Minor Rape Case : ଛଅ ବର୍ଷର ଝିଅ ସହ ଦୁଷ୍କର୍ମ, ବାପାକୁ ଆଜୀବନ ଜେଲ୍
ଛଅ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ମାମଲାରେ ବାପା ରୂପେନ୍ଦ୍ର ମୁରାରୀ ପାତ୍ରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କେନ୍ଦୁଝର ପୋକ୍ସୋ କୋର୍ଟ। ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଛଅ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ମାମଲାରେ ନିଜ ବାପାଙ୍କୁ ଆଜୀବନ କାରାଦଣ୍ଡ। ଆଜି ଅଭିଯୁକ୍ତ ରୂପେନ୍ଦ୍ର ମୁରାରୀ ପାତ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ। ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ, ୨୦୨୫ ମସିହା ଫେବୃଆରୀ ମାସରେ ବଡ଼ବିଲ ଥାନା ଅନ୍ତର୍ଗତ ଉପର ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ନାବାଳିକା ଜଣକ ଘରେ ଥିବା ସମୟରେ ତାଙ୍କ ବାପା ରୂପେନ୍ଦ୍ର ମୁରାରୀ ପାତ୍ର ଦୁଷ୍କର୍ମ କରୁଥିବା ଦେଖି ମାଆ ଏହାର ବିରୋଧ କରିଥିଲେ। ପରେ ଏନେଇ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବଡ଼ବିଲ ପୋଲିସ ବିଏନ୍ଏସ ସେକ୍ସନ ଛଅ ଓ ୬୪(୨), ୬୪(୨) ଧାରା ଲଗାଇ ଗିରଫ କରିଥିଲା ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଆଠ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଜିଲ୍ଲା ପୋକ୍ସୋ କୋର୍ଟର ବିଚାରପତି ମୋନାଲିସା ମହାନ୍ତି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଉକ୍ତ ମାମଲାର ପରିଚାଳନା କରିଥିଲେ ସରକାରୀ ଓକିଲ ସଞ୍ଜୟ ପାଇକରାୟ।
