମ ଅଛି ଏବଂ ସ୍ନେହଲତାଙ୍କୁ ସପିଂ ମଧ୍ୟ କରାଇବ | ସପିଂ ସରିବା ପରେ ସେମାନେ ଫେରି ଆସିବେ | ସତ୍ୟପ୍ରକାଶ ନିଜ ସହ ଆମ୍ବୁଲାନ୍ସ ଚାଳକ ରାଜବୀର ଖତ୍ରୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ନେଇଥିଲା | ଯିବା ପୂର୍ବରୁ ସ୍ନେହଲତା ନର୍ସିଂ ହୋମ୍ରେ ତାଙ୍କ ସହ କାମ କରୁଥିବା ଜଣେ ମହିଳା ବନ୍ଧୁଙ୍କୁ ଫୋନ୍ କରିଥିଲେ | ତାଙ୍କୁ କାନପୁର ବୁଲିବାକୁ ଯାଉଥିବା କଥା ଜଣାଇଥିଲେ | ହେଲେ ଏହାପରଠାରୁ ସ୍ନେହଲତାଙ୍କର ଆଉ କୌଣସି ଖୋଜଖବର ମିଳିନଥିଲା।
ନିଜେ ଦେଇଥିଲା ନିଖୋଜ ରିପୋର୍ଟ, ଜେରାରେ ମାନିଲା ହତ୍ୟା
ସ୍ନେହଲତା ନିଖୋଜ ହେବା ପରେ ସତ୍ୟପ୍ରକାଶ ନିଜେ ଭିଣ୍ଡ ସିଟି କୋତୱାଲି ଥାନାରେ ପହଞ୍ଚିଥିଲା | ସେଠାରେ ସ୍ନେହଲତାଙ୍କ ନିଖୋଜ ନେଇ ଅଭିଯୋଗ ଦାଖଲ କରିଥିଲା | ଏପରିକି ତାଙ୍କୁ ଖୋଜିବା ପାଇଁ ପୋଷ୍ଟର ମଧ୍ୟ ଛପାଇଥିଲା | ତଦନ୍ତ ବେଳେ ସତ୍ୟପ୍ରକାଶର ଭୂମିକାକୁ ନେଇ ପୋଲିସର ସନ୍ଦେହ ବଢ଼ିଥିଲା | ଏହାପରେ ପୋଲିସ ତାକୁ ପଚରାଉଚରା ପାଇଁ ଡକେଇଥିଲା | ପୋଲିସର ସୂଚନା ଅନୁସାରେ, ପଚରାଉଚରା ବେଳେ ସତ୍ୟପ୍ରକାଶ ସ୍ନେହଲତାଙ୍କ ତଣ୍ଟି ଚିପି ହତ୍ୟା କରିବା ସହ ଉତ୍ତରପ୍ରଦେଶର ପଚନଦାଠାରେ ଏକ ପୋଲ ଉପରୁ ତାଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିବା କହିଛି ପୋଲିସ |
ପଚନଦାରେ ପୋଲିସ ଓ NDRFର ସର୍ଚ୍ଚ ଅପରେସନ୍
ଭିଣ୍ଡ କୋତୱାଲି ଥାନା ଅଧିକାରୀ ମୁକେଶ ଶାକ୍ୟଙ୍କ ସୂଚନା ଅନୁସାରେ, ଅଭିଯୁକ୍ତର ସୂଚନା ଆଧାରରେ ନଦୀରେ ଖୋଜାଖୋଜି ଜାରି ରହିଛି | ଏଥିସହ ଘଟଣାର ତଦନ୍ତ ମଧ୍ୟ ଚାଲିଛି | ସ୍ନେହଲତାଙ୍କ ପରିବାର ଲୋକେ ବିହାରରୁ ଭିଣ୍ଡରେ ପହଞ୍ଚିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମୃତଦେହ ଉଦ୍ଧାର ହୋଇନାହିଁ |ପୋଲିସର କହିବା ଅନୁଯାୟୀ, ପଚନଦା ଅଞ୍ଚଳଟି ଏକ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଏଠାରେ ପ୍ରାୟ ୫ଟି ନଦୀର ସଙ୍ଗମ ହୋଇଛି | ନଦୀରେ ଘଡ଼ିଆଳ ଓ କୁମ୍ଭୀର ମଧ୍ୟ ରହିଛନ୍ତି। ତେଣୁ ମୃତଦେହ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା ରହିଛି। ତେବେ ମୃତଦେହ ଉଦ୍ଧାର ହେବା ପରେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।
