Baghpat Murder:ପତ୍ନୀଙ୍କୁ ଅଶ୍ଳୀଳ କମେଣ୍ଟ- ୨ ବର୍ଷରେ ୨ ସାଙ୍ଗକୁ ମର୍ଡର!
ଯୋଗେଶ ମର୍ଡର ମାମଲାରେ ସେ ଜେଲରୁ ଜାମିନରେ ଆସିଥିଲା। ଆଉ ଜାମିନରେ ଆସି ଆଉ ଜଣେ ସାଙ୍ଗ ପୁଷ୍ପେନ୍ଦ୍ରଙ୍କୁ ମାରିଦେଲା।ପତ୍ନୀଙ୍କ ଉପରେ ଅଭଦ୍ର ଓ ଆପତ୍ତିଜନକ ଟିପ୍ପଣୀରୁ ୨ ବର୍ଷରେ ୨ ସାଙ୍ଗକୁ ମର୍ଡର। ବାଗପତରେ ମନୋଜ କଶ୍ୟପର କାହାଣୀ ଯିଏ ଶୁଣୁଛି, ମୁଣ୍ଡରେ ହାତ ଦେଇ ବସୁଛି।

ପତ୍ନୀଙ୍କ ଉପରେ ଅଭଦ୍ର ଓ ଆପତ୍ତିଜନକ ଟିପ୍ପଣୀରୁ ୨ ବର୍ଷରେ ୨ ସାଙ୍ଗକୁ ମର୍ଡର। ବାଗପତରେ ମନୋଜ କଶ୍ୟପର କାହାଣୀ ଯିଏ ଶୁଣୁଛି, ମୁଣ୍ଡରେ ହାତ ଦେଇ ବସୁଛି। ସାଙ୍ଗଙ୍କ ସହ ମଦର ଆସର ବେଳେ ମନୋଜଙ୍କ ପତ୍ନୀଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ ଦୁଇ ବନ୍ଧୁ। ଆଉ ଏହାକୁ ମନରେ ରଖି ପ୍ରତିଶୋଧ ନେବାକୁ ସୁଯୋଗକୁ ଉଣ୍ଡି ବସିଥିଲା ମନୋଜ। ସାଙ୍ଗ ପୁଷ୍ପେନ୍ଦ୍ରକୁ ଗଳା ଚିପି ମାରିଦେଇ ଶବକୁ ଗହମ କ୍ଷେତରେ ଫିଙ୍ଗିଦେଇଥିଲା। ଏହା ପୂର୍ବରୁ ୨୦୨୪ରେ ସୋନିପତରେ ସାଙ୍ଗ ଯୋଗେଶକୁ ହତ୍ୟା କରିଥିଲା। ଯୋଗେଶକୁ କାଠ ଫାଳିଆରେ ପିଟିପିଟି ମାରିଥିଲା। ପୁଲିସ ତାକୁ ଗିରଫ କଲାବେଳେ ସେ ପୁଲିସ ଉପରକୁ ଫାୟାରିଂ କରିବା ବେଳେ ପ୍ରତିଜବାବରେ ପୁଲିସ ଏନକାଉଣ୍ଟରରେ ଆହତ ହୋଇଛି। ଯୋଗେଶ ମର୍ଡର ମାମଲାରେ ସେ ଜେଲରୁ ଜାମିନରେ ଆସିଥିଲା। ଆଉ ଜାମିନରେ ଆସି ଆଉ ଜଣେ ସାଙ୍ଗ ପୁଷ୍ପେନ୍ଦ୍ରଙ୍କୁ ମାରିଦେଲା। ମାମଲା ବାଗପତ ଜିଲ୍ଲାର ଦୋଘଟ ଥାନା କ୍ଷେତ୍ରର ଇଦରିଶପୁର ଗାଁର। ଗହମ କ୍ଷେତରେ ପୁଷ୍ପେନ୍ଦ୍ରଙ୍କ ଶବ ମିଳିଥିଲା। ପୁଲିସ ହତ୍ୟାକାରୀକୁ ଧରିବାକୁ ସର୍ଭେଲାନ୍ସର ସହଯୋଗ ନେଇଥିଲା। ତଦନ୍ତ ବେଳେ ମୃତକଙ୍କ ସାଙ୍ଗ ମନୋଜର ଲୋକେସନ ଘଟଣାସ୍ଥଳ ଆଖପାଖରେ ଦେଖିବାକୁ ମିଳିଥିଲା। ଘଟଣା ପରେ ମନୋଜ ଫେରାର ହେବା କଥା ପୁଲିସକୁ ସୂଚନା ମିଳିବା ପରେ ପୁଲିସର ସନ୍ଦେହ ସତ ହୋଇଥିଲା। ଆଉ ତାକୁ ଧରିବାକୁ ତନାଘନା ଆରମ୍ଭ ହୋଇଥିଲା। ତଦନ୍ତରେ ମନୋଜର ପୁରୁଣା ଅପରାଧିକ ଇତିହାସ ସାମ୍ନାକୁ ଆସିଛି।୨୦୨୪ରେ ବି ହରିଆଣାର ସୋନିପତରେ ଗାର୍ଡ ଚାକିରୀ ବେଳେ ମନୋଜ ନିଜ ସାଙ୍ଗ ଯୋଗେଶକୁ ପିଟି ପିଟି ମାରିଦେଇଥିଲା। ଯୋଗେଶ ବି ମନୋଜଙ୍କ ପତ୍ନୀଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲା। ଏ ମାମଲାରେ ମନୋଜ ଓ ତାଙ୍କ ପତ୍ନୀ ଜେଲ୍ ଯାଇଥିଲେ। ପରେ ମନୋଜକୁ ଜାମିନ ମିଳିଥିଲା।
